ETV Bharat / entertainment

ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନ, 89ବର୍ଷ ବୟସରେ ତ୍ୟାଗକଲେ ଶେଷ ନିଶ୍ୱାସ - ଗାୟିକା ସୁମିତ୍ରା ସେନ୍‌ଙ୍କ ଝିଅ ଶ୍ରାବଣୀ ସେନ୍

ରବୀନ୍ଦ୍ର ସଂଗୀତର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନଙ୍କ ଦେହାନ୍ତ (Veteran singer Sumitra Sen passed away) ହୋଇଛି। ଗାୟିକାଙ୍କ ଝିଅ ଶ୍ରାବଣୀ ସେନ୍ (Shrabani Sen) ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଗାୟିକା ସୁମିତ୍ରା ସେନ ଦେହାନ୍ତ
ଗାୟିକା ସୁମିତ୍ରା ସେନ ଦେହାନ୍ତ
author img

By

Published : Jan 3, 2023, 4:35 PM IST

କୋଲକାତା: ରବୀନ୍ଦ୍ର ସଂଗୀତର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନଙ୍କ ଦେହାନ୍ତ (Veteran singer Sumitra Sen passed away) ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । ଗାୟିକାଙ୍କ ଝିଅ ଶ୍ରାବଣୀ ସେନ୍ (Shrabani Sen) ସୋସିଆଲ ମିଡିଆରେ ଏସମ୍ପର୍କରେ ସୂଚନା ଦେଇଛନ୍ତି । ସେ ନିଜ ଫେସବୁକ ପୋଷ୍ଟରେ ବଙ୍ଗଳା ଭାଷାରେ ଲେଖିଛନ୍ତି, 'ଆଜି ସକାଳେ ମାଆ ଆମକୁ ଛାଡି ଚାଲିଗଲେ'। ଗାୟିକାଙ୍କ ଦେହାନ୍ତରେ ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସମେତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

ଶ୍ରାବଣୀ ସେନ୍ ପୋଷ୍ଟ
ଶ୍ରାବଣୀ ସେନ୍ ପୋଷ୍ଟ

ସୁମିତ୍ରା ସେନ୍ 'ମେଘ ବୋଲେଛେ ଜାବୋ ଜାବୋ', 'ତୋମରି ଝକନେ ନିରଂଜନ', 'ସଖୀ ଭାବୋନା କହାରେ ବୋଲେ', 'ଅଚ୍ଛେ ଦେଖୋ ଅଚ୍ଛେ ମୃତ୍ୟୁ' ଇତ୍ୟାଦି ପ୍ରସିଦ୍ଧ ଗୀତ ପାଇଁ ଜଣାଶୁଣା ଥିଲେ। 2012 ରେ ପଶ୍ଚିମବଙ୍ଗ ସରକାର ସୁମିତ୍ରା ସେନଙ୍କୁ ‘ସଂଗୀତ ମହାସମ୍ମାନ ପୁରସ୍କାର’ ପ୍ରଦାନ କରିଥିଲେ। ସେ ରବୀନ୍ଦ୍ର ସଂଗୀତ ସହିତ ସଙ୍ଗୀତ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ କୋଲକାତାର ତାଙ୍କ ଘରେ ଗାୟିକାଙ୍କ ମୃତ୍ୟୁ ଘଟିଛି। ସେ ଦୀର୍ଘ ସମୟ ଧରି ଶ୍ବାସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ସେ ବ୍ରୋକୋ ନିମୋନିଆରେ ପୀଡିତ ହୋଇ 21 ଡିସେମ୍ବରରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ତିନି ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଘରକୁ ଆସିବା ପରେ ଗାୟିକା ପ୍ରଶଂସକ ଏବଂ ପ୍ରିୟଜନଙ୍କୁ ଛାଡି ଚିରଦିନ ପାଇଁ ବିଦାୟ ନେଇଛନ୍ତି ।

ବର୍ତ୍ତମାନ ତାଙ୍କ ପ୍ରଶଂସକ, ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଗାୟିକାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରୁଛନ୍ତି। ପ୍ରଶଂସକ ଏବଂ ସଙ୍ଗୀତ ଇଣ୍ଡଷ୍ଟ୍ରି ସମେତ ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଅନ୍ୟପକ୍ଷରେ, ଗାୟିକାଙ୍କ ଉଭୟ ଝିଅ ଇନ୍ଦ୍ରାଣୀ ସେନ୍, ଶ୍ରାବଣୀ ସେନ୍ ମଧ୍ୟ ନିଜ ମାଆଙ୍କୁ ସ୍ମରଣ କରି ଏହି ପୋଷ୍ଟ ସେୟାର କରିଛନ୍ତି। ଇନ୍ଦ୍ରାଣୀ-ଶ୍ରାବଣୀ ମଧ୍ୟ ବଙ୍ଗଳାର ଜଣାଶୁଣା ଗାୟିକା ଅଟନ୍ତି। ଉଭୟ ପ୍ରସିଦ୍ଧ ରବୀନ୍ଦ୍ର ସଂଗୀତ କଳାକାର ଅଟନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.