ETV Bharat / entertainment

Ghoomer: ଆସିଲା ଅଭିଷେକ ବଚ୍ଚନଙ୍କ ଫିଲ୍ମ 'ଘୁମର'ର ଟ୍ରେଲର, ଏହି ଦିନ ରିଲିଜ ହେବ ଫିଲ୍ମ - ଅଭିଷେକ ବଚ୍ଚନଙ୍କ ଫିଲ୍ମ ଘୁମର ଟ୍ରେଲର ରିଲିଜ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ଘୁମରର ଟ୍ରେଲର ରିଲିଜ ହୋଇଛି । ଫିଲ୍ମ ଘୋଷଣା ହେବା ଦିନ ଠାରୁ ପ୍ରଶଂସକମାନେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ନିର୍ମାତା ମାନେ ସୋସିଆଲ ମିଡିଆରେ ଆଜି ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଅଧିକ ପଢନ୍ତୁ

ଆସିଲା ଅଭିଷେକ ବଚ୍ଚନଙ୍କ ଫିଲ୍ମ 'ଘୁମର'ର ଟ୍ରେଲର, ଏହି ଦିନ ରିଲିଜ ହେବ ଫିଲ୍ମ

author img

By

Published : Aug 4, 2023, 1:35 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଘୁମର' ପାଇଁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ଘୋଷଣା ହେବା ଠାରୁ ସମସ୍ତେ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଥିଲେ । ତେବେ ଆଜି ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ୍ ଗତକାଲି ଅର୍ଥାତ ଅଗଷ୍ଟ 3ରେ ହେବାର ଥିଲା । କିନ୍ତୁ ଭେଟେରାନ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ସମ୍ମାନର୍ଥେ ଅଭିଷେକ ବଚ୍ଚନ 'ଘୁମର'ର ଟ୍ରେଲର ଲଞ୍ଚକୁ ସ୍ଥଗିତ ରଖିଥିଲେ । ଆଜି ଟ୍ରେଲର ରିଲିଜ ହୋଇଛି ।

'ଘୁମର'ର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ କ୍ରୀଡା ଭିତ୍ତିକ ଫିଲ୍ମ ଅଟେ । ଏହା ହଙ୍ଗେରୀର ଡାହାଣହାତ ସୁଟର ସ୍ୱର୍ଗତ କୈରୋଲି ଟାକଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଯାହାଙ୍କ ଗୋଟିଏ ହାତ ଗୁରୁତର ଆହତ ହୋଇଥିଲା । ସେ ଦିବ୍ୟାଙ୍ଗ ହୋଇପଡିଥିଲେ । କିନ୍ତୁ ତଥାପି, ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ସେ ବାମ ହାତରେ ଦୁଇଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ ।

  • " class="align-text-top noRightClick twitterSection" data="">

ଏହି ଚଳଚ୍ଚିତ୍ରରେ ସାୟାମୀ ଖେର, ଅଙ୍ଗଦ ଭେଦୀ ଏବଂ ଶବାନା ଆଜମୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ରିଲିଜ ଟ୍ରେଲରରେ ଅଭିଷେକ ବଚ୍ଚନ ପ୍ରଶିକ୍ଷକ ଥିବାବେଳେ ସାୟାମୀ ଜଣେ ଭିନ୍ନକ୍ଷମ କ୍ରିକେଟର ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି । ଯିଏ ଏକ ସମୟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି ଏବଂ ପରେ ଦେଶର ଜଣେ ମହାନ ଖେଳାଳି ଭାବେ ସଫଳତା ହାସଲ କରନ୍ତି । ଫିଲ୍ମରେ ସାୟାମୀ କୈରୋଲି ଟାକଙ୍କ ଭୂମିକାରେ ଅଭିନୟ କରିଛନ୍ତି । କୋଚ୍ ଭାବେ (ଅଭିଷେକ ବଚ୍ଚନ) ତାଙ୍କୁ ଦେଶ ପାଇଁ ଖେଳିବାକୁ ପରାମର୍ଶ ଦେଇଛନ୍ତି । ଏହା ପରେ ସେ ହାର ନ ମାନି ପୁଣି ଖେଳି ଦେଶ ପାଇଁ ଗୌରବ ଆଣନ୍ତି ।

ଏହା ମଧ୍ୟ ପଢନ୍ତୁ: କୋଚ୍‌ ଭୂମିକାରେ ଏଣ୍ଟ୍ରି କରିବେ ଅଭିଷେକ ବଚ୍ଚନ, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍‌

ଟ୍ରେଲର ପୂର୍ବରୁ ନିର୍ମାତାମାନେ ଏକ ଟିଜର ସେୟାର କରିଥିଲେ । ଯାହା ସମସ୍ତଙ୍କଠାରୁ ଏକ ଭଲ ପ୍ରତିକ୍ରିୟା ପାଇଥିଲା । ଟିଜରରେ ଅଭିଷେକ ବଚ୍ଚନଙ୍କ ଦମଦାର ଡାଇଲଗ ଥିଲା ଯେ ଯେତେବେଳେ ଜୀବନ ସମସ୍ତ କବାଟ ବନ୍ଦ ହୋଇଯାଏ, ସେତେବେଳେ ଏହାକୁ ଖୋଲିବାକୁ ନୁହଁ ବରଂ ଭାଙ୍ଗିବାକୁ ପଡିଥାଏ । ଟିଜରକୁ ଲୋକେ ବେଶ ପସନ୍ଦ କରିଥିଲେ । ତେବେ ଆଜି ନିର୍ମାତା ଏହାର ଟ୍ରେଲର ରିଲିଜ କରିଛନ୍ତି । ତେବେ ଅଭିଷେକ ବଚ୍ଚନ ଏହି ଫିଲ୍ମକୁ ଆର୍‌ ବାଲ୍କି ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ତେବେ ଏହି ଫିଲ୍ମ ଅଗଷ୍ଟ 18ରେ ସିନେମା ହଲରେ ରିଲିଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.