ETV Bharat / entertainment

Aarya 3: ସୁସ୍ମିତା ସେନଙ୍କ ୱେବ ସିରିଜର ଆସିଲା ଟିଜର, ଏହି ଦିନ ହେବ ରିଲିଜ

author img

By ETV Bharat Odisha Team

Published : Oct 9, 2023, 8:25 PM IST

ସୁସ୍ମିତା ସେନଙ୍କ ଆଗାମୀ ୱେବ ସିରିଜ ଆର୍ଯ୍ୟ ୩କୁ ନେଇ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଏହାର ଟିଜର ରିଲିଜ କରିବା ସହ ରିଲିଜ ତାରିଖ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ,

Aarya 3: ସୁସ୍ମିତା ସେନଙ୍କ ୱେବ ସିରିଜର ଆସିଲା ଟିଜର, ଏହି ଦିନ ହେବ ରିଲିଜ
Aarya 3: ସୁସ୍ମିତା ସେନଙ୍କ ୱେବ ସିରିଜର ଆସିଲା ଟିଜର, ଏହି ଦିନ ହେବ ରିଲିଜ

ହାଇଦ୍ରାବାଦ: 2020 ମସିହାରେ ସୁସ୍ମିତା ସେନଙ୍କ ଲୋକପ୍ରିୟ ୱେବ୍ ସିରିଜ୍ 'ଆର୍ଯ୍ୟ'ର ପ୍ରଥମ ଭାଗ ମୁକ୍ତିଲାଭ କରିଥିଲା । ଦର୍ଶକ ପ୍ରଥମ ଭାଗକୁ ବେଶ ପସନ୍ଦ କରିବା ସହ ଏହାର ଦ୍ୱିତୀୟ ଭାଗ ପାଇଁ ଦାବି କରିଥିଲେ । ଏହା ପରେ ୨୦୨୨ ମସିହାରେ ଦ୍ୱିତୀୟ ଭାଗ ମୁକ୍ତିଲାଭ କରିଥିଲା ​ । ତେବେ ବର୍ତ୍ତମାନ ସୁସ୍ମିତା ସେନ୍ ଆର୍ଯ୍ୟର ତୃତୀୟ ଭାଗ ସହ ପୁଣି ଫେରୁଛନ୍ତି । ଆଜି (ଅକ୍ଟୋବର ୯) ରେ ଆର୍ଯ୍ୟ 3 ର ଟିଜର ରିଲିଜ କରିଛନ୍ତି ନିର୍ମାତା । ଏଥିସହ ଏହାର ରିଲିଜ ତାରିଖ ବି ଘୋଷଣା କରାଯାଇଛି । 3 ନଭେମ୍ବରରେ ରିଲିଜ ହେବ ଏହି ୱେବ ସିରିଜ ।

  • " class="align-text-top noRightClick twitterSection" data="">

୩୦ ସେକେଣ୍ଡର ଏହି ଟିଜରରେ ପ୍ରଥମ ଭାଗ ଏବଂ ଦ୍ୱିତୀୟ ଭାଗର କିଛି ଝଲକ ଦେଖିବାକୁ ମିଳିଛି । ଏଥିସହ ନୂଆ ସିଜନରେ ସୁସ୍ମିତା ସେନ୍ ନିଜ ଶତ୍ରୁମାନଙ୍କ ସହ ଖଣ୍ଡା ଦ୍ୱାରା ଯୁଦ୍ଧ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ଆହତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଅଭିନେତ୍ରୀଙ୍କ ଛାତିରେ ଗୁଳି ବାଜୁଛି ଏବଂ ସେ ତଳେ ପଡ଼ିଯାଉଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କ ସ୍ୱରରେ ଏକ ସଂଳାପ ଶୁଣିବାକୁ ମିଳେ, ସେ କୁହନ୍ତି, ''ଯେଉଁ କାହାଣୀର ଆରମ୍ଭ ମୋ ହାତରେ ନଥିଲା । ତାହାର ଶେଷ ମୋ ଦ୍ବାରା ହେବ ଏବଂ ଏହିପରି ହେବ ତାହା ମୁଁ କେବେ ଭାବି ନଥିଲି ।''

ସେପଟେ ଇନଷ୍ଟାଗ୍ରାମରେ ଟିଜର ସେୟାର କରି ସୁସ୍ମିତା ସେନ୍ ଲେଖିଛନ୍ତି, ଯାହା ମୁଣ୍ଡରେ ମୁକୁଟ ରହିଥାଏ, ଟାର୍ଗେଟ ବି ତାଙ୍କୁ ହିଁ କରାଯାଇଥାଏ । ହଟଷ୍ଟାର୍ ସ୍ପେସିଆଲରେ ଆର୍ଯ୍ୟର ତୃତୀୟ ସିଜନ୍ 3 ନଭେମ୍ବରରେ ମୁକ୍ତିଲାଭ କରୁଛି । ପ୍ରଶଂସକମାନେ ମଧ୍ୟ ଏହି ଟିଜରରେ ବେଶ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, କି ଚମତ୍କାର ଟିଜର । ଅନ୍ୟ ଜଣେ ଲେଖିଛନ୍ତି, ସେରନୀ ପୁଣି ଫେରିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଯେତେବେଳେ ସୁସ୍ମିତାଙ୍କୁ ଗୁଳି କରାଯାଇଥିଲା, ମୋର ହୃଦସ୍ପନ୍ଦନ ବନ୍ଦ ହୋଇଗଲା ।

ଏହା ମଧ୍ୟ ପଢନ୍ତୁ: ହୃଦଘାତର ଶିକାର ହୋଇଥିଲେ ମିସ୍ ୟୁନିଭର୍ସ ସୁସ୍ମିତା, ସୋସିଆଲ ମିଡିଆରେ ଦେଲେ ସୂଚନା

ସୂଚନା ଥାଉ କି, ଆର୍ଯ୍ୟ 3 ନଭେମ୍ବର 3 ରୁ ଡିଜନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମିଂ ହେବ । ଆର୍ଯ୍ୟ ୩ ରାମ ମାଧବାନୀଙ୍କ ଦ୍ୱାରା ନିର୍ମିତ ଏବଂ ପ୍ରଯୋଜିତ, ଯିଏ ଏଣ୍ଡେମୋଲ୍ ସାଇନ୍ ଇଣ୍ଡିଆ ସହ ମିଳିତ ଭାବରେ ଏହି ସିରିଜ ପ୍ରସ୍ତୁତ କରିଛନ୍ତି । ପ୍ରକାଶ ଥାଉ କି, ଜୟପୁରରେ ଆର୍ଯ୍ୟ ସିଜନ 3ର ସୁଟିଂ ସମୟରେ ସୁସ୍ମିତା ସେନ୍ ହୃଦଘାତର ଆକ୍ରାନ୍ତ ହୋଇଥିଲେ । ସେ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ନିକଟରେ ସୁସ୍ମିତାଙ୍କ ରିଲିଜ ହୋଇଥିବା ଫିଲ୍ମ ତାଲି ମଧ୍ୟ ସେ ନଜର ଆସିଛନ୍ତି । ଏହି ଫିଲ୍ମ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଗୌରୀ ସାୱନ୍ତଙ୍କ ଭୂମିକାରେ ସୁସ୍ମିତା ନଜର ଆସିଥିବା ବେଳେ ଏହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.