ETV Bharat / entertainment

ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ସହ ନଜର ଆସିଲେ ଆମିର, କ୍ୟାମେରା ଆଗରେ ଦେଲେ ପୋଜ୍

author img

By ETV Bharat Odisha Team

Published : Sep 14, 2023, 4:48 PM IST

ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ସହ ନଜର ଆସିଛନ୍ତି ବଲିଉଡ ଅଭିନେତା ଅମିର ଖାନ । କ୍ୟାମେରା ସାମ୍ନାରେ ଦୁହେଁ ଏକାଠି ପୋଜ୍‌ ମଧ୍ୟ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ରୀନା ଦତ୍ତାଙ୍କ ସହ ନଜର ଆସିଲେ ଅମିର
ରୀନା ଦତ୍ତାଙ୍କ ସହ ନଜର ଆସିଲେ ଅମିର

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି । ଫାତିମା ସନା ଶେଖଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବିଷୟରେ ଗୁଜବ କିଛି ଦିନ ଧରି ଚାଲିଆସୁଥିବା ବେଳେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆମିର । ଅଭିନେତା ତାଙ୍କ ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ସହ ବାନ୍ଦ୍ରାଠାରେ ନଜର ଆସିଛନ୍ତି । ଉଭୟ ଏକାଠି ଏକ ଇଭେଣ୍ଟରୁ ବାହାରୁଥିବା ସମୟରେ ନଜର ଆସିଥିଲେ । ଏମିତି କି ଇଭେଣ୍ଟରୁ ବାହାରିବା ସମୟରେ ଦୁହେଁ ଗୋଟିଏ କାରରେ ଯାଇଥିଲେ ।

ଆମିର ଖାନ ଏବଂ ରୀନା ଦତ୍ତାଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ଏକାଠି ବାହାରକୁ ଯାଉଥିବାର ଦେଖିବାକୁ ମିଳିଛି । ଏହି ସମୟରେ ଆମିର ଖାନ ପ୍ରିଣ୍ଟେଡ୍‌ ସର୍ଟ୍‌କୁର୍ତ୍ତା ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବାବେଳେ ରୀନା ଦତ୍ତା ବାଇଗଣୀ ରଙ୍ଗର କୁର୍ତ୍ତୀ ସହିତ ଧଳା ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଥିଲେ । ରୀନା କାନ୍ଧରେ କଳା ବ୍ୟାଗ ଏବଂ ହାତରେ ଏକ ବହି ଧରିଥିବାର ନଜର ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅମିର ଖାନଙ୍କ ସହ ନଜର ଆସିଲେ ଦୁଇ ପୂର୍ବତନ ପତ୍ନୀ, ଫ୍ୟାନ୍ସ କଲେ ଏମିତି କମେଣ୍ଟ...

ଉଲ୍ଲେଖନୀୟ ଯେ, ଆମିର ଖାନଙ୍କୁ ପୂର୍ବତନ ପତ୍ନୀଙ୍କ ସହ ଦେଖିବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଆମିର ଖାନ୍‌ ତାଙ୍କ ଭାଇ ମଂସୁର ଖାନଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ସେତେବେଳେ ମଧ୍ୟ ଅଭିନେତା ଉଭୟ ପୂର୍ବତନ ପତ୍ନୀ ରୀନା ଦତ୍ତା ଏବଂ କିରଣ ରାଓଙ୍କ ସହ ନଜର ଆସିଥିଲେ । ଏହି କାର୍ଯ୍ୟକ୍ରମରେ ଆମିର ତାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ରୀନା ଦତ୍ତା ଏବଂ କିରଣ ରାଓ ମଧ୍ୟ ଏକାଠି କ୍ୟାମେରା ପାଇଁ ପୋଜ୍ ଦେଇଥିଲେ । ଇଭେଣ୍ଟ୍‌ରେ ଉଭୟ ଏକାଠି ହସୁଥିବା ନଜର ଆସିଥିଲେ । ଏହି ଭିଡିଓ ଦେଖିଲେ ଲାଗୁଥିଲା ଯେ, ଉଭୟ ଭଲ ବଣ୍ଡିଂ ସେୟାର କରନ୍ତି ।

ଏହା ମଧ୍ୟ ପଢନ୍ତୁ: Amir and Fatima: ପ୍ରେମ ସମ୍ପର୍କ ଗୁଜବ ମଧ୍ୟରେ ପୁଣି ଏକାଠି ନଜର ଆସିଲେ ଆମୀର-ଫାତିମା, ଭିଡିଓ ଭାଇରାଲ

ଫାତିମା ସନାଙ୍କୁ ଡେଟ କରୁଛନ୍ତି କି ଆମିର ଖାନ ?

ବହୁ ପୂର୍ବେ ଗୁଜବ ଉଠିଥିଲା କି, ଆମିର ଖାନ ତାଙ୍କ ସହ-ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଡେଟ୍‌ କରୁଛନ୍ତି । ଉଭୟ ପରସ୍ପର ସହିତ ଅନେକ ଥର ନଜର ଆସିଛନ୍ତି । ଫାତିମା 'ଦଙ୍ଗଲ'ରେ ଗୀତା ଫୋଗାଟ ଭୂମିକାରେ ଅଭିନୟ କରିଥିଲେ । ତେବେ ଆମିର କିମ୍ବା ଫାତିମା ସେମାନଙ୍କ ରିଲେସନ୍‌ସିପ୍‌କୁ ନେଇ କେବେ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.