ହାଇଦ୍ରାବାଦ: ବଲିଉଡର 'ମିଷ୍ଟର ପରଫେକ୍ସନିଷ୍ଟ' ଅମିର ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା' ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ସୁଟିଂ ଶେଷ ହୋଇଛି ଏବଂ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି । ଏହି ସମୟରେ ବଲିଉଡରୁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ମୁତାବକ, ଅମିର ଖାନ ଏବଂ ରଣବୀର କପୁରଙ୍କ ଯୋଡି ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 'ଲାଲ ସିଂ ଚଡ୍ଡା' ପରେ ଅମିର ଖାନ ତାଙ୍କ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଅମିରଙ୍କ ଏହି ନୂଆ ପ୍ରୋଜେକ୍ଟରେ ରଣବୀର କପୁର ତାଙ୍କ ସହ ନଜର ଆସିବେ । ଏହା ଦ୍ୱିତୀୟ ଥର ହେବ ଯେ ଅମିର ଏବଂ ରଣବୀରଙ୍କୁ ଏକ ଫିଲ୍ମରେ ଏକାଠି ଦେଖିବାକୁ ମିଳିବ । ଏହାପୂର୍ବରୁ ରଣବୀର କପୁର ଅମିର ଖାନଙ୍କ ସୁପରହିଟ୍ ଫିଲ୍ମ 'ପିକେ' (2014)ରେ ଏକ କ୍ୟାମୋ ଭୂମିକାରେ ନଜର ଆସିଥିଲେ ।
ତେବେ ପୁଣି ଥରେ ଅମିର ଏବଂ ରଣବୀର ସେମାନଙ୍କ ଚମତ୍କାର ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାକୁ ଯାଉଛନ୍ତି । ଅମିରଙ୍କ ପରବର୍ତ୍ତୀ ପ୍ରକଳ୍ପ ବିଷୟରେ ଏପର୍ଯ୍ୟନ୍ତ କୌଣସି ଖୁଲାସା ହୋଇନାହିଁ । ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅମିର ଏବଂ ରଣବୀର ଶୀଘ୍ର ଏକ ନୂଆ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିବେ । ଏପଟେ ଅମିର ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା' ଅନେକ ଥର ଅଟକି ରହିବା ପରେ ଚଳିତ ବର୍ଷ ଅଗଷ୍ଟ 11 ରେ ମୁକ୍ତିଲାଭ କରିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ