ETV Bharat / entertainment

Adiprush: ଆସନ୍ତାକାଲି ରିଲିଜ ହେବ ଫିଲ୍ମ, ଶୁଭେଚ୍ଛା ଜଣାଇଲେ ଆମୀର ଖାନ୍ - ଆମୀର ଖାନ

ବାହୁବଲୀ ତାରକା ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍ ଷ୍ଟାରର୍ ପାନ୍ ଇଣ୍ଡିଆ ଫିଲ୍ମ ଆଦିପୁରୁଷ ଆସନ୍ତାକାଲି ଅର୍ଥାତ୍ ଜୁନ୍ 16ରେ ସାରା ବିଶ୍ବରେ ରିଲିଜ ହେବ । ଫିଲ୍ମ ରିଲିଜ ପୂର୍ବରୁ ବଲିଉଡ ଅଭିନେତା ଆମୀର ଖାନ ଏବଂ ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ,

ଆସନ୍ତାକାଲି ରିଲିଜ ହେବ ଫିଲ୍ମ, ଶୁଭେଚ୍ଛା ଜଣାଇଲେ ଆମୀର ଖାନ୍ ଏବଂ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ

author img

By

Published : Jun 15, 2023, 3:43 PM IST

ମୁମ୍ବାଇ: ପୁଣିଥରେ ଭାରତୀୟ ସିନେମାରେ ଏକ ବଡ଼ ଧମାକା ହେବାକୁ ଯାଉଛି । ବାହୁବଲୀ, ଆରଆରଆର, କେଜିଏଫ ଏବଂ ପଠାନ ଭଳି ଫିଲ୍ମ ବିଶ୍ୱବ୍ୟାପୀ ସୁପରହିଟ୍ ହେବା ପରେ ବର୍ତ୍ତମାନ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷ ସହ ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି । ଫିଲ୍ମର ଆଡଭାନ୍ସ ବୁକିଂ ଟିକେଟ ମଧ୍ୟ ଅଧିକା ହୋଇଛି। ଯାହାକୁ ନେଇ କୁହାଯାଉଛି ଯେ, ଫିଲ୍ମଟିର ପ୍ରଥମ ଦିନର କଲେକ୍ସନ 50 କୋଟି ଅତିକ୍ରମ କରିପାରେ । ତେବେ ରିଲିଜ ପୂର୍ବରୁ ଫିଲ୍ମ ଷ୍ଟାର୍‌ଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ବଲିଉଡ ଅଭିନେତା ଆମୀର ଖାନ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଆମୀର ଖାନ 'ଆଦିପୁରୁଷ' ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଟ୍ୱିଟରରେ ସେ ନିଜେ ଫିଲ୍ମ ଦେଖିବାର ଏକ ଫଟୋ ସେୟାର କରିଛନ୍ତି । ଲେଖିଛନ୍ତି, "ଫିଲ୍ମର ପୁରା ଟିମ୍‌କୁ ଶୁଭେଚ୍ଛା ।" ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଶ୍ରୀରାମଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଆଦିପୁରୁଷ ଉପରେ ପ୍ରଭୁ ରାମଙ୍କ ଆଶୀର୍ବାଦ ହେଉ । ଆଦିପୁରୁଷର ନିର୍ଦ୍ଦେଶକ, ନିର୍ମାତା ଏବଂ ଟିମକୁ ଶୁଭେଚ୍ଛା, ଫିଲ୍ମଟି ହିଟ୍ ହେଉ ।"

ସେପଟେ ଇନଷ୍ଟାଗ୍ରାମରେ ଆମୀର ଖାନ ତାଙ୍କ ପ୍ରଡକ୍ସନ୍ ହାଉସ୍ 'ଆମୀର ଖାନ୍ ପ୍ରଡକ୍ସନ୍' ଜରିଆରେ ଆଦିପୁରୁଷ ଫିଲ୍ମର ଟ୍ରେଲରକୁ ସେୟାର କରି ଲେଖିଛନ୍ତି, "ଭୂଷଣ କୁମାର, ପ୍ରଭାସ, ସୈଫ ଅଲି ଖାନ, କ୍ରିତି ସାନନ ଏବଂ ଓମ ରାଉତଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ପାଇଁ ଶୁଭେଚ୍ଛା । ଫିଲ୍ମ ଓ ଫିଲ୍ମର ଟିମ୍‌, ଦେଶ ଏବଂ ବିଶ୍ବର ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହେଉ ।"

ସୂଚନା ଥାଉ କି, ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ' 2 ଘଣ୍ଟା 59 ମିନିଟର ଫିଲ୍ମ । ଏହି ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ତରଫରୁ 'ୟୁ' ସାର୍ଟିଫିକେଟ୍ ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 500 କୋଟି ଟଙ୍କାର ବିପୁଳ ବଜେଟରେ ନିର୍ମିତ ପ୍ରଭାସଙ୍କ ଫିଲ୍ମ ସାରା ଦେଶରେ 6200 ସ୍କ୍ରିନ୍‌ରେ ରିଲିଜ ହେବାକୁ ଯାଉଛି, ସେଥିମଧ୍ୟରୁ 4000 ସ୍କ୍ରିନ୍‌ କେବଳ ହିନ୍ଦୀ ବେଲ୍ଟର ହେବ । ଏଥିସହିତ ଫିଲ୍ମ 'ଆଦିପୁରୁଷ' ପ୍ରଥମ ଦିନରେ 2ରୁ 5 କୋଟି ଟଙ୍କାର ଆଗୁଆ ବୁକିଂ ହୋଇଛି । ରିପୋର୍ଟ ଅନୁଯାୟୀ, ବୁଧବାର ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ପ୍ରାୟ 1.50 ଲକ୍ଷ ଟିକେଟ୍ ବିକ୍ରି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.