ETV Bharat / entertainment

Anil Kapoor B'day: ଦିନେ ପରିବାର ସହ ଗ୍ୟାରେଜରେ ରହୁଥିଲେ, ଏହି ଫିଲ୍ମ ବଦଳାଇ ଦେଲା ଭାଗ୍ୟ - ଗ୍ୟାରେଜରେ ରହୁଥିଲେ ଅନିଲ କପୁର

ଫିଟନେସ୍ ଆଇକନ୍ ଅନିଲ କପୁର ଆଜି ତାଙ୍କର 66 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ, ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ଖାସ୍‌ କାହାଣୀ କହିବାକୁ ଯାଉଛୁ । ଅଧିକ ପଢନ୍ତୁ

ଅନିଲ କପୁର ଜନ୍ମଦିନ
ଅନିଲ କପୁର ଜନ୍ମଦିନ
author img

By

Published : Dec 24, 2022, 11:44 AM IST

ହାଇଦ୍ରାବାଦ: ବଲିଉଡର 'ମିଷ୍ଟର ଇଣ୍ଡିଆ' ଅର୍ଥାତ୍ ସୁପରଷ୍ଟାର ଅନିଲ କପୁରଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଫିଟ୍‌ ଅଭିନେତାଙ୍କ ମଧ୍ୟରେ ଗଣାଯାଏ । ଆଜି ଅନିଲ କପୁର ତାଙ୍କର 66 ତମ ଜନ୍ମଦିନ ପାଳନ କରୁଛନ୍ତି । ଅନିଲ କପୁର 24 ଡିସେମ୍ବର 1965ରେ ଜନ୍ମଗ୍ରହଣ କରିଥିଲେ । ଅନିଲ କପୁର ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି, କିନ୍ତୁ ଏଠାରେ ପହଞ୍ଚିବା ତାଙ୍କ ପାଇଁ ଏତେଟା ସହଜ ନଥିଲା । ସଫଳତାର ଶିଖରରେ ପହଞ୍ଚିବା ପାଇଁ ଅନିଲ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି, ତାଙ୍କ ଜନ୍ମଦିନ ଅବସରରେ, ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ଖାସ୍‌ କାହାଣୀ କହିବାକୁ ଯାଉଛୁ ।

ଅନିଲ କପୁର
ଅନିଲ କପୁର

ପରିବାର ସହ ଗ୍ୟାରେଜରେ ରହୁଥିଲେ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ଅନିଲ କପୁର ମୁମ୍ବାଇ ଆସିଥିଲେ ସେତେବେଳେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା। ତାଙ୍କ ପରିବାର ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ପ୍ରାରମ୍ଭିକ ଦିନରେ ସେ ରାଜ କପୁରଙ୍କ ଗ୍ୟାରେଜରେ ରହୁଥିଲେ । ଅନିଲ କପୁରଙ୍କ ପିତା ସୁରିନ୍ଦର କପୁର ହେଉଛନ୍ତି ରାଜ କପୁରଙ୍କ ପିତା ପୃଥ୍ବୀରାଜ କପୁରଙ୍କ ସମ୍ପର୍କୀୟ ଭାଇ। ଏଭଳି ପରିସ୍ଥିତିରେ ଯେତେବେଳେ ସେ ମୁମ୍ବାଇ ଆସିଥିଲେ ସେତେବେଳେ ଟଙ୍କା ଅଭାବରୁ ସେ କିଛି ବର୍ଷ ରାଜ କପୁରଙ୍କ ଗ୍ୟାରେଜରେ ରହୁଥିଲେ। ଏହା ପରେ ସେ ଅନ୍ୟ ଏକ ସ୍ଥାନରେ ଘର ଭଡା ନେଇ ରହିଲେ।

ଅନିଲ କପୁର
ଅନିଲ କପୁର

ତେଲୁଗୁ ଚଳଚ୍ଚିତ୍ର ସହିତ କ୍ୟାରିଅର୍ ଆରମ୍ଭ

1979 ମସିହାରେ ଅନିଲ କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ନିର୍ଦ୍ଦେଶକ ଉମେଶ ମେହେରାଙ୍କ ଫିଲ୍ମ ‘ହମାରେ ତୁମହାରେ’ରେ ସେ ଏକ କ୍ୟାମୋ କରିଥିଲେ। ଜଣେ ତାରକା ଭାବରେ ଅନିଲ କପୁର ତେଲୁଗୁ ଚଳଚ୍ଚିତ୍ରରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ 1980 ରେ ତେଲୁଗୁ ଚଳଚ୍ଚିତ୍ର 'ବାମସା ବୃକ୍ଷମ୍‌' ସହିତ ଡେବ୍ୟୁ କରିଥିଲେ। ଏଥିରେ ସେ ହିରୋ ଭୂମିକାରେ ଅଭିନୟ କରିଥିଲେ। 1983 ମସିହାରେ ଅନିଲ ଫିଲ୍ମ 'ୱୋ ସାତ ଦିନ୍' ମାଧ୍ୟମରେ ମୁଖ୍ୟ ଅଭିନେତା ଭାବରେ ତାଙ୍କର ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଅନିଲ କପୁର ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଲେ ଏବଂ ଏହି ଫିଲ୍ମ ହିଁ ତାଙ୍କ ଭାଗ୍ୟ ବଦଳାଇ ଦେଲା । ଧୀରେ ଧୀରେ ଚମତ୍କାର ପ୍ରଦର୍ଶନ ସହିତ ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କଲେ ଅନିଲ ।

ଅନିଲ କପୁର
ଅନିଲ କପୁର

ଅନିଲ କପୁର ପ୍ରେମ କାହାଣୀ

ସଫଳତାର କାହାଣୀ ପରି ଅନିଲ କପୁରଙ୍କ ପ୍ରେମ ଜୀବନ ମଧ୍ୟ ବହୁତ ହୃଦୟସ୍ପର୍ଶୀ ଥିଲା । ତାଙ୍କ ସଂଘର୍ଷ ସମୟରେ ସେ ମଡେଲ ସୁନୀତାଙ୍କୁ ଭେଟିଥିଲେ। ସୁନୀତାଙ୍କୁ ଦେଖିବା କ୍ଷଣି ଅନୀଲ ତାଙ୍କ ପ୍ରେମରେ ପଡିଗଲେ। ସେହି ସମୟରେ ଅନିଲଙ୍କ ଖର୍ଚ୍ଚ ସୁନୀତା ହିଁ ବହନ କରୁଥିଲେ। ଅନିଲ କପୁର 19 ମେ 1984 ରେ ସୁନୀତାଙ୍କୁ ବିବାହ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.