ETV Bharat / entertainment

72 Hoorain: ରିଲିଜ ହେଲା 72 ହୁରେନ୍ ଟ୍ରେଲର, ଆତଙ୍କବାଦର ମୁଖା ଖୋଲିବ ଫିଲ୍ମ

ଆଜି ନିର୍ମାତାମାନେ '72 ହୁରେନ୍ 'ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି । ସେନ୍ସର ବୋର୍ଡ ଏହି ଚଳଚ୍ଚିତ୍ରର ଟ୍ରେଲରକୁ ସାର୍ଟିଫିକେଟ୍ ଦେବାକୁ ମନା କରିଦେଇଥିଲା ଏବଂ ଅନେକ ପରିବର୍ତ୍ତନ କରିବାକୁ କହିଥିଲେ । ଅଧିକ ପଢନ୍ତୁ...

ସେନ୍ସର ବୋର୍ଡର ପ୍ରତ୍ୟାଖ୍ୟାନ ପରେ ବି ରିଲିଜ ହେଲା 72 ହୁରେନ୍ ଟ୍ରେଲର

author img

By

Published : Jun 28, 2023, 5:03 PM IST

ହାଇଦ୍ରାବାଦ: ଚଳଚ୍ଚିତ୍ର '72 ହୁରେନ୍ 'ଆରମ୍ଭ ହେବା ଦିନଠାରୁ ବିବାଦ ଲାଗି ରହିଛି ଏବଂ ଆଜି ଜୁନ୍ 28 ରେ ଏହି ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଆତଙ୍କବାଦୀଙ୍କ ଉପରେ ଆଧାରିତ କରି ଏହି ଫିଲ୍ମ ନିର୍ମାଣ କରାଯାଇଥିବା ବେଳେ ଟ୍ରେଲରରେ ଆତଙ୍କବାଦୀଙ୍କ କଳା ଦୁନିଆ ଦେଖିବାକୁ ମିଳିଛି। ସେପଟେ ସେନ୍ସର ବୋର୍ଡ ମନା କରିବା ସତ୍ତ୍ୱେ ନିର୍ମାତାମାନେ '72 ହୁରେନ୍ 'ଚଳଚ୍ଚିତ୍ରର ଟ୍ରେଲର ରିଲିଜ କରିଛନ୍ତି। ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ରିଲିଜ ହୋଇଛି।

  • " class="align-text-top noRightClick twitterSection" data="">

ନିର୍ମାତାମାନେ ଫିଲ୍ମ '72 ହୁରେନ୍'ର ଟ୍ରେଲରକୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ଅର୍ଥାତ୍ ସିବିଏଫସି ପଠାଇଥିଲେ। କିନ୍ତୁ ଏହାକୁ ଆପତ୍ତିଜନକ ବୋଲି କହି ଟ୍ରେଲରକୁ ପରିବର୍ତ୍ତନ କରିବାକୁ ସେନ୍ସର ବୋର୍ଡ ପରାମର୍ଶ ଦେଇଛି ଏବଂ ବର୍ତ୍ତମାନ ସୁଦ୍ଧା ଏହାକୁ ପ୍ରମାଣପତ୍ର ଦେବାକୁ ମନା କରି ଦେଇଛି। କିନ୍ତୁ ଫିଲ୍ମର ନିର୍ମାତାମାନେ ସେନ୍ସର ବୋର୍ଡର ନିଷ୍ପତ୍ତି ପରେ ପରଦିନ ଅର୍ଥାତ ଆଜି ଫିଲ୍ମର ଟ୍ରେଲରକୁ ଡିଜିଟାଲ୍ ରିଲିଜ୍ କରିଛନ୍ତି। ତଥାପି, ବିନା ଅନୁମତିରେ ଏହା ଥିଏଟରରେ ରିଲିଜ୍ ହୋଇପାରିବ ନାହିଁ । ଏହି ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ସଞ୍ଜୟ ପୁରାଣ ସିଂ ଚୌହାନ ନିର୍ଦ୍ଦେଶନା ଦେଇଛନ୍ତି।

ନିର୍ମାତାମାନେ ଏହି ଫିଲ୍ମକୁ ସତ ଘଟଣା ଉପରେ ଆଧାର କରି ବର୍ଣ୍ଣନା କରିଛନ୍ତି । ଏହି ଚଳଚ୍ଚିତ୍ରର ପୁରା କାହାଣୀ ଆତଙ୍କବାଦୀଙ୍କ ଉପରେ ଲେଖାଯାଇଛି । କିପରି ଲୋକଙ୍କ ବ୍ରେନଓ୍ୱାସ୍ କରି ଆତଙ୍କବାଦୀ ସଜାଇ ସମାଜରେ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି । 72 ହୁରେନଙ୍କ ଟ୍ରେଲର ଅନୁଯାୟୀ ଆତଙ୍କବାଦୀମାନେ ବିଶ୍ୱାସ କରନ୍ତି ଯେ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଲୋକଙ୍କୁ ହତ୍ୟା କରନ୍ତି, ଭଗବାନ ସେମାନଙ୍କୁ ସ୍ୱର୍ଗରେ ଆଶ୍ରୟ ଦିଅନ୍ତି ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମର ଟିଜର ରିଲିଜ, ଆତଙ୍କବାଦୀଙ୍କ ପର୍ଦ୍ଦାଫାସ କରିବ ଏହି ଫିଲ୍ମ

ଟ୍ରେଲରକୁ ସେନ୍ସର ବୋର୍ଡ ପ୍ରମାଣପତ୍ର ଦେବା ପରେ ଫିଲ୍ମର ସହ-ନିର୍ମାତା ଅଶୋକ ପଣ୍ଡିତ ଏକ ସାମ୍ବାଦିକ ସମ୍ମିଳନୀ କରି ବୋର୍ଡର ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଆମର ଫିଲ୍ମ 72 ହୁରେନ୍ ର ସେନ୍ସର ସାର୍ଟିଫିକେଟ୍ ଅଛି। ସେ କହିଛନ୍ତି ଯେ ଟ୍ରେଲରର ଏକ ଦୃଶ୍ୟରେ ଗୋଡ କାଟି ଦିଆଯାଇଥିବା ଦେଖାଯାଇଛି, ଏହାକୁ ହଟାଇବାକୁ କୁହାଯାଇଛି, କିନ୍ତୁ ଏହି ଦୃଶ୍ୟ ଫିଲ୍ମରେ ଅଛି ଏବଂ ଫିଲ୍ମଟି ପ୍ରମାଣପତ୍ର ପାଇସାରିଛି।

ଅଶୋକ ପଣ୍ଡିତ କହିଛନ୍ତି ଯେ ଟ୍ରେଲରରେ କୁରାନର ଗୋଟିଏ ଶବ୍ଦକୁ ସେନ୍ସର ବୋର୍ଡ ଆପତ୍ତି କରିଛନ୍ତି। କିନ୍ତୁ ଏହି ଦୃଶ୍ୟ ଫିଲ୍ମରେ ଅଛି। ଫିଲ୍ମରେ ଯେଉଁ ଦୃଶ୍ୟ ଭଲ ଅଛି ତାହା ଟ୍ରେଲରରେ ହଟାଇବାକୁ କୁହାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଚଳଚ୍ଚିତ୍ରର ଷ୍ଟାରକାଷ୍ଟ ବିଷୟରେ କହିବାକୁ ଗଲେ, ଅଭିନେତା ପୱନ ମଲହୋତ୍ରା (ହାକିମ ଅଲି) ଏବଂ ଆମୀର ବଶୀର (ବିଲାଲ ଅହମ୍ମଦ) ଏହି ଚଳଚ୍ଚିତ୍ରରେ ଆତଙ୍କବାଦୀ ଭାବରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରକୁ ଦୁଇ ଜାତୀୟ ପୁରସ୍କାର ବିଜେତା ସଞ୍ଜୟ ପୁରାଣ ସିଂ ଚୌହାନ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମ 72 ହୁରେନ୍ ଜୁଲାଇ 7 ରେ ହିନ୍ଦୀ, ବଙ୍ଗାଳୀ, ଆସାମ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ମରାଠୀ, ପଞ୍ଜାବୀ, କାଶ୍ମୀରୀ ଏବଂ ଭୋଜପୁରୀରେ ପ୍ରେକ୍ଷାଳୟରେ ରିଲିଜ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.