ETV Bharat / entertainment

National Film Awards ସମାରୋହରେ ସ୍ବାମୀଙ୍କ ସହ ସେଲ୍ଫି ନେଇ ଟ୍ରୋଲ ହେଲେ ଆଲିଆ

author img

By ETV Bharat Odisha Team

Published : Oct 18, 2023, 3:09 PM IST

69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀ ଭାବେ ପୁରସ୍କାର ପ୍ରାପ୍ତ କରିଛନ୍ତି ଆଲିଆ ଭଟ୍ଟ, କ୍ରିତି ସାନନ୍ ଏବଂ ଅଲୁ ଅର୍ଜୁନ । ଏହି କାର୍ଯ୍ୟକ୍ରମରେ ଆଲିଆ ଭଟ୍ଟ ସ୍ବାମୀ ରଣବୀର କପୁରଙ୍କ ସହ ସାମିଲ ହୋଇଥିବା ବେଳେ ସେ ତାଙ୍କ ସହ ସେଲଫି କ୍ଲିକ୍ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଲିଆ ବର୍ତ୍ତମାନ ଟ୍ରୋଲର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ

National Film Awards ସମାରୋହରେ ସ୍ବାମୀଙ୍କ ସହ ସେଲ୍ଫି ନେଇ ଟ୍ରୋଲ ହେଲେ ଆଲିଆ
National Film Awards ସମାରୋହରେ ସ୍ବାମୀଙ୍କ ସହ ସେଲ୍ଫି ନେଇ ଟ୍ରୋଲ ହେଲେ ଆଲିଆ

ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ଆଲିଆ ଭଟ୍ଟ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର କପୁରଙ୍କ ସହ ଦିଲ୍ଲୀରେ ପହଞ୍ଚିଥିଲେ । ଏହି ପୁରସ୍କାର ବିତରଣ ଉତ୍ସବରେ ଅଲ୍ଲୁ ଅର୍ଜୁନ ଏବଂ କ୍ରିତି ସାନନ୍ ମଧ୍ୟ ସାମିଲ ହୋଇଥିଲେ । ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ଆଲିଆ ଭଟ୍ଟ ଏବଂ କ୍ରିତି ସାନନ୍ ସମ୍ମାନିତ ହୋଇଥିବାବେଳେ ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସମାରୋହ ପରେ ଆଲିଆ ରଣବୀରଙ୍କ ସହ ସେଲଫି ନେଉଥିବା ଏବଂ ଅଲ୍ଲୁ ଅର୍ଜୁନ କ୍ରିତି ସାନନଙ୍କ ସହ ସେଲଫି ନେଉଥିବାର ନଜର ଆସିଥିଲେ। ଏହି ଫଟୋ ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅକ୍ଟୋବର 17 ରେ, 69 ତମ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମୟରେ ଭାଇରାଲ ହେଉଥିବା ଫଟୋରେ ଆଲିଆ ରଣବୀରଙ୍କ ସହ ସେଲଫି ନେଉଥିବାର ନଜର ଆସିଥିଲେ । ସେଲ୍ଫି ଫଟୋରେ ପତ୍ନୀଙ୍କ ସଫଳତା ପାଇଁ ଗର୍ବିତ ଅନୁଭବ କରିବା ସହ ରଣବୀର ମଧ୍ୟ ବେଶ ଖୁସି ଥିବା ଜଣାପଡୁଥିଲେ । ଫଟୋରେ ରଣବୀର ନିଜ ପୁରସ୍କାର ଧରିବା ସହ ରଣବୀରଙ୍କୁ କିସ କରୁଥିବା ନଜର ଆସିଛନ୍ତି । ଯାହାକୁ ଅନେକ ୟୁଜର୍ସ ପସନ୍ଦ କରୁଥିବା ବେଲେ ଅନେକ ଆଲିଆଙ୍କୁ ଟ୍ରୋଲ କରିଛନ୍ତି ।

ଇନଷ୍ଟାଗ୍ରାମରେ ପାପାରାଜିଙ୍କ ଦ୍ବାରା ସେୟାର ହୋଇଥିବା ଫଟୋ ଏବଂ ଭିଡିଓରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, ଠିକ ଅଛି, କିନ୍ତୁ ଏହା ଏକ ସରକାରୀ ପୁରସ୍କାର ସମାରୋହ, ସେମାନେ କିପରି ଏହିପରି ଆଚରଣ କରିପାରୁଛନ୍ତି ? ଅନ୍ୟ ଜଣେ ଲେଖିଛନ୍ତି, 'ପଛରେ ଥିବା ଅଙ୍କଲ ନିଶ୍ଚୟ ଭାବୁଥିବେ କ’ଣ ଚାଲିଛି ଏଠାରେ, ମୁଁ କାହିଁକି ଆସିଛି ।' ଅନ୍ୟ ଜଣେ ଲେଖିଛନ୍ତି, ଆପଣମାନେ ଜାଣିବା ଉଚିତ୍ କେଉଁଠାରେ ଏପରି ଆଚରଣ କରିବା ଦରକାର । ଅନ୍ୟ ଜଣେ ଲେଖିଛନ୍ତି, ବିଧାନସଭା ହଲରେ ଏହି ସମସ୍ତ କାର୍ଯ୍ୟକଳାପ କରି ଆପଣ ଲୋକଙ୍କୁ ଭୁଲବାର୍ତ୍ତା ପଠାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦାଦା ସାହେବ ଫାଲକେ ଆୱାର୍ଡ ପାଇ ଭାବୁକ ହେଲେ ୱାହିଦା ରେହମାନ

ଅନ୍ୟପକ୍ଷରେ ସାଉଥ ଅଭିନେତା ଅଲ୍ଲୁ ଅର୍ଜୁନ ଏବଂ କ୍ରିତି ସାନନ୍ ଏହି ସମାରୋହରେ ଏକାଠି ବସିଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ଅଲ୍ଲୁ ଅର୍ଜୁନଙ୍କ ସହ ସେଲଫି ପାଇଁ ଏକ ଆଇକନିକ ପୋଜ୍ ଦେଇଥିବା ନଜର ଆସିଛନ୍ତି । ସେପଟେ ଭାଇରାଲ ହେଉଥିବା ଆଉ ଏକ ଭିଡିଓରେ ସମାରୋହ ପରେ କ୍ରିତି ଏବଂ ଅଲ୍ଲୁଙ୍କୁ ରଣବୀର ଶୁଭେଚ୍ଛା ଦେଉଥିବା ଦେଖିବାକୁ ମିଳିଛି । ଆଉ ଏକ ପୋଷ୍ଟରେ ଆଲିଆ କ୍ରିତିଙ୍କ ସହ ଏବଂ ଶ୍ରୀୟା ଘୋସାଲଙ୍କ ସହ ପୋଜ ଦେଉଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.