ETV Bharat / entertainment

2018 Movie: ଥିଏଟରରେ କମାଲ କରୁଛି ଫିଲ୍ମ, ୧୦ଦିନରେ ୧୦୦କୋଟି ବ୍ୟବସାୟ - ୧୦୦ କୋଟି କ୍ଲବ

ଥିଏଟରରେ ଯାଦୁ ଦେଖାଉଛି ମଲିଉଡ ଫିଲ୍ମ '୨୦୧୮' । ରିଲିଜ ୧୦ଦିନରେ ବିଶ୍ବସ୍ତରରେ ବ୍ୟବସାୟ କଲାଣି ୧୦୦ କୋଟି । ଅଧିକ ପଢନ୍ତୁ

2018
2018
author img

By

Published : May 16, 2023, 10:53 PM IST

Updated : May 16, 2023, 11:04 PM IST

ହାଇଦ୍ରାବାଦ: ଥିଏଟରରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛି ମଲିଉଡ ଫିଲ୍ମ '୨୦୧୮' । ଏହି ଫିଲ୍ମ ରିଲିଜର ମାତ୍ର ୧୦ଦିନରେ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି । ଜୁଡ ଆନ୍ଥୋନି ଜୋସେଫଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ମାଲାୟାଲାମ ଭାଷୀ ଦର୍ଶକଙ୍କ ହୃଦୟକୁ ଛୁଇଁ ୧୦୦ କୋଟି କ୍ଲବରେ ପ୍ରବେଶ କରିବାରେ ଦ୍ରୁତଗତି ମଲିଉଡ ଫିଲ୍ମ ହୋଇପାରିଛି । ବିଶ୍ବସ୍ତରରେ ଏହି ଫିଲ୍ମଟି ରିଲିଜ ହୋଇଥିବା ମେକର୍ସ ସୂଚନା ଦେଇଛନ୍ତି । ତେବେ ଏହି ଫିଲ୍ମରେ ୨୦୧୮ ମସିହାରେ କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ସମ୍ପର୍କରେ ଦର୍ଶାଯାଇଛି ।

ଏହି ଫିଲ୍ମରେ ତୋଭିନୋ ଥୋମାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅଶିଫ ଅଲ୍ଲି, କୁଞ୍ଚାକୋ ବୋବାନ, ଅପର୍ଣ୍ଣା ବଲ୍ଲମୁରାଲି ଓ ଲାଲ ମଧ୍ୟ ପ୍ରମୁଖ ଭୂମିକାରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ମାଲାୟଲାମ ଭାଷୀ ଫିଲ୍ମ ଭାବେ ଏହା ମଲିଉଡ ଜଗତରେ ଏକ ବିଗ୍‌ ହିଟ ହୋଇଛି । ଫିଲ୍ମର ବକ୍ସ ଅଫିସ ସମ୍ପର୍କରେ ନିର୍ଦ୍ଦେଶକ ଜୁଡ ଆନ୍ଥୋନି ଜୋସେଫ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏ ନେଇ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରରେ ଫିଲ୍ମଟି ୧୦୦ କୋଟି ବ୍ୟବସାୟ କରିଥିବା ଦର୍ଶାଯାଇଛି ।

ଏହା ବି ପଢନ୍ତୁ- Box office Collection: ସିଲଭର ସ୍କ୍ରିନରେ ଫିଲ୍ମର ଧମାକା ଜାରି, ଖୁବଶୀଘ୍ର 150କୋଟି କ୍ଲବରେ ଏଣ୍ଟ୍ରି

ଏହାସହିତ ସେ ଦର୍ଶକଙ୍କୁ ମଧ୍ୟ ଏଥିଲାଗି କୃତଜ୍ଞତା ଜଣାଇଛନ୍ତି । ଏହି ଫିଲ୍ମରେ ୨୦୧୮ ମସିହାରେ କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ସମ୍ପର୍କରେ ଦର୍ଶାଯାଇଛି । ଫିଲ୍ମର ଟ୍ୟାଗଲାଇନ ରହିଛି 'Everyone is a Hero' । ଫିଲ୍ମରେ ପ୍ରକୃତିର କରାଳ ରୂପ ପ୍ରଦର୍ଶିତ କରାଯାଇଛି । ମାତ୍ର ଏହି ପ୍ରଳୟଙ୍କାରୀ ବନ୍ୟା ପରେ ମଧ୍ୟ କିପରି କେରଳ ପୁଣି ଅଣ୍ଟା ସଳଖି ଠିଆ ହୋଇଥିଲା ସେ ସମ୍ପର୍କରେ ମଧ୍ୟ କଳାକାରମାନେ ନିଚ୍ଛକ ଅଭିନୟ କରି ଉକ୍ତ ଘଟଣାକୁ ଦର୍ଶକଙ୍କ ମନରେ ଜୀବିତ କରିଛନ୍ତି । ୨୦୨୩ ମସିହାରେ ମଲିଉଡର ଅନେକ ଫିଲ୍ମର ଯାଦୁ ଥିଏଟରରେ ଦେଖିବାକୁ ମିଳିନଥିଲା ।

ହେଲେ ଅଭିନେତା ତୋଭିନୋ ଥୋମାସଙ୍କ ଅଭିନୀତ '୨୦୧୮' ପ୍ରେକ୍ଷାଳୟରେ ନିଜ ଯାଦୁ ଦେଖାଇଛି । ଫଳରେ ମେକର୍ସଙ୍କୁ ଏକ ଆଶ୍ବସ୍ତି ମିଳିଛି । ଫିଲ୍ମ ରିଲିଜର ଦ୍ବିତୀୟ ସପ୍ତାହରେ ଥିଏଟରରେ ଦର୍ଶକଙ୍କ ବେଶ ଭିଡ଼ ଜମୁଛି । ଫିଲ୍ମର ବଜେଟ ମାତ୍ର ୨୦ କୋଟି ହୋଇଥିବା ବେଳେ ଏହା ଏଯାବତ ୧୦୦ କୋଟି ବ୍ୟବସାୟ କରି ଏକ ବ୍ଲକବଷ୍ଟର ଫିଲ୍ମ ହୋଇପାରିଛି । ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଅନ୍ୟ ଅଭିନେତାମାନେ ମଧ୍ୟ ଫିଲ୍ମକୁ ପ୍ରଶଂସା କରିଛନ୍ତି ।

Last Updated : May 16, 2023, 11:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.