ETV Bharat / entertainment

ରଜନୀକାନ୍ତଙ୍କୁ ଭେଟିଲେ ଜୁଡ ଆନ୍ଥନି ଜୋସେଫ୍, ପାଦ ଛୁଇଁ ନେଲେ ଆଶୀର୍ବାଦ - Jude Anthany Joseph

2024 ଏକାଡେମୀ ପୁରସ୍କାର ପାଇଁ ଚଳଚ୍ଚିତ୍ର ନିର୍ମାତା ଜୁଡ ଆନ୍ଥନି ଜୋସେଫଙ୍କ ମାଲାୟାଲମ୍ ଚଳଚ୍ଚିତ୍ର 2018: ଏଭ୍ରିୱାନ୍ ଇଜ ଏ ହିରୋ ମନୋନୀତ ହୋଇଛି । ଏହି ସମୟରେ ନିଜ ଓସ୍କାର ଯାତ୍ରା ପାଇଁ ଆଶୀର୍ବାଦ ପାଇବାକୁ ଆନ୍ଥନି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିଛନ୍ତି ।

ରଜନୀକାନ୍ତଙ୍କୁ ଭେଟିଲେ ଜୁଡ ଆନ୍ଥନି ଜୋସେଫ୍, ଅଭିନେତାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

author img

By ETV Bharat Odisha Team

Published : Oct 8, 2023, 7:29 PM IST

ହାଇଦ୍ରାବାଦ: ମାଲାୟଲମ ଚଳଚ୍ଚିତ୍ର ନିର୍ମାତା ଜୁଡ ଆନ୍ଥନି ଜୋସେଫ, ଯାହାଙ୍କ ଚଳଚ୍ଚିତ୍ର 2018: ଏଭ୍ରିୱାନ୍ ଇଜ ଏ ହିରୋ 2024 ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି । ତେବେ ଏହି ପୁରସ୍କାର ଅଭିଯାନରେ ଆଶୀର୍ବାଦ ପାଇବା ପାଇଁ ନିର୍ମାତା ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିଛନ୍ତି । ରବିବାର ଦିନ ସୋସିଆଲ ମିଡିଆରେ ରଜନୀକାନ୍ତଙ୍କ ସହ ସେ ତାଙ୍କର ସାକ୍ଷାତକାରର ଫଟୋ ସେୟାର କରିଛନ୍ତି ।

  • " class="align-text-top noRightClick twitterSection" data="">

ଜୁଡ ଆନ୍ଥନି ନିଜ ଇନଷ୍ଟାଗ୍ରାମରେ ରଜନୀକାନ୍ତଙ୍କ ସହ ସାକ୍ଷାତକାରର ଅନେକ ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ, ଉଭୟ କ୍ୟାମେରା ପାଇଁ ପୋଜ ଦେଇ ହସୁଥିବାର ନଜର ଆସିଛନ୍ତି । ଅନ୍ୟଟିରେ ଆନ୍ଥନି ରଜନୀକାନ୍ତଙ୍କ ପାଦ ଛୁଉଁଥିବାର ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ରଜନୀକାନ୍ତ ତାଙ୍କୁ ଆଶୀର୍ବାଦ ଦେଉଥିବାର ନଜର ଆସିଛନ୍ତି । ଏହି ସମୟରେ ରଜନୀକାନ୍ତଙ୍କୁ ବ୍ଲାକ ସାର୍ଟ ଏବଂ ହ୍ବାଇଟ ଧୋତିରେ ଦେଖିବାକୁ ମିଳିଥିବା ବେଳେ ଆନ୍ଥନି ବ୍ଲାକ ଜିନ୍ସ ଏବଂ ହ୍ବାଇଟ ପ୍ରିଣ୍ଟେଣ୍ଡ ସାର୍ଟରେ ନଜର ଆସିଛନ୍ତି ।

ଆନ୍ଥନି ସେୟାର କରିଥିବା ଆଉ ଏକ ଫଟୋରେ ସେ ତାଙ୍କ ପୁରା ଟିମ ସହ ରଜନୀକାନ୍ତଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଆନ୍ଥନି କ୍ୟାପସନରେ ଲେଖିଛନ୍ତି, ଥଲାଇଭର କହିଛନ୍ତି “ଜୁଡ ଏ କଣ ଫିଲ୍ମ, ତୁମେ କିପରି ସୁଟିଂ କଲ? ଆଶ୍ଚର୍ଯ୍ୟଜନକ କାମ" ଏବଂ ଓସ୍କାର ଯାତ୍ରା ପାଇଁ ଆମକୁ ଆଶୀର୍ବାଦ ପ୍ରଦାନ କରି ପୁରସ୍କାର ଆଣିବାକୁ ଉତ୍ସାହିତ କରିଥିଲେ । ଏଥିସହ ଜୁଡ ରଜନୀକାନ୍ତଙ୍କ ସହ ସାକ୍ଷାତକାରର ସୁଯୋଗ ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିପାଇଁ ସେ ତାଙ୍କ ବନ୍ଧୁ ସଉନ୍ଧରିଆଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏଣ୍ଟ୍ରି କଲା ‘୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ

2018 ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଚଳିତବର୍ଷ ମେ ମାସରେ ମୁକ୍ତିଲାଭ କରିଥିଲା । ଏବଂ ବକ୍ସ ଅଫିସରେ 200 କୋଟି ଟଙ୍କା ଅତିକ୍ରମ କରି ସର୍ବାଧିକ ଆୟ କରିଥିବା ମାଲାୟଲମ୍ ଚଳଚ୍ଚିତ୍ର ହୋଇ ସଫଳତା ହାସଲ କରିଥିଲା । ଏହି ଫିଲ୍ମରେ ୨୦୧୮ କେରଳରେ ହୋଇଥିବା ବନ୍ୟା ପରିସ୍ଥିତିକୁ ଦର୍ଶାଯାଇଛି । ତୋଭିନୋ ଥୋମାସ୍, ତନଭି ରାମ, କୁଞ୍ଚାକୋ ବୋବାନ୍, ଏବଂ ଅପର୍ନା ବାଲାମୁରାଲୀ ଅଭିନୟ କରିଛନ୍ତି । ତେବେ ବର୍ତ୍ତମାନ ଏହି ଫିଲ୍ମ ୨୦୨୪ ଓସ୍କାର ପାଇଁ ସର୍ବୋତ୍ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ମନୋନୀତ ହୋଇ ଆଉ ଏକ ସଫଳତା ହାସଲ କରିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.