ETV Bharat / entertainment

12th Fail VS Tejas: ୨୦କୋଟି ପାର୍ କଲା ବିକ୍ରାନ୍ତ ମାସିଙ୍କ ଫିଲ୍ମ, ଦର୍ଶକଙ୍କ ମନ ଜିତୁନି କୁଇନ୍‌ଙ୍କ ଫିଲ୍ମ

author img

By ETV Bharat Odisha Team

Published : Nov 6, 2023, 10:50 AM IST

ବକ୍ସ ଅଫିସରେ ଚାଲୁନି କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସର ଯାଦୁ । ତେଜସକୁ ଫଛରେ ପକାଇ ବିକ୍ରାନ୍ତ ମାସିଙ୍କ ଫିଲ୍ମ ୧୨th ଫେଲ୍‌ ଦର୍ଶକଙ୍କ ମନ ଜିତିବାରେ ଲାଗିଛି । ଉଭୟ ଫିଲ୍ମ ୧୧ଦିନ ମଧ୍ୟରେ କେତେ ଆୟ କରିଛି ? ଜାଣନ୍ତୁ

୨୦କୋଟି ପାର୍ କଲା ବିକ୍ରାନ୍ତ ମାସିଙ୍କ ଫିଲ୍ମ, ଦର୍ଶକଙ୍କ ମନ ଜିତିପାରୁନି କଙ୍ଗନାଙ୍କ ଫିଲ୍ମ

ହାଇଦ୍ରାବାଦ: ବିକ୍ରାନ୍ତ ମାସି ଷ୍ଟାରର ଫିଲ୍ମ ୧୨th ଫେଲ୍‌ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମ କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ ସହ ୨୭ ଅକ୍ଟୋବରରେ ଏକାସାଙ୍ଗେ ଥିଏଟରରେ ରିଲିଜ ହୋଇଥିଲା । କଡା ପ୍ରତିଦ୍ବନ୍ଦ୍ବିତା ସତ୍ବେ ୧୨th ଫେଲ ଫିଲ୍ମ ତେଜସକୁ ଫଛରେ ପକାଇଛି । ୧୨th ଫେଲ୍‌ ଫିଲ୍ମ ୧୧ଦିନ ମଧ୍ୟରେ ୨୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ସେପଟେ ତେଜସ ୧୦କୋଟି ଛୁଇଁବାରେ ମଧ୍ୟ ସଫଳ ହୋଇପାରିନାହିଁ ।

ଇଣ୍ଡଷ୍ଟ୍ରି ଟ୍ରାକର ସାକ୍ନିଲ୍କିଙ୍କ ରିପୋର୍ଟ ଅନୁଯାୟୀ, ୧୨th ଫେଲ୍‌ ପ୍ରଥମ ଦିନରେ ୧.୧୧ କୋଟି ସହ ଓପନିଂ କରିଥିଲା । ପରେ ପରେ ଏହି ଫିଲ୍ମ ଧୀରେଧୀରେ ଲୋକପ୍ରିୟତା ହାସଲ କରିବା ସହ ଆୟରେ ମଧ୍ୟ ବୃଦ୍ଧି ଘଟିଲା । ଏବଂ ଫିଲ୍ମ ବର୍ତ୍ତମାନ ରିଲିଜର ୧୧ ଦିନରେ ପହଞ୍ଚିଛି । ୧୦ଦିନ ଅର୍ଥାତ୍ ୨ୟ ରବିବାରରେ ଫିଲ୍ମ ୩.୪୬ କୋଟି ଆୟ କରିଥିଲା । ବର୍ତ୍ତମାନ ୨ୟ ସୋମବାର ଅର୍ଥାତ୍ ୧୧ତମ ଦିନରେ ଆନୁମାନିକ ୧.୫୦ କୋଟି ଆୟ କରିପାରେ । ଫଳରେ ଫିଲ୍ମର ମୋଟ ଆୟ ୨୩.୧୮ କୋଟିକୁ ବୃଦ୍ଧି ପାଇବ ।

ସେହିପରି ତେଜସ ପ୍ରଥମ ଦିନରେ ୧.୨୫ କୋଟି ସହ ଓପନିଂ କରିଥିଲା । ପରେ ପରେ ଫିଲ୍ମର ଆୟରେ ହ୍ରାସ ହେବାକୁ ଲାଗିଲା । ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଲା ଫିଲ୍ମ । ଏହି ପରିପ୍ରେକ୍ଷୀରେ ଫିଲ୍ମ ୧୦ମ ଦିନରେ ୦.୧୩ କୋଟି ଆୟ କରିଥିବା ବେଳେ ୧୧ତମ ଦିନରେ ୦.୦୭ କୋଟି ଆୟ କରିପାରେ ବୋଲି କୁହାଯାଉଛି । ଫଳରେ ଫିଲ୍ମର ମୋଟ ଆୟ ୫.୯ କୋଟିରେ ପହଞ୍ଚିବ । ଏହି କ୍ରମରେ ଫିଲ୍ମ ୧୦ଦିନ ମଧ୍ୟରେ ୧୦କୋଟି ବି ଆୟ କରିବାରେ ମଧ୍ୟ ସଫଳ ହୋଇନାହିଁ । ତେବେ କଙ୍ଗନାଙ୍କ ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ପ୍ରାୟତଃ ଫ୍ଲପ୍‌ ସାବ୍ୟସ୍ତ ହେଉଥିବା ମନେ ହେଉଛି ।

ଏହା ମଧ୍ୟ ପଢନ୍ତୁ: ତେଜସକୁ ପଛରେ ପକାଇଲା 12th ଫେଲ୍, ୬ଷ୍ଠ ଦିନରେ ଏତିକି କଲା କଲେକ୍ସନ

ତେଜସ୍ ଭାରତୀୟ ବାୟୁସେନା(IAF) ପାଇଲଟ୍ ତେଜସ୍ ଗିଲଙ୍କ ଜୀବନ ଯାତ୍ରା ଉପରେ ନିର୍ମିତ ହୋଇଛି । ଏହି ଫିଲ୍ମରେ କଙ୍ଗନା ତେଜସ ଗିଲ୍‌ଙ୍କ ଭୂମିକାରେ ବାୟୁସେନା ପାଇଲଟ୍‌ ଅବତାରରେ ନଜର ଆସିଛନ୍ତି । ଏହି ଫିଲ୍ମ ଆରଏସ୍‌ଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି । ସର୍ଭେଶ ମେୱରାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ନିର୍ମିତ । ସେପଟେ ‘12th ଫେଲ୍’ ଅନୁରାଗ ପାଠକଙ୍କ ଉପନ୍ୟାସ ଉପରେ ଆଧାରିତ । ଯାହା ଆଇପିଏସ୍‌ ଅଧିକାରୀ ମନୋଜ କୁମାର ଶର୍ମା ଏବଂ ଆଇଆରଏସ୍‌ ଅଧିକାରୀ ଶ୍ରଦ୍ଧା ଯୋଶୀଙ୍କ ଜୀବନୀ ଉପରେ ଆଧାରିତ । ଏହି ଫଲ୍ମରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.