ETV Bharat / entertainment

ବିମାନ ଦୁର୍ଘଟଣାରେ ହଲିଉଡ ଅଭିନେତା ଓ ତାଙ୍କ ଦୁଇ ଝିଅଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Jan 6, 2024, 1:17 PM IST

Christian Oliver Died: ବିମାନ ଦୁର୍ଘଟଣାରେ ଚାଲିଗଲା ହଲିଉଡ ଅଭିନେତା ଓଲିଭରଙ୍କ ସହ ଦୁଇ ଝିଅଙ୍କ ଜୀବନ । ଅଧିକ ପଢନ୍ତୁ

Christian Oliver Died
Christian Oliver Died

ଓ୍ବାଶିଂଟନ: ହଲିଉଡରୁ ଏକ ଦୁଃଖଦ ସାମ୍ନାକୁ ଆସିଛି । ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ଦେହାନ୍ତ ହୋଇଛି । ଏକ ବିମାନ ଦୁର୍ଘଟଣାରେ ଅଭିନେତାଙ୍କ ସହିତ ତାଙ୍କ ଦୁଇ ଝିଅଙ୍କର ମଧ୍ୟ ଅକାଳ ବିୟୋଗ ହୋଇଥିବା ସୂଚନା ରହିଛି । ଆମେରିକାରେ ଏହି ଦୁର୍ଘଟଣା ହୋଇଥିବା ବେଳେ ତାଙ୍କ ଦେହାନ୍ତକୁ ନେଇ ହଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରୟାଲ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ ପୋଲିସ ଫୋର୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଗୁରୁବାର ଦିନ ସେ ନିଜ 2 ଝିଅ ସହ କୌଣସି ଏକ ସ୍ଥାନକୁ ଯାଉଥିଲେ । ତେବେ ବିମାନଟି ଉଡାଣ ଭରିବାର କିଛି ସମୟ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ କୌଣସି ତ୍ରୁଟି ଯୋଗୁଁ କୌରେବିୟାନ ସାଗରରେ ପଡି ଯାଇଥିଲା । ଦ ଗୁଡ୍ ଜର୍ମାନ ଏବଂ 2008ର ଆକ୍ସନ୍-କମେଡି ସ୍ପିଡ୍ ରେସରରେ ବଡ ପରଦାରେ ନଜର ଆସିଥିଲେ କ୍ରିଷ୍ଟିଆନ ଓଲିଭର ।

ଏହା ମଧ୍ୟ ପଢନ୍ତୁ: ୯୩ ବର୍ଷରେ ଆଖି ବୁଜିଲେ ହଲିଉଡ ଅଭିନେତା ଜ୍ୟାକ ଆକ୍ସେଲ୍ରୋଡ୍

ସମୁଦ୍ରରେ ଖସି ପଡିଥିଲା ଓଲିଭରଙ୍କ ବିମାନ: ଗୁରୁବାର ଦିନ କୌରେବିୟାନ ସାଗରରେ ବିମାନ ଖସିପଡିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ଥାନୀୟ ସ୍କୁବା ଡ୍ରାଇଭର, ପୋଲିସର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ସର୍ଚ୍ଚ ଅପରେସନରେ 4 ଜଣଙ୍କ ମୃତଦେହ ମିଳିଥିଲା । ଏହି ବିମାନ ଦୁର୍ଘଟଣାରେ 51 ବର୍ଷୀୟ ଓଲିଭର, ତାଙ୍କ ଦୁଇ ଝିଅ ମଦିତା(10) ଏବଂ ଏନିକ(12)ଙ୍କ ସହିତ ରୋବଟ ସେକ୍ସ ପ୍ରାଣ ହରାଇଥିଲେ ।

ସୂଚନା ଅନୁସାରେ, ବିମାନ ଗୁରୁବାର ଅପରାହ୍ନରେ ଗ୍ରେନାଡାଇନ୍ସର ଏକ ଛୋଟ ଦ୍ୱୀପ ଓ୍ବିକିଆରୁ ସେଣ୍ଟ ଲୁସିଆ ଅଭିମୁଖେ ଉଡାଣ ଭରିଥିଲା । କେତେକ ମିଡିଆ ରିପୋର୍ଟ ଅନୁସାରେ, ଅଭିନେତା ନିଜ ଦୁଇ ଝିଅଙ୍କ ସହ ଛୁଟି କାଟିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ଫିଲ୍ମ କ୍ୟାରିୟର: କିଛି ଦିନ ପୂର୍ବରୁ ଓଲିଭର ଇନଷ୍ଟାଗ୍ରାମରେ ଏକ ସମୁଦ୍ରତଟର ଫଟୋ ପୋଷ୍ଟ କରିଥିଲେ । ସେ ସେୟାର କରି କ୍ୟାପସନରେ ଲେଖିଥିଲେ, "ଦ୍ବୀପରୁ ଆପଣ ସମସ୍ତଙ୍କୁ ଶୁଭକାମନା । 2024ରେ ଆମେ ଏଠାକୁ ଆସୁଛୁ...।" ଅଭିନେତା ଓଲିଭର 60ରୁ ଅଧିକ ଚଳଚ୍ଚିତ୍ର ଏବଂ ଟିଭି ଶୋରେ ଅଭିନୟ କରିଥିଲେ । ଟମ କ୍ରୁଜଙ୍କ ଫିଲ୍ମ ବାଲ୍କିରିରେ ଏକ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ଓଲିଭର ନିଜ କ୍ୟାରିୟର ଟିଭି ଧାରାବାହିକ ସେଭଜ ବାୟ ଦ ବେଲ: ଦ ନ୍ୟୁ କ୍ଲାସ ଏବଂ ଫିଲ୍ମ ଦ ବେବି ସିଟର୍ସ କ୍ଲବରେ କାମ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.