ଜଗତସିଂହପୁର: ଜିଲ୍ଲାରେ ଚାରୋଟି ଫ୍ଲାଇଂ ସ୍କ୍ବାର୍ଡ ଟିମର ବିଭିନ୍ନ ସ୍ଥାନରେ ଚଢାଉ । ଗୁରୁବାର ରଘୁନାଥପୁର ବ୍ଲକରୁ ୩ ଲକ୍ଷ ଟଙ୍କା ଜବତ କରିଛି ଟିମ୍ ।
ସୂଚନାନୂଯାୟୀ, ଜବତ ହୋଇଥିବା ଟଙ୍କା ଜଣେ ବ୍ୟବସାୟୀ ଓ ଅନ୍ୟଜଣେ ଏଲଆଇସି ଏଜେଣ୍ଟଙ୍କର। ତେବେ ବ୍ୟାଙ୍କରେ ଡିପୋଜିଟ କରିବାପାଇଁ ଯିବା ସମୟରେ ଫ୍ଲାଇଂ ସ୍କ୍ବାଡ ହାତରେ ଧରା ପଡିଥିଲେ । ମାତ୍ର ଉପଯୁକ୍ତ ପ୍ରମାଣ ପାଇବାପରେ ଟିମ୍ ଉଭୟଙ୍କୁ ଟଙ୍କା ହସ୍ତାନ୍ତର କରିଛି ।
ସେହିପରି ଜଗତସିଂହପୁର ସଦର ବ୍ଲକ୍ ଅନ୍ତର୍ଗତ ମଧୂସୂଦନପୁର ଅଞ୍ଚଳରୁ ୨ ଲକ୍ଷ ଟଙ୍କା ଫ୍ଲାଇଂ ସ୍କ୍ବାଡ ଜବତ କରିଛି । ଜିଲ୍ଲାରେ ୨୯ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଟଙ୍କା ବଣ୍ଟାକୁ ନେଇ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିଛି ଟିମ୍ ।
ଜଗତସିଂହପୁରରୁ ଶୁସାନ୍ତ ପାତ୍ର, ଇଟିଭି ଭାରତ