ETV Bharat / elections

ଖୁବ୍ ଶୀଘ୍ର ବିଜେପିକୁ ଫେରିବେ ଦିଲ୍ଲୀପ ରାୟ ! - ELECTION

ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗୀଙ୍କ ଗସ୍ତର ସମ୍ପୂର୍ଣ ସୂଚନା ଦେବା ସହ ରାଉରକେଲାର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ଦିଲ୍ଲୀପ ରାୟଙ୍କୁ ନେଇ ମୁହଁ ଖୋଲିଛନ୍ତି ଜୁଏଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Apr 13, 2019, 4:02 PM IST

ରାଉରକେଲା: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ପାଇଁ ଏବେ ରାଜ୍ୟକୁ ଉଭୟ ବିଜେପି ଓ କଂଗ୍ରେସର ଜାତୀୟ ସ୍ତରର ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ବିଶେଷ କରି ବିଜେପି ନିଜ ମିଶନ 120ପ୍ଲସକୁ ନିର୍ଣ୍ଣାୟକ ମୁଡରେ ପହଞ୍ଚାଇବା ପାଇଁ ଦଳ ଏବେ ଫୁଲ ଦମରେ ଲାଗିପଡିଛି । ଦଳର ଜଣେ ପରେ ଜଣେ କେନ୍ଦ୍ରୀୟ ନେତା ଓଡିଶା ଆସି ଘମାଘୋଟ ପ୍ରଚାର କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହିକ୍ରମରେ ଆସନ୍ତା 15ରେ ବିଜେପିର ଷ୍ଟାର ପ୍ରଚାରକ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରାଉରକେଲା ଆସିବେ । ଏସମ୍ପର୍କରେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗୀଙ୍କ ଗସ୍ତର ସମ୍ପୂର୍ଣ ସୂଚନା ଦେବା ସହ ରାଉରକେଲାର ପୂର୍ବ ବିଧାୟକ ତଥା ବରିଷ୍ଠ ରାଜନେତା ଦିଲ୍ଲୀପ ରାୟଙ୍କୁ ନେଇ ମୁହଁ ଖୋଲିଛନ୍ତି ଜୁଏଲ । କହିଛନ୍ତି ଦିଲ୍ଲୀପ ଯେଉଁ କାର୍ଯ୍ୟ ପାଇଁ ଦଳ ଛାଡିଥିଲେ ତାହାର କାମ ଏବେ ଆଗେଇଛି ଏବଂ ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ।

ତେଣୁ ଦିଲ୍ଲୀପଙ୍କର କୌଣସି ଅସୁବିଧା ଏବେ ନାହିଁ, ତାଙ୍କର ସବୁ ଦାବୀ ପୂରଣ ହୋଇଛି ଏହାସହ ଦିଲ୍ଲୀପ ଆମ ଦଳରେ ଅଛନ୍ତି ବୋଲି କହିଛନ୍ତି ଜୁଏଲ । ଏଥିରୁ ସ୍ପଷ୍ଟ ଅନୁମେୟ ଦିଲ୍ଲୀପ ଖୁବ ଶୀଘ୍ର ଦଳକୁ ଫେରି ପାରନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ପାଖେଇ ଆସୁଛି ଗଣତନ୍ତ୍ରର ମହାପର୍ବ।ଏବେ ସବୁ ରାଜନୈତିକ ଦଳର ନଜରରେ ବସ୍ତି ଭୋଟ।ଭୁବନେଶ୍ୱର ରେ ମତଦାନ ହାର କମ ରହୁଥିବାରୁ ସବୁ ରାଜନୈତିକ ଦଳ ହେଉ ବା ପ୍ରାର୍ଥୀ  ସମସ୍ତଙ୍କ ଟାର୍ଗେଟ ରେ ବସ୍ତି ଭୋଟର ରହିଛନ୍ତି।ଖାସ କରି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ ଟି ବିଧାନସଭା କ୍ଷେତ୍ରରେ ବସ୍ତି ଭୋଟ କୁ ନେଇ ଢେର ସାରା ରାଜନୈତିକ ଚର୍ଚ୍ଚା।କାହା ସପକ୍ଷରେ ଏମାନଙ୍କ ମତ ଯିବ ,ତେବେ ଶାସକ ଦଳ ହାତକୁ ଯିବ ନା ବିରୋଧୀ କରିବେ ବାଜିମାତ।

ବସ୍ତିବାସିନ୍ଦାଙ୍କ ମତରେ  ଚିହ୍ନ ନୁହେଁ କି  ଦଳ ନୁହେଁ ବରଂ ନିଜର ସମସ୍ୟାକୁ ଯିଏ ଗୁରୁତ୍ୱ ଦେବ ,ସେମାନଙ୍କ ପାଇଁ ଯିଏ ସହାୟତାର ନିର୍ଭର ପ୍ରତିଶ୍ରୁତି ଦେବ ସେମାନେ ତାକୁ ହିଁ ଭୋଟ ଦେବେ।କେବଳ ଭୁବନେଶ୍ୱରରେ ୩ ଟି ଯାକ ନିର୍ବାଚନ ମଣ୍ଡଳୀ ରେ ପ୍ରାୟ ୫୦୦ରୁ ଅଧିକ ବସ୍ତିରେ ,ବସ୍ତିବାସିନ୍ଦା ଙ୍କ ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ।ଏମାନେ ନିର୍ବାଚନ ରେ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି।ଏଥର ମଧ୍ୟ ଅନୁରୂପ ଭାବେ ଏମାନଙ୍କ ଭୋଟ କୁ ନେଇ ଜୋର ଚର୍ଚ୍ଚା।

ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ମହାନଗର ନିଗମ ,ମଧ୍ୟ ନିର୍ବାଚନ ମଣ୍ଡଳୀର ସହୀଦନଗରରେ ଥିବା ୩୦ ନଂ ୱାର୍ଡ ର ଶାନ୍ତିପଲ୍ଲୀ ବସ୍ତି।ଏଠିକାର ଭୋଟରମାନଙ୍କ ରୋକଠୋକ ମତ ସେମାନଙ୍କ ପାଇଁ ଯିଏ କାମ କରିବ ସେଭଳି ପ୍ରାର୍ଥୀଙ୍କୁ ସେମାନେ ଭୋଟ ଦେବେ।ବସ୍ତିରେ ରହୁଥିବା ଅଙ୍ଗନବାଡ଼ି କର୍ମୀ ପ୍ରତିଚି ସାହୁଙ୍କ ମତରେ ଦଳ ନୁହେଁ କି ଚିହ୍ନ ନୁହେଁ ଯିଏ ସେମାନଙ୍କ ସମସ୍ୟା ଠିକ ଭାବରେ ଦୂର କରିବ ,ନିର୍ଭର ପ୍ରତିଶୃତି ପାଇଲେ ଭୋଟ ଦେବେ।ଯିଏ କାମ କରିବ ,ଭଲ ଘର ଖଣ୍ଡିଏ ନିର୍ମାଣ କରିପାରିବ ତାକୁ ଆମେ ଭୋଟ ଦେବୁ ।

ଶାନ୍ତିପଲ୍ଲୀ ବସ୍ତିରେ ପାଖାପାଖି ୧ ହଜାର ୫୦ ଘର ଥିଲା ସର୍ଭେ ପରେ ୮୭୦ ଘର  ଅଛି।୧୭୦୦ ଭୋଟର ଏଠି ଅଛନ୍ତି।ସ୍ଥାୟୀ ଘର ଖଣ୍ଡେ ହେଉ ବା ଜାଗା ଖଣ୍ଡେ ଦେଲେ ଆମେ ମାନେ ଭୋଟ ଦେବୁ।ଲୋକଙ୍କ ମତ ହେବ ସବୁଠୁ ଶ୍ରେଷ୍ଠ।ତେଣୁ ଯିଏ ଆମ ପାଇଁ ସୁଖ ଦୁଃଖରେ ଛିଡା ହେବ ତାକୁ ଆମେ ଭୋଟ ଦେବୁ  ବୋଲି ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଗଣେଶ ସାହୁ କହିଛନ୍ତି।

ଅନ୍ୟକିଛି ବସ୍ତି ବାସିନ୍ଦାଙ୍କ ମତରେ ବସ୍ତି ଭିତରେ ଅନେକ ସମସ୍ୟା ରହିଛି।ତାର ସମାଧାନ ହିଁ ଆମ ପାଇଁ ପ୍ରାଥମିକତା।ରାଜଧାନୀ ର ଅଧିକାଂଶ  ବସ୍ତି ବାସିନ୍ଦା ଙ୍କ ଏଭଳି ମତ।ଶାନ୍ତିପଲ୍ଲୀ ର ନରସିଂହ ଚରଣ ଲେଙ୍କା ଙ୍କ ମତରେ ଆମେ ପ୍ରାର୍ଥୀଙ୍କୁ ଦେଖି ଭୋଟ ଦେବୁ।ଥଇଥାନ ଆମର ମୁଖ୍ୟ ସମସ୍ୟା।ଯିଏ ଆମର କାମ କରିବେ ତାକୁ ଆମେ ସମର୍ଥନ ଦେବୁ।ଘର ନା ଜାଗା ଦେବେ ସେଥିନେଇ ଆମେ ଅପେକ୍ଷା କରିଛୁ ।

ଜ୍ୟୋସ୍ନାରାଣୀ ବେହେରା ଏ ବସ୍ତିରେ ଜନ୍ମ ହୋଇଛନ୍ତି, ଏଠି ଆମେ ଅସ୍ଥାୟୀ ଭାବେ ରାହୁଛୁ।ଯିଏ ଆମକୁ ଲିଖିତ ଆକାରରେ ଦେବେ ତାଙ୍କୁ ଆମେ ଭୋଟ ଦେବୁ।ଖାଲି ପ୍ରତିଶ୍ରୁତି ମିଳୁଛି କିନ୍ତୁ କାର୍ଯ୍ୟ ହେଉନାହିଁ।ତେଣୁ ଯିଏ ଆମକୁ ସୁରକ୍ଷିତ ଓ ସ୍ଥାୟୀ ଭାବରେ ରହିବାକୁ ଦେବେ ତାଙ୍କୁ ଆମେ ଭୋଟ ଦେବୁ ବୋଲି ଜ୍ୟୋସ୍ନା କହିଛନ୍ତି। 

ପୂର୍ବରୁ ସମସ୍ତ ନିର୍ବାଚନ ରେ ବସ୍ତିବାସିନ୍ଦାଙ୍କ ଭୋଟ ନିର୍ଣ୍ଣାୟକ ହେଉଥିବାବେଳେ ଏଥର ଏହା କେତେ ପ୍ରଭାବ ପକାଇବ ତାହା ଉପରେ ସମସ୍ତଙ୍କ ନଜର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.