ETV Bharat / elections

ପାଟକୁରାରେ ହେଭିୱେଟ, ପ୍ରଚାର ମଙ୍ଗ ଧରିଲେ ପ୍ରତାପ ଷଡଙ୍ଗୀ - bijay mohapatra

ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ଆଉ ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 10, 2019, 9:09 PM IST

କେନ୍ଦ୍ରାପଡା: ସରଗରମ ପାଟକୁରା ରାଜନୀତି । ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ଆଉ ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏନେଇ ଆଜି(ବୁଧବାର) ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ବ୍ଲକରେ ବିଜେଡି ନିଜର ବିଧାୟକଙ୍କୁ ଧରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।

କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ପ୍ରଥମେ ଡେରାବିଶ୍ ବ୍ଲକ ଏଣ୍ଡର ପଞ୍ଚାୟତ ପଞ୍ଚୁପାଣ୍ଡଵ ଛକ ନିକଟରେ ପହଁଞ୍ଚିବା ପରେ ସେଠାରେ ତାଙ୍କୁ ଦଳୀୟ କର୍ମୀ ଓ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଠାକୁର ଦର୍ଶନ କରି ଏଣ୍ଡର,ତିଲଙ୍ଗ,ନରସିଂହପୁର, ବାଲିଆ,ଡେରାବିଶ୍,ଛତା ସମେତ ଛଅଟି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ବିଜୟଙ୍କ ପାଇଁ ପ୍ରଚାର କରିଥିଲେ ପ୍ରତାପ ।

ପାଟକୁରା ସ୍ୱାଭିମାନ ପାଇଁ ବିଜୟଙ୍କ ଭଳି ଏକ ଭଲ ମଣିଷ ଓ ନେତାଙ୍କୁ ବିଜୟୀ କରାଇବାକୁ ଜନସାଧାରଣଙ୍କୁ ସଭା ମାଧ୍ୟମରେ ଆଶିଷ ମାଗିଥିଲେ ପ୍ରତାପ ।

ଏଠାରେ ସୂଚନାଯୋଗ୍ୟ, ସାରା ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ପ୍ରଥମେ ବିଜେଡି ପ୍ରାର୍ଥୀଙ୍କ ବିୟୋଗ ଓ ପରେ ଫନି ପାଇଁ ବିଳମ୍ବିତ ଏହି ନିର୍ବାଚନ ଆସନ୍ତା ୨୦ ତାରିଖରେ ହେବାପାଇଁ ଘୋଷଣା କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:BreakingBody:Script sending soonConclusion:Breaking
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.