ETV Bharat / elections

ପୁରୀରେ ତୃତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ ଶେଷ

ଗୁରୁବାର ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ । ଏହି ଦିନରେ ପୁରୀ ସଦର ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଜୟନ୍ତ କୁମାର ଷଡଙ୍ଗୀ ନିଜ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : Apr 5, 2019, 5:38 AM IST

ପୁରୀ: ଗୁରୁବାର ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ । ଏହି ଦିନରେ ପୁରୀ ସଦର ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଜୟନ୍ତ କୁମାର ଷଡଙ୍ଗୀ ନିଜ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଶାଳ ଶୋଭାଯାତ୍ରାରେ ଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ନିକଟରେ ଜୟନ୍ତ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବାବେଳେ, ଦଳ ତାଙ୍କୁ ପୁରସ୍କାର ସ୍ବରୁପ ଦଳୀୟ ଟିକେଟ୍ ଦେଇଥିଲା । ଗୁରୁବାର କଂଗ୍ରେସ ତରଫରୁ ପୁରୀ ଲୋକସଭା ପାଇଁ ସତ୍ୟପ୍ରକାଶ ନାୟକ, ପୁରୀ ବିଧାନସଭା ପାଇଁ ଅରୋପ୍ରସାଦ ମିଶ୍ର, ବ୍ରହ୍ମଗିରି ପାଇଁ ଉମାକାନ୍ତ ବରାଳ ନିଜ ନିଜର ସମର୍ଥକଙ୍କ ସହ ଆସି ରିଟର୍ଣ୍ଣିଂ ଅପିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପିପିଲିରୁ କଂଗ୍ରେସ ଟିକେଟ ପାଇ ନିର୍ବାଚନ ଲଢିବାକୁ ମନା କରିବା ପରେ ଗୁରୁବାର ଦଳ ଯୁଧିଷ୍ଠିର ସାମନ୍ତରାୟଙ୍କ ବଦଳରେ ଅଜିତ୍ ମଙ୍ଗରାଜଙ୍କୁ ପ୍ରାର୍ଥୀ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି । ସେ ମଧ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଶାଳ ଶୋଭାଯାତ୍ରା ଓ ବାଇକ୍ ରାଲି ଯୋଗେ ଜିଲ୍ଲା କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିବା ସହ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରି କରିଥିଲେ ନେତା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.