ETV Bharat / elections

ବରପାଲିରେ ବିଜେଡିର ନୂଆ ପାର୍ଟି ଅଫିସ ଉଦଘାଟିତ

ପ୍ରଚାର କାର୍ଯ୍ୟକୁ ସହଜସାଧ୍ୟ କରିବା ପାଇଁ ବରପାଲିରେ ବିଜେଡି ଦଳୀୟ କାର୍ଯ୍ୟଳୟ ଉଦ୍‌ଘାଟନ କରାଯାଇଛି । ବରଗଡ଼ ଲୋକସଭା ଆସନ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବରପାଲିର ଏହି ଦଳୀୟ କାର୍ଯ୍ୟାଳୟକୁ ଫିତା କାଟି ଶୁଭ୍‌ ଉଦଘାଟନ କରିଛନ୍ତି ।

author img

By

Published : Apr 5, 2019, 2:58 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବରଗଡ

ବରଗଡ: ବିଜେପୁର ବିଧାନସଭା ଆସନରେ ବିଜେଡି ସେନାନାୟକ ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଲଢିବା ନିଷ୍ପତ୍ତି ପରେ ବିଜେପୁରରେ ଏଥର ହାଇଭୋଲଟେଜ ପଲଟିକାଲ ମାହୋଲ ଜମିବାରେ ଲାଗିଛି । ଗୋଟିଏ ପଟେ ନିର୍ବାଚନ ପ୍ରଚାର ପାଇଁ ହାଇଟେକ୍‌ ବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ରୋଡ ସୋ' କରୁଥିବା ବେଳେ ଅନ୍ୟପଟେ ଦଳୀୟ ନେତାମାନେ ଝାଳବୁହା ପରିଶ୍ରମ କରୁଛନ୍ତି । ପ୍ରଚାର କାର୍ଯ୍ୟକୁ ସହଜସାଧ୍ୟ କରିବା ପାଇଁ ବରପାଲିଠାରେ ବିଜେଡିର କାର୍ଯ୍ୟାଳୟ ଉଦ୍‌ଘାଟନ କରାଯାଇଛି । ବରଗଡ଼ ଲୋକସଭା ଆସନ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବରପାଲିର ଏହି ଦଳୀୟ କାର୍ଯ୍ୟାଳୟକୁ ଫିତା କାଟି ଶୁଭ୍‌ ଉଦଘାଟନ କରିଛନ୍ତି ।

ସୂଚନା ଅନୁସାରେ ଏହି ପାର୍ଟି କାର୍ଯ୍ୟାଳୟ ଉଦ୍‌ଘାଟନ ପୂର୍ବରୁ ବରପାଲି - ବିଜେପୁର ରାସ୍ତାକୁ ସ୍ଵର୍ଗତ ସୁବଳ ସାହୁଙ୍କ ନାମରେ ନିର୍ମାଣ କରାଯାଇଥିବା ଶିଶୁ ଉଦ୍ୟାନରେ ସ୍ଵର୍ଗତ ସୁବଳ ସାହୁଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ନେତା ଓ ମନ୍ତ୍ରୀ ଫୁଲ ମାଲ୍ୟାର୍ପଣ କରିଥିଲେ । ଏହାପରେ ସେଠାରୁ ପାର୍ଟି ଅଫିସ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଏକ ବଡ ଶୋଭାଯାତ୍ରା ବାହାରିଥିଲା | ଏହି ଉଦଘାଟନ ମନ୍ତ୍ରୀ ସୁଶାନ୍ତ ସିଂ, ରୀତା ସାହୁ, ଅନୁପ ସାଏ, ପ୍ରଭାସ ସିଂ ସାମିଲ ରହିଥିଲା । ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟନ ପରେ ପ୍ରସନ୍ନ ଆଚାର୍ଯ୍ୟ ସମସ୍ତ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ନିର୍ବାଚନରେ ଦେଢ ଲକ୍ଷ ଭୋଟରେ ବିଜୟୀ କରିବା ସହ ବିଜେପୁରରେ ଏକ ନୂଆ ଇତିହାସ ରଚିବା ବୋଲି କହିଛନ୍ତି |

ସୂଚନା ଯୋଗ୍ୟ ଯେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେଡିରୁ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବରପାଲିର ପୂର୍ବତନ ବିଧାୟକ ରିପୁନାଥ ସେଠ । ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବିଜେପୁର ଗଉନ୍ତିଆ ପରିବାରର ସନଥ ଗଡ଼ତିଆ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.