ବ୍ରହ୍ମପୁର: ହିଞ୍ଜିଳିକାଟୁରେ ବାଉଳେଇଗଲେ ପିତାମ୍ବର । ନବୀନଙ୍କ ସହ ଟକ୍କର ପୂର୍ବରୁ ବାଟ ହୁଡିଲେ ବିଜେପି ପ୍ରାର୍ଥୀ । କହିଲେ ମୋଦିଙ୍କ ଚିହ୍ନ ହାତ । ଆଉ ପରେ ପୁଣି ନିଜ ଭୁଲ ପାଇଁ କ୍ଷମା ମାଗିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ସରଗରମ ।
ରବିବାର ଗଞ୍ଜାମ ପୋଲସରାଠାରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଆୟୋଜିତ ହୋଇଥିଲା ବିଜେପିର ବିଜୟ ସଙ୍କଳ୍ପ ସମାବେଶ । ଏହି ଅବସରରେ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ବିତା କରୁଥିବା ପିତାମ୍ୱର ଆଚାର୍ଯ୍ୟ ଭାଷଣ ଦେଉଥିଲେ । ହେଲେ ସେ ତାଙ୍କ ବକ୍ତବ୍ୟରେ ମୋଦିଙ୍କ ଚିହ୍ନ ହାତ ଚିହ୍ନ ବୋଲି କହି ବକ୍ତବ୍ୟ ଶେଷ କରି ବସିଯାଇଥିଲେ । ଏହା ପରେ ଶେଷରେ ପୁଣି ଥରେ ମଞ୍ଚରେ ଏହାକୁ ନେଇ ସ୍ପଷ୍ଟିକରଣ ଦେଇ କ୍ଷମା ଚାହୁଁଥିବା କହିବା ସହ ହାତ ଚିହ୍ନକୁ ପରିତ୍ୟାଗ କରି ପଦ୍ମ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଯାହାକି ସଭାରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଅଧିକ ପଢନ୍ତୁ: 2019ରେ କାହାକୁ ଭୋଟ ଦେବେ ଦାନ ମାଝୀ ?
ଏହାସହ ସେ କଂଗ୍ରେସ ଓ ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ । ଏନେଇ ବିଜେଡିକୁ ସମର୍ଥନ କରୁଥିବା ହାଇକୋର୍ଟର କେତେକ ଆଇନଜୀବୀ ପିତାମ୍ୱରଙ୍କୁ ବିରୋଦ୍ଧ କରି ଆଗକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ହିଞ୍ଜିଳି ଏବଂ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବା ନେଇ ଆସିକା ଅଞ୍ଚଳରେ ପ୍ରଚାର କରିବାକୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି । ଆଉ ମଧ୍ୟ କହୁଯାଇଛି ଯେ, ଆଇନଜୀବୀମାନେ କାହାକୁ ଅସମ୍ମାନ କରନ୍ତିନି । ତେବେ ପିତାମ୍ୱର ଜଣେ ଆଇନଜୀବୀ ହୋଇ ମଧ୍ୟ ସେ କିପରି ମୁଖ୍ୟମନ୍ତ୍ରୀଙ୍କୁ କେମିତି ଅସମ୍ମାନ କଲେ । ଖାଲି ସେତିକି ନୁହେଁ ପିତାମ୍ବରଙ୍କ ମାନସିକ ଅବସ୍ଥା ଠିକ ନଥିବା କହି ସମାଲୋଚନା କରିଛନ୍ତି ଆଇନଜୀବି ମାନେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ