ETV Bharat / elections

ଭୋଟ ଗଣତି ପାଇଁ କୋରାପୁଟରେ ବ୍ୟାପକ ବ୍ୟବସ୍ଥା

ଆସନ୍ତା 23ରେ ହେବ ଭୋଟ ଗଣତି ପୂର୍ବରୁ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସମସ୍ତ ଅଧିନସ୍ଥ ଏସପିଙ୍କ ସହ ମିଳିତ ବୈଠକ କରି ସୁରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।

author img

By

Published : May 21, 2019, 9:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ସରିଛି ଗଣତନ୍ତ୍ରର ମହାପର୍ବ ଭୋଟଗ୍ରହଣ । ଆସନ୍ତା 23ରେ ବାହାରିବ ଫଳାଫଳ ଆଉ ହେବ ଭୋଟ ଗଣତି । ଭୋଟ ଗଣତି ପାଇଁ ଏବେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସୁରକ୍ଷା ପାଇଁ ମଧ୍ୟ ପୋଲିସ ନେଇଛି ବ୍ୟାପକ ପଦକ୍ଷେପ । ବିଶେଷ କରି ରାଜ୍ୟର ଲାଲଗଡ ପାଇଁ ବିଶେଷ ଧ୍ୟାନ ଦେଇଛି ପୋଲିସ । ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ହିମାଶୁଂ ଲାଲଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି ବୈଠକରେ କଳାହାଣ୍ଡି, କୋରାପୁଟ, ମାଲକାନଗିରିଓ ନବରଙ୍ଗପୁର ଏସପିମାନେ ଯୋଗଦେଇଥିବାବେଳେ ଭୋଟ ଗଣତି ଦିନ ସୁରକ୍ଷା ବ୍ୟବସ୍ଥାକୁ କିଭଳି ସୁ-ନିଶ୍ଚିତ କରାଯିବ ସେ ବିଷୟରେ ଡିଆଇଜି ଲାଲ ସମସ୍ତଙ୍କୁ ଅବଗତ କରିଥିଲେ ।

ଅପରପକ୍ଷରେ କୋରାପୁଟ ଜିଲ୍ଲାରେ କୋରାପୁଟର ସରକାରୀ ମହାବିଦ୍ୟାଳୟ ଓ ଜୟପୁରର ବିକ୍ରମଦେଵ ମହାବିଦ୍ୟାଳୟ ଠାରେ ଭୋଟ ଗଣତି ହେବାକୁ ଥିବାବେଳେ କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର , କୋଟପାଡ ଓ ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀର ଭୋଟ ଗଣତି ପାଇଁ ପ୍ରତି ରାଉଣ୍ଡରେ 10ଟି ଟେବୁଲର ବ୍ୟବସ୍ଥା କରାଯାଇଥିବା କହିଛନ୍ତି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ସ୍ୱେଚ୍ଛାକୃତ ସେବା ଭିତ୍ତିରେ ୯୦ ରୁ ଉର୍ଦ୍ଧ୍ବ ଜଳ ସେବା ଶିବିର ଖୋଲିଛି ବିଏମସି।ବଢୁଥିବା ତାତି କୁ ଦୃଷ୍ଟିରେ ରଖି ଏହି ଉଦ୍ୟମ କରାଯାଉଥିବା ବେଳେ ଆଗକୁ ଅଧିକ ସଂଖ୍ୟକ ଜଳ ସେବା ଶିବିର ଖୋଲିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି।

ଏଥର ବିଏମସି ଅଞ୍ଚଳରେ ଖୋଲିଲା ୯୦ ରୁ ଉର୍ଦ୍ଧ୍ବ ଜଳ ସେବା ଶିବିର।ଭୁବନେଶ୍ୱର ଅଟୋ ରିକ୍ସା ମହାସଂଘ ୩୦ ଟି ଶିବିର ଆରମ୍ଭ କରିଛି, ସାଇ ସେବା ସମିତି ୧୩ ଟି,ନାସେଫ ଏନଜିଓ ୧୦ ଟିସେଣ୍ଟ ଯୋନ ଆମ୍ବୁଲାନ୍ସ ୭ ଟି,ସ୍ୱୟଂ ସହାୟକ ଗୋଷ୍ଠି ୩ ଟି,ଅଟୋ ଟ୍ରଷ୍ଟ ୩ ଟି ,ଅନ୍ୟାନ୍ୟ ୨୩ ,ଏପରି ଭାବରେ ମୋଟ ୯୦ଟି ଜଳ ସେବା ଶିବିର ବିଭିନ୍ନ ବସ ଷ୍ଟାଣ୍ଡ,,ବସଷ୍ଟପ ,ଜନଗହଲି ପୂର୍ଣ ଅଞ୍ଚଳରେ ଖୋଲାଯାଇଛି।ପ୍ରତ୍ୟକ ଶିବିର ପାଇଁ ବିଏମସି ପକ୍ଷରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି।

ଖରାରେ ବୁଲି ବୁଲି ଆସି ବାପୁଜି ନଗର ଜଳ ଛତ୍ର ଶିବିର ରୁ  ପାଣି ପିଇଲି।ଦହି ପାଣି ଭାରି ମଧୁର ଲାଗିଲା।ଫନି ରେ ଭାଙ୍ଗି ଯାଇଥିଲା ସବୁ ଜଳ ଛତ୍ର  ଶିବିର।ଟାଣ ଖରାରେ ଜଳ ସେବା ଶିବିରରେ ପାଣି ପିଇ ଭାରି ଆନନ୍ଦ ଲାଗୁଛି ବୋଲି ଜଣେ ସାଧାରଣ ତୃଷାର୍ତ ଲୋକ କହିଛନ୍ତି।

ଜଳ ଦାନ ସବୁଠୁ ପୁଣ୍ୟ କାର୍ଯ୍ୟ।ଦୀର୍ଘ ୨୦ ବର୍ଷ ହେଲା ଜଳ ଛତ୍ର କରି ଲୋକଙ୍କୁ ସେବା ଦେଇଆସୁଛୁ।ଗୋଟେ ଶିବିର ରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଲୋକେ ପାଣି ପିଉଛନ୍ତି।ଦହି, ପାଣି ଲେମ୍ବୁ ମିଶି ଦିଆଯାଏ।ଯେତେବେଳେ ଭୁବନେଶ୍ୱର ରେ ଜଳ କଷ୍ଟ ହୁଏ ଆମ ସଂଘର ପିଲାମାନେ ସ୍ୱେଚ୍ଛାକୃତ ଭାବେ ଅଣ୍ଟାଭିଡି ଜଳ ଶିବିର କରି ଲୋକଙ୍କୁ ପାଣି ଦିଅନ୍ତି।ଫୋନି ବାତ୍ୟା ପୂର୍ବରୁ ୨୬ ଟି ଶିବିର କରିଥିଲୁ, ବାତ୍ୟାରେ ସବୁ ଭାଙ୍ଗି ଉଜାଡ଼ି ଦେଲା।ଏବେ ୩୦ଟି ରୁ ଉର୍ଦ୍ଧ୍ବ ଜଳ ସେବା ଶିବିର କରିଛୁ , ମାଠିଆ, ଦହି ପାଇଁ କିଛି ଖର୍ଚ୍ଚ ବିଏମସି ବହନ କରେ ବୋଲି କହିଛନ୍ତି ଭୁବନେଶ୍ୱର ଅଟୋ ରିକ୍ସା ମହାସଂଘ ର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ।

ବାତ୍ୟା ପୂର୍ବରୁ ସବୁ ଜଳ ଛତ୍ର ଶିବିର ଭାଙ୍ଗି ଯାଇଥିଲା।ବିଏମସି ସହଯୋଗ ରେ ଭୁବନେଶ୍ୱରରେ ୭୦ ରୁ ଉର୍ଦ୍ଧ୍ବ ଜଳ ସେବା ଶିବିର ଖୋଲା ଯାଇଛି।ପ୍ରତ୍ୟକ ଶିବିର ପାଇଁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି।ଭୁବନେଶ୍ୱର ରେ ଲୋକଙ୍କୁ ଜଳ କଷ୍ଟ ଦୂର କରିବା ପାଇଁ ,ଆଗକୁ ଆହୁରି  ଜଳ ଛତ୍ର ଶିବିର ଖୋଲାଯିବ ବୋଲି ବିଏମସି ଉପ ଆୟୁକ୍ତ ଶ୍ରୀମନ୍ତ ମିଶ୍ର କହିଛନ୍ତି।

ଖରା ଦିନ ଆରମ୍ଭରୁ ବିଏମସି ୭୦ଟି ଜଳ ସେବା ଶିବିର  କରିଥିଲା।ଫୋନି ବାତ୍ୟା ରେ ସବୁ ଉଜୁଡ଼ି ଗଲା ପରେ ଏବେ ପୁଣି ତାକୁ ସଜାଡିବାକୁ ଉଦ୍ୟମ କରୁଛି ବିଏମସି।୨୦୦ ରୁ ଉର୍ଦ୍ଧ୍ୱ ଆପ୍ଲିକେସନ ପଡିଛି।ଆଗକୁ ଆହୁରି ଜଳ ସେବା ଶିବିର ଖୋଲାଯିବ।ପ୍ରଚଣ୍ଡ ରୌଦ୍ର ତାପ ଓ ଜଳ କଷ୍ଟରୁ ବର୍ତ୍ତିବା ପାଇଁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜଳ ସେବା ଶିବିର ଖୋଲାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.