ETV Bharat / elections

ଉନ୍ନତମାନର କୃଷି ସହ ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ରହିବ ପ୍ରାଥମିକତା: ସୁବାସ ରାଉତ - subash rout

ଚିକିଟି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁବାସ ରାଉତ । ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ନିର୍ବାଚନୀ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମପୁର
author img

By

Published : Apr 9, 2019, 3:34 PM IST

ଗଞ୍ଜାମ: ଜୋର ଧରିଛି ନିର୍ବାଚନୀ ପ୍ରଚାର । ଏହି କ୍ରମରେ ଚିକିଟି ନିର୍ବାଚନମଣ୍ଡଳୀରେ ଜାରି ରହିଛି ନିର୍ବାଚନୀ ମାହୋଲ । ଏଠାରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ପ୍ରାର୍ଥୀ ସୁବାସ ରାଉତ । ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିର୍ବାଚନୀ ରଣନୀତି ବିଷୟରେ ସମ୍ୟକ୍ ସୂଚନା ଦେଇଛନ୍ତି ସୁବାସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମପୁର

ନିଜ ନିର୍ବାଚନମଣ୍ଡଳୀର କୃଷି ପରିବାରର ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦେବା ତାଙ୍କର ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି । ଏଥିସହିତ ଜିଲ୍ଲାରେ ଶିଳ୍ପାଞ୍ଚଳ, ଖାଦ୍ୟ ପ୍ରକ୍ରିୟାକରଣ, ଉନ୍ନତମାନ ଚାଷ ପ୍ରଣାଳୀ କରିବାକୁ ସୁବାସ ଲକ୍ଷ୍ୟ ରଖିଛନ୍ତି । ମାତ୍ର ସୁବାସ ଲକ୍ଷ୍ୟ ଏତିକିରେ ସମାପ୍ତ ହୋଇନାହିଁ । ଜିଲ୍ଲାର ବିକାଶ ପାଇଁ ପ୍ରାଥମିକ ଭିତ୍ତିଭୂମି ସ୍ଥାପନ ମଧ୍ୟ କରିବାକୁ ସେ ଯୋଜନା ରଖିଛନ୍ତି ।

ତେବେ ଦୀର୍ଘ 40 ବର୍ଷ ମଧ୍ୟରେ ତାଙ୍କ ଜିଲ୍ଲାରେ ଭାଇଚାରାର ଅଭାବ ରହିଛି । ଯାହାକୁ ଫେରାଇ ଆଣିବା ସୁବାସଙ୍କ ମୁଖ୍ୟ ସ୍ଲୋଗାନ ରହିଛି । ଏପରିକି ସାଂସଦ ଓ ବିଧାୟକ ପାଣ୍ଠିକୁ ସେ କେବଳ ଉନ୍ନତମାନର କୃଷି ଉପରେ ବିନିଯୋଗ କରିବେ ବୋଲି କହିଛନ୍ତି ।

ନିର୍ବାଚନ ସମୟରେ ସମସ୍ତେ ନିଜ ନିଜ ଅଞ୍ଚଳର ବିକାଶର ମୁଦ୍ଦାକୁ ଧରି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ତେବେ ସୁବାସଙ୍କ ପ୍ରସଙ୍ଗ ଓ ପ୍ରତିଶ୍ରୁତିକୁ ଲୋକମାନେ କେତେ ଗ୍ରହଣ କରୁଛନ୍ତି ତାହା ମତଦାନ ଫଳାଫଳ ଘୋଷଣା ହେବା ପରେ ଜଣାପଡିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

AD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.