କଳାହାଣ୍ଡି: ନିର୍ବାଚକୁ ନେଇ ଜୋରଦାର ପ୍ରଚାର ଚଳାଇଛନ୍ତି ସମସ୍ତ ଦଳ । ପାଖାପାଖି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପ୍ରଚାର । ଏହି କ୍ରମରେ ଇଟିଭି ଭାରତ କଳାହାଣ୍ଡିର ନର୍ଲା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛନ୍ତି । ଆଉ ଏଠାରେ କଂଗ୍ରେସରୁ ପ୍ରଥମଥର ରାଜନିତିରେ ଡେବ୍ୟୁ କରୁଥିବା ଚିତ୍ତରଞ୍ଜନ ମଣ୍ଡଳଙ୍କୁ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ତେବେ ଆସନ୍ତୁ ଶୁଣିବା କଣ ଉତ୍ତର ରଖିଛନ୍ତି ଚିତ୍ତରଞ୍ଜନ ।
ନର୍ଲା ନିର୍ବାଚନ ମଣ୍ଡଳୀରେ ମଣ୍ଡଳୀରେ ଶିକ୍ଷା ଓ କୃଷି ସମସ୍ୟା ରହିଛି । ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଯେପରି ଋଣ ଛାଡ କରାଯାଇଛି ଠିକ ସେହିପରି ସମାନ ବ୍ୟବସ୍ଥା ନର୍ଲା ପାଇଁ ଆପଣାଯିବ । ତେବେ ବିଜେଡିରେ ଯେଉଁ ଦଳଡିଆଁ ପର୍ବ ଚାଲିଛି ତାହା ଭବିଷ୍ୟତରେ କାଳ ହେବ ବୋଲି ସେ ମତ ରଖିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ