ETV Bharat / elections

ପ୍ରଥମ ପର୍ଯ୍ୟାୟ ମତଦାନ: ସର୍ବାଧିକରେ କୋଟପାଡ, ସର୍ବନିମ୍ନରେ ବ୍ରହ୍ମପୁର - ବ୍ରହ୍ମପୁର ସର୍ବନିମ୍ନ

ରାଜ୍ୟରେ ମୋଟ୍ 73.76 ପ୍ରତିଶତ ମତଦାନ ହୋଇଛି। କୋଟପାଡରେ ସର୍ବାଧିକ ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରେ ସର୍ବନିମ୍ନ ମତଦାନ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 12, 2019, 3:36 PM IST

ଭୁବନେଶ୍ବର: ରାଜ୍ୟରେ ଶେଷ ହୋଇଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ। ଆରମ୍ଭରୁ କିଛି ସ୍ଥାନରେ ବିଭ୍ରାଟ ପରେ ବାକି ସମସ୍ତ ସ୍ଥାନରେ ସୁରୁଖୁରୁରେ ଭୋଟିଂ ହୋଇଛି । ରାଜ୍ୟରେ କେତେ ପ୍ରତିଶତ ହୋଇଛି ସେ ନେଇ ତଥ୍ୟ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମୋଟ୍ 73.76 ପ୍ରତିଶତ ମତଦାନ ହୋଇଛି। ସେଥିରେ ପୁରୁଷ ଭୋଟ୍‌ ହାର 73.09 ପ୍ରତିଶତ ରହିଥିବା ବେଳେ ମହିଳା ଭୋଟ୍ 74.43 ପ୍ରତିଶତ ରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି କଳାହାଣ୍ଡି 75.82 ପ୍ରତିଶତ, ନବରଙ୍ଗପୁର 78.89, ବ୍ରହ୍ମପୁର 65.56, କୋରାପୁଟ 74.77 ପ୍ରତିଶତ ମତଦାନ ହୋଇଛି। କୋଟପାଡରେ ସର୍ବାଧିକ 86.83 ପ୍ରତିଶତ ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରେ ସବୁଠାରୁ କମ୍ 56.34 ପ୍ରତିଶତ ମତଦାନ ହୋଇଛି।

ଆଗକୁ ମାଲକାନଗିରି ଓ ବ୍ରହ୍ମପୁରର ଦୁଇଟି ବୁଥରେ ସାନି ମତଦାନ ହେବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

xsbvfbgd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.