ETV Bharat / elections

ସରିଲା ନିର୍ବାଚନ, ଘର ବାହୁଡିଲେ ପୋଲିଂ ଅଧିକାରୀ - ପୋଲିଂ ଅଧିକାରୀ

କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀର ୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି ଇଭିଏମରେ। ଗୁରୁବାର ଦିନ ୮୫ ନମ୍ବର କଣ୍ଟାମାଳ ଆସନ ଓ ୮୬ ନମ୍ବର ବୌଦ୍ଧ ଆସନ ନିମନ୍ତେ ଉତ୍ସାହର ସହ ମତଦାନ ହୋଇଥିଲା।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Apr 19, 2019, 10:16 AM IST

ବୌଦ୍ଧ: ସରିଲା ଦ୍ବିତୀୟ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ। ଆଉ ଏହାପରେ କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀର ୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି ଇଭିଏମରେ। ଗୁରୁବାର ଦିନ ୮୫ ନମ୍ବର କଣ୍ଟାମାଳ ଆସନ ଓ ୮୬ ନମ୍ବର ବୌଦ୍ଧ ଆସନ ନିମନ୍ତେ ଉତ୍ସାହର ସହ ମତଦାନ ହୋଇଥିଲା ।

ପ୍ରଶାସନର ସୂଚନା ଅନୁସାରେ, ୭୦ ପ୍ରତିଶତରୁ ଅଧିକ ମତଦାନ ହେବା ଅନୁମାନ କରାଯାଇଛି। ତେବେ ସନ୍ଧ୍ୟା ପରେ ବିଭିନ୍ନ ସ୍ଥାନରୁ ପୋଲିଂ ଅଧିକାରୀ ଓ କର୍ମଚାରୀ ସିଲ ଇଭିଏମ ତଥା ଭିଭିପ୍ୟାଟ ଧରି ଫେରିବା ଆରମ୍ଭ କରିଥିଲେ। ଏହି ପ୍ରକ୍ରିୟା ସାରା ରାତି ଚାଲିଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଦୁଇ ନିର୍ବାଚନ ମଣ୍ଡଳୀରେ ୪୧୧ ଗୋଟି ବୁଥ ରହିଥିବା ବେଳେ ସମୁଦାୟ ୨୭୧୨ ଜଣ ସରକାରୀ କର୍ମଚାରୀ ବୌଦ୍ଧ ଓ କଣ୍ଟାମାଳ ଆସନରେ ଥିବା ସମସ୍ତ ବୁଥକୁ ପରିଚାଳନା କରିଥିଲେ। ଶୁକ୍ରବାର ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ଇଭିଏମ ଅଚଳ ଯୋଗୁଁ ଦୁଇ ନିର୍ବାଚନ ମଣ୍ଡଳୀର ପଚାଶରୁ ଉର୍ଦ୍ଧ୍ବ ମତଦାନ କେନ୍ଦ୍ରରେ ବିଳମ୍ବରେ ମତଦାନ ହୋଇଥିଲା। ସେହିପରି ମାଓ ଅଧ୍ୟୁଷିତ ଶଗଡା,ତଳଗାଁ, କୁଶଙ୍ଗ, ମହାଲିକପଡା, ଆଢେଣୀଗଡ ଓ ହରଭଙ୍ଗା ବ୍ଲକର ଅନ୍ୟ କେତେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ମତଦାନ କେନ୍ଦ୍ରରୁ ଆସିଥିବା ସମସ୍ତ ସିଲ ଇଭିଏମ ଗୁଡିକ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଚବିଶ ଘଣ୍ଟା କଡା ପହରା ମଧ୍ୟରେ ଦୁଇ ପୃଥକ କଠୋରୀରେ ରଖାଯାଇଛି।

ଏଠାରେ ସୂଚନାଯୋଗ୍ୟ, ଛୋଟ ମୋଟ ଘଟଣାକୁ ଛାଡିଦେଲେ ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଥିଲା।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ର ୧୨ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ଇଭିଏମ ରେ ସିଲ ହୋଇଛି । ଗୁରୁବାର ଦିନ ୮୫ ନମ୍ବର କଣ୍ଟାମାଳ ଆସନ ଓ ୮୬ ନମ୍ବର ବୌଦ୍ଧ ଆସନ ନିମନ୍ତେ ଉତ୍ସାହର ସହ ମତଦାନ ହୋଇଥିଲା । ଉଭୟ ନିର୍ବାଚନ ମଣ୍ଡଳୀ ରେ ଛ ଛ ଜଣ ସର୍ବମୋଟ ବାର ଜଣ ପ୍ରାର୍ଥୀଙ୍କ ଭାଗ୍ୟ ର ସିଲ ଆସନ୍ତା ମେ ୨୩ ତାରିଖରେ କଣ ହେବ ତାହା ଜଣାପଡିବ ।

Body:ଗୁରୁବାର ରାତି ପ୍ରାୟ୧୨ ଟା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶତକଡା୭୦ ପ୍ରତିଶତ ରୁ ଅଧିକ ମତଦାନ ହେବା ଜଣାପଡିଛି । କିନ୍ତୁ ସଠିକ ତଥ୍ୟ ହସ୍ତଗତ ମିଳିପାରିନାହିଁ । ମତଦାନ ହାର ଆଉ ଅଧିକ ହୋଇପାରେ ବୋଲି ଆଶା ରଖାଯାଇଛି । ସଂଧ୍ୟା ପରେ ବିଭିନ୍ନ ସ୍ଥାନରୁ ପୋଲିଂ ଅଧିକାରୀ ଓ କର୍ମଚାରୀ ମାନେ ସିଲ ଇଭିଏମ ତଥା ଭିଭିପ୍ୟାଟ ଧରି ଫେରିବା ଆରମ୍ଭ କରିଥିଲେ । ଏହି ପ୍ରକ୍ରିୟା ସାରା ରାତି ଚାଲିବା ସମ୍ଭାବନା ରହିଛି । ଦୁଇ ନିର୍ବାଚନ ମଣ୍ଡଳୀ ରେ ୪୧୧ ଗୋଟି ବୁଥ ରହିଥିବା ବେଳେ ସମୁଦାୟ ୨୭୧୨ ଜଣ ସରକାରୀ କର୍ମଚାରୀ ବୌଦ୍ଧ ଓ କଣ୍ଟାମାଳ ଆସନରେ ଥିବା ସମସ୍ତ ବୁଥକୁ ପରିଚାଳନା କରିଥିଲେ । ଆଜି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ଇଭିଏମ ଅଚଳ ଯୋଗୁଁ ଦୁଇ ନିର୍ବାଚନ ମଣ୍ଡଳୀ ର ପଚାଶରୁ ଉର୍ଦ୍ଧ ମତଦାନ କେନ୍ଦ୍ର ରେ ବିଳମ୍ବରେ ମତଦାନ ହୋଇଥିଲା ।ମାଓ ଅଧ୍ୟୁଷିତ ଶଗଡା,ତଳଗାଁ, କୁଶଙ୍ଗ, ମହାଲିକପଡା, ଆଢେଣୀଗଡ ଓ ହରଭଙ୍ଗା ବ୍ଲକର ଅନ୍ୟ କେତେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିଲା ।

Conclusion:ମତଦାନ କେନ୍ଦ୍ର ରୁ ଆସିଥିବା ସମସ୍ତ ସିଲ ଇଭିଏମ ଗୁଡିକ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଚବିଶ ଘଣ୍ଟା କଡା ପହରା ମଧ୍ୟରେ ଦୁଇ ପୃଥକ କଠୋରୀରେ ରଖାଯାଇଛି ।ଛୋଟ ମୋଟ ଘଟଣାକୁ ଛାଡିଦେଲେ ମୋଟାମୋଟି ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀ ରେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଥିବା ଜଣାପଡିଛି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.