ETV Bharat / elections

ବଡଦାଣ୍ଡରେ ଭୋଟ ଭିକ୍ଷା କଲେ ସତ୍ୟ - କଂଗ୍ରେସ

ବଡଦାଣ୍ଡରେ ଘରକୁ ଘର ବୁଲି କଂଗ୍ରେସ କର୍ମୀଙ୍କ ସହ ମିଶି କ୍ୟାମ୍ପେନିଂ କରୁଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ। ଶାସକ ଦଳ ବିଜେଡି ଓ କେନ୍ଦ୍ରରେ ଥିବା ବିଜେପି କିଭଳି ସହରର ବିକାଶ ଦିଗରେ ଆସିଥିବା ଟଙ୍କା ଦୁର୍ନୀତି କରି ଲୁଟି ନେଇଛନ୍ତି ସେନେଇ ମଧ୍ୟ ଭୋଟରଙ୍କୁ ସେ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Apr 8, 2019, 4:21 PM IST

ପୁରୀ: ଚାଲିଛି ଡୋର ଟୁ ଡୋର କ୍ୟାମ୍ପେନିଂ। ବଡଦାଣ୍ଡରେ ଘରକୁ ଘର ବୁଲି କଂଗ୍ରେସ କର୍ମୀଙ୍କ ସହ ମିଶି କ୍ୟାମ୍ପେନିଂ କରୁଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ। ସତ୍ୟ ପ୍ରକାଶ ଆଜି କଂଗ୍ରେସ କର୍ମୀଙ୍କ ସହ ମିଶି ପୁରୀରେ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

କଂଗ୍ରେସ ଦଳ ପୁରୀ ସହରର କଣ ସବୁ ବିକାଶ କରିଥିଲା ଓ ଆଗାମୀ ଦିନରେ ତାଙ୍କର କିଭଳି ଭୂମିକା ରହିବ ସେନେଇ ଭୋଟରଙ୍କୁ ଜଣାଇଥିଲେ। ସେହିପରି ଶାସକ ଦଳ ବିଜେଡି ଓ କେନ୍ଦ୍ରରେ ଥିବା ବିଜେପି କିଭଳି ସହରର ବିକାଶ ଦିଗରେ ଆସିଥିବା ଟଙ୍କା ଦୁର୍ନୀତି କରି ଲୁଟି ନେଇଛନ୍ତି ସେନେଇ ମଧ୍ୟ ଭୋଟରଙ୍କୁ ସତ୍ୟ ପ୍ରକାଶ ଜଣାଇଛନ୍ତି।

ତେବେ ଏଥର ନିଶ୍ଚିତ ପୁରୀ ଲୋକସଭା ନିର୍ବାଚନରେ ପରିବର୍ତ୍ତନ ହେବ ଓ କଂଗ୍ରେସ ସଫଳତା ପାଇବ ବୋଲି ସେ କହିଛନ୍ତି । ରାଜନୈତିକ କ୍ୟାରିଅର ଶ୍ରୀକ୍ଷେତ୍ରରୁ ଆରମ୍ଭ କରିଥିବାରୁ ସେ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରିଛନ୍ତି। ତେବେ ଏଥର ଜନାଦେଶ କଂଗ୍ରେସ ସପକ୍ଷରେ ଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

dgvd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.