ETV Bharat / elections

ମାହାଙ୍ଗାରେ ପୁଣି ଶଙ୍ଖନାଦ, ବିଜୟୀ ହେଲେ ପ୍ରତାପ ଜେନା

ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପୁନଃ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ପ୍ରତାପ ଜେନା । ବିଜୟ ପାଇଁ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇବା ସହ ବିଜେପିକୁ କରିଛନ୍ତି ଟାର୍ଗେଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 24, 2019, 8:10 AM IST

କଟକ: ସାରା ରାଜ୍ୟ ପରି କଟକ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପୁନଃ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ପ୍ରତାପ ଜେନା । ନିଜ ବିଜୟକୁ ନେଇ ବେଶ ଖୁସି ଥିବା ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରତାପ । ନିର୍ବାଚନ ପୂର୍ବରୁ ଆଲୋଚନା ହେଉଥିବା ବିଜେପିର ମିଶନ 120 ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଛନ୍ତି ପ୍ରତାପ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ସହ କେନ୍ଦ୍ରାପଡାରେ ଅନୁଭବଙ୍କ ବିଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ । ଅନୁଭବଙ୍କ ଲୋକପ୍ରିୟତା ଯୋଗୁଁ ସେ ବିଜୟୀ ହୋଇଛନ୍ତି । ସରକାରଙ୍କ ଯୋଜନା ଉପରେ ମତ ରଖି ସେ କହିଛନ୍ତି ଯେ ଏହି ଭୋଟ ଫଳାଫଳ ହିଁ କହୁଛି ଯେ ନବୀନ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ହୋଇଛି । ଆଉ ଏହି ନିର୍ବାଚନୀ ଫଳାଫଳରେ ବିଜେପିକୁ ଓଡିଶାବାସୀ ଉଚିତ ଜବାବ ଦେଇଛନ୍ତି କହିଲେ ପ୍ରତାପ ଜେନା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.