ETV Bharat / elections

ମାଓ ଭୟ: ଗାଡିରେ ଗଲେ, ପାହାଡ଼ ଡେଇଁ ଫେରିଲେ ପୁଲିଂ କର୍ମଚାରୀ - khairaput

ନିର୍ବାଚନକୁ ବିରୋଧ କରି ମାଓବାଦୀ ଆକ୍ରମଣ ଘଟାଇବାକୁ ଯୋଜନା କରୁଥିବା ଯବାନମାନଙ୍କୁ ସୂଚନା ଆସିଥିଲା । ଫଳରେ ପୁଲିଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିଂ ଅଧିକାରୀଙ୍କୁ ଘାଟିରେ ଚଲାଇ ଚଲାଇ ନେଇଥିଲେ ଯବାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Apr 12, 2019, 2:20 PM IST

Updated : Apr 13, 2019, 7:46 AM IST

ମାଲକାନଗିରି: ଧଡ଼ ଧଡ଼ ଛାତିରେ କଟିଲା ରାତି । ଘଞ୍ଚ ଜଙ୍ଗଲ । ତୁହାକୁ ତୁହା ବର୍ଷା ସାଙ୍ଗକୁ କିଟମିଟ ଅନ୍ଧାର । ସେପଟେ ମାଓ ଆକ୍ରମଣର ଭୟ । ମୁଣ୍ଡ ଉପରେ କେବଳ ଜରିପାଲ ଆଉ ରାତି ବିତାଇବା ପାଇଁ ଦୁଇ ପଟ ପାଉଁରୁଟି ସାଙ୍ଗକୁ ଯବାନଙ୍କ ପାଣି । ଆଉ ରାତି ପାହିବା ପରେ ଘଞ୍ଚ ଅରଣ୍ୟ ମଧ୍ୟରେ 15 କିଲୋମିଟର ଅତିକ୍ରମ କରି ପହଞ୍ଚିବାର ଅଛି ମାଲକାନଗିରି ମୂଖ୍ୟାଳୟ । ଏଭଳି ଭୟଙ୍କର ପରିସ୍ଥିତିକୁ କୋହଭରା କଣ୍ଠରେ ବଖାଣିଛନ୍ତି କିଛି ଚିତ୍ରକୋଣ୍ଡାରେ ନିୟୋଜିତ ହୋଇଥିବା ପୁଲିଂ କର୍ମଚାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଅଧିକ ପଢନ୍ତୁ: ଶ୍ରୀମନ୍ଦିର ଟ୍ରେଜେରୀ ଲୁଟ୍ ଘଟଣା: ସିସିଟିଭିରେ କଏଦ ନାବାଳକ ଚୋର

ଆଜି ମାଲକାନଗିରି ମୁଖ୍ୟାଳୟରେ ପହଞ୍ଚିବା ପରେ ସେମାନଙ୍କୁ ଭେଟିଥିଲେ ଇଟିଭି ଭାରତ ଟିମ । କ୍ୟାମେରା ଟିମ ଆଗରେ ସେମାନଙ୍କର ଅନୁଭୂତି କହିଥିଲେ । ଚିତ୍ରକୋଣ୍ଡାରେ ପୁଲିଂ ସରିବା ପରେ ସେମାନଙ୍କ ଫେରିବାକୁ ନେଇ ଦେଖା ଦେଇଥିଲା ସମସ୍ୟା । ଯବାନଙ୍କ କଡ଼ା ତାଗିଦ ଗାଡ଼ିରେ ଯାଇ ହେବନାହିଁ, ଚାଲି ଚାଲି ଯିବାକୁ ହେବ। ଦିନମାନ ମତଦାନକୁ ନେଇ ବ୍ୟସ୍ତ ଥିବା ପୁଲିଂ କର୍ମଚାରୀମାନେ ଏଭଳି ବାଣୀ ଶୁଣି କିଛି ସମୟ ପାଇଁ ଅପ୍ରସ୍ତୁତ ହୋଇ ପଡ଼ିଥିଲେ । ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାଲି ଚାଲି ଆସିଥିଲେ ଏହି ପୁଲିଂ କର୍ମଚାରୀମାନେ ।

ପାହାଡ଼ ଦେଇ କିଛି ବାଟ ଚାଲିବା ପରେ ଘୋଟି ଯାଇଥିଲା ଘୋର ଅନ୍ଧାର । ଫଳରେ ଯବାନଙ୍କ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେଠାରେ ରାତ୍ରିଯାପନ କରିଥିଲେ । ଆଉ ରାତି ପାହିବା ପରେ ପୁନର୍ବାର ପାହାଡ଼ ଅତିକ୍ରମ କରି ଖଇରପୁଟକୁ ଆସିଥିଲେ । ସେଠାରୁ ଗାଡ଼ି ଯୋଗେ ଆସିଥିଲେ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟକୁ ।

ସୂଚନାଯୋଗ୍ୟ ନିର୍ବାଚନକୁ ବିରୋଧ କରି ମାଓବାଦୀ ଆକ୍ରମଣ ଘଟାଇବାକୁ ଯୋଜନା କରୁଥିବା ଯବାନମାନଙ୍କୁ ସୂଚନା ଆସିଥିଲା । ଫଳରେ ପୁଲିଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯବାନ ମାନେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Intro:Body:

xsbvfbgd

Conclusion:
Last Updated : Apr 13, 2019, 7:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.