ETV Bharat / elections

ବୌଦ୍ଧରେ ନିର୍ବାଚନ ପ୍ରସ୍ତୁତି ଜୋରଦାର - flag march

କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ୮୫ ନମ୍ବର କଣ୍ଟାମାଳ ଓ ୮୬ ନମ୍ବର ବୌଦ୍ଧ ବିଧାନସଭା ଆସନ ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି । ଏନେଇ ମଙ୍ଗଳବାର କଣ୍ଟାମାଳ ଓ ବୌଦ୍ଧ ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ଆଶାୟୀଙ୍କ ପ୍ରଚାରକୁ ସଂଧ୍ୟାରେ ବନ୍ଦ କରାଯାଇଛି ।

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ
author img

By

Published : Apr 17, 2019, 5:26 PM IST

ବୌଦ୍ଧ: ବୌଦ୍ଧରେ ନିର୍ବାଚନ ପ୍ରସ୍ତୁତି ଜୋରଦାର ଚାଲିଛି । କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ୮୫ ନମ୍ବର କଣ୍ଟାମାଳ ଓ ୮୬ ନମ୍ବର ବୌଦ୍ଧ ବିଧାନସଭା ଆସନ ନିମନ୍ତେ ଜିଲ୍ଲାପ୍ରଶାସନ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି । ଏନେଇ ମଙ୍ଗଳବାର କଣ୍ଟାମାଳ ଓ ବୌଦ୍ଧ ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ଆଶାୟୀଙ୍କ ପ୍ରଚାରକୁ ସଂଧ୍ୟାରେ ବନ୍ଦ କରାଯାଇଛି । ଏହାଛଡା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ଓ କଲେଜକୁ ସିଲ କରି ଏଠାରୁ ସମସ୍ତ ଗାଡି ତଥା ପୋଲିଂ ବୁଥ କର୍ମଚାରୀ ମାନଙ୍କୁ ପଠାଇ ଦିଆଯାଇଛି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ସମୁଦାୟ ୨,୭୧୨ ଜଣ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୧୭ ଗୋଟି ବୁଥ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୯୪ଟି ବୁଥ୍ ନିୟୋଜିତ କରାଯାଇଛି । ଏହିପରି ସମୁଦାୟ ୪୧୧ ଗୋଟି ବୁଥ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି ।

ଆଉ ମାତ୍ର ଅଳ୍ପ କେଇ ଘଣ୍ଟା ପରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ସରକାରୀ କର୍ମଚାରୀଙ୍କ ନିମନ୍ତେ ଜିଲ୍ଲାପାଳ କାର୍ଯ୍ୟଳୟଠାରେ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଥିଲା । ଏଥିରେ କଣ୍ଟାମାଳ ନିମନ୍ତେ ୪୬୪ଟି ଭୋଟ ଓ ବୌଦ୍ଧ ନିମନ୍ତେ ୪୫୯ ଟି ଭୋଟ ସହିତ ଲୋକସଭା ନିମନ୍ତେ ୯୨୪ଟି ଭୋଟ ପଡିଥିଲା । ଏହାଛଡ଼ା ଅନଲାଇନ ଭୋଟିଂରେ ୧୦୦ ଜଣ ମତଦାନ କରିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦୁଇ ନିର୍ବାଚନ ମଣ୍ଡଳୀର ୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେଉଁ ମାନେ ବିଜୟୀ ହେବେ ତା’ ଉପରେ ସମସ୍ତଙ୍କ ନଜର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.