ETV Bharat / elections

ରାତି ପାହିଲେ ନିର୍ବାଚନ, ବଲାଙ୍ଗୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ବଲାଙ୍ଗୀରରେ ଗୁରୁବାର ଦ୍ୱିତୀୟ ପର୍ଯାୟରେ ହେବ ଭୋଟ ଗ୍ରହଣ । ଏଥିପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାରର ପ୍ରସ୍ତୁତି ସାରିବା ସହ ସମସ୍ତ ୧,୫୪୭ ବୁଥକୁ ପୋଲିଂ ପାର୍ଟି ପହଞ୍ଚି ସାରିଲେଣି । ଗୁରୁବାର ଦ୍ୱିତୀୟ ପର୍ଯାୟରେ ଭୋଟ ଗ୍ରହଣ ପାଇଁ ୯,୨୮୬ ଜଣ ପୋଲିଂ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ।

author img

By

Published : Apr 17, 2019, 6:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ବଲାଙ୍ଗୀରରେ ଗୁରୁବାର ଦ୍ୱିତୀୟ ପର୍ଯାୟରେ ହେବ ଭୋଟ ଗ୍ରହଣ । ଏଥିପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାରର ପ୍ରସ୍ତୁତି ସାରିବା ସହ ସମସ୍ତ ୧,୫୪୭ ବୁଥକୁ ପୋଲିଂ ପାର୍ଟି ପହଞ୍ଚି ସାରିଲେଣି । ଗୁରୁବାର ଦ୍ୱିତୀୟ ପର୍ଯାୟରେ ଭୋଟ ଗ୍ରହଣ ପାଇଁ ୯,୨୮୬ ଜଣ ପୋଲିଂ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ।

ସେହିପରି ୧୫୨ ଜଣ ସେକ୍ଟର ଅଫିସର, ୧୩୦ ଜଣ ମାଇକ୍ରୋ ଅବର୍ଜଭର ଓ ୩୦ ଜଣ ଜୋନାଲ ମାଜିଷ୍ଟ୍ରେଟ ଏଥିପାଇଁ ସ୍ୱତନ୍ତ୍ର ଭାବରେ ନିଯୁକ୍ତ ହୋଇଛନ୍ତି । ଏଥିସହ ମତଦାନ ପ୍ରକ୍ରିୟା ଯେପରି ଶାନ୍ତିଶୃଙ୍ଖଳାର ସହ ସମ୍ପର୍ନ୍ନ ହେବ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ।

ଦ୍ୱିତୀୟ ପର୍ଯାୟ ନିର୍ବାଚନକୁ ଆଉମାତ୍ର କେଇ ଘଣ୍ଟା ବାକି ଥିବାବେଳେ ଏଥିରେ ମୋଟ ୨୦ ସେକ୍ସସନ ପୋଲିସ ଫୋର୍ସ ମୁତୟନ କରା ଯାଇଥିବା ବେଳେ ୧ହଜାର ୮ଶହ୯ କନଷ୍ଟେବଲ ଓ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଛି । ଏଥିସହ ୧୧୩ ଟି ମୋବାଇଲ ପାର୍ଟି ଓ ସାତଟି ଜୋନାଲ ଅଫିସର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

ତେବେ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ ଥିବା ୧୯୬ଟି ବୁଥ୍ ପାଇଁ ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ମୋଟ 7 କମ୍ପାନୀ ସିଆରପିଏଫ ଫୋର୍ସଙ୍କୁ ମୁତୟନ କରାଯାଇଛି । ସେହିପିର ମାଓ ପ୍ରଭାବିତ ଗନ୍ଧମାନର୍ଦ୍ଧନ, ବେଲପଡା, ତୁରେକେଲା, ଖପ୍ରାଖୋଲ ଅଞ୍ଚଲରେ ପୋଲିସ ଓ ସିଆରପିଏଫର କୁମ୍ବିଂ ବ୍ୟବସ୍ଥା ଜୋରଦାର କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.