ETV Bharat / elections

'ଚାଷୀଙ୍କ ଚିନ୍ତା ଦୂର କରିବି' - Candidate

ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଚାଷୀଙ୍କ ଚିନ୍ତା ଦୂର କରିବା ସହ ବିକାଶ ଧାରାକୁ ତ୍ବରାନ୍ବିତ କରିବା କଥା କହିଛନ୍ତି ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମିଲନ ସେଠ୍‌ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Apr 16, 2019, 7:09 AM IST

ବରଗଡ: ଚାଲିଛି ପ୍ରାର୍ଥୀଙ୍କ ଅଗ୍ନିପରୀକ୍ଷା । ଇଟିଭିର ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏଥିରେ ସାମିଲ ହୋଇ ଚଳିତ ନିର୍ବାଚନରେ ଜିତିବା ନେଇ ରଣନୀତି, ପ୍ରତିଶ୍ରୁତି , ନିଜ ଅଞ୍ଚଳର ସମସ୍ୟା ଉପରେ ଆଲୋକପାତ ଓ ସମାଧାନର ବାଟ ଓ କଣ କହି ଭୋଟ ମାଗିବେ ସେ ନେଇ ନିଜ ମତ ମନ୍ତବ୍ୟ ରଖୁଛନ୍ତି ପ୍ରାର୍ଥୀ । ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଚାଷୀଙ୍କ ଚିନ୍ତା ଦୂର କରିବା ସହ ବିକାଶ ଧାରାକୁ ତ୍ବରାନ୍ବିତ କରିବା କଥା କହିଛନ୍ତି ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମିଲନ ସେଠ୍‌ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଓଡିଶାର ଭାତ ହାଣ୍ଡି ନାମରେ ପରିଚିତ | ଏହି ବିଧାନସଭାରେ କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ବେଶ୍‌ ସରଗରମ ହୋଇଥାଏ ରାଜ୍ୟ ରାଜନୀତି | ଚାଷୀ ଆତ୍ମହତ୍ୟାକୁ ନେଇ ସବୁବେଳେ ଚର୍ଚାରେ ରହିଥିବା ଅତାବିରା ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନରେ ବିଜେଡିରୁ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ , କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରାର୍ଥୀ ହୋଇଛନ୍ତି । ଏହି ଦୁଇ ହେଭିୱେଟଙ୍କୁ ସାମ୍ନା କରୁଛନ୍ତି ବିଜେପିର ମିଲନ ସେଠ୍‌ |

ଓଡିଶାର ଭାତହାଣ୍ଡି କୁହାଯାଉଥିବା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକରେ କେନାଲ ପାଣି ଆଦୌ ପହଞ୍ଚୁନ ଥିବା ବେଳେ ଏହି ସମସ୍ୟା ର ସମାଧାନ କରିବା ସହିତ ଶିକ୍ଷା , ସ୍ବାସ୍ଥ୍ୟ ଓ ଗମନାଗମନର ସୁବିଧା କରିବେ ବୋଲି ବିଜେପି ଦଳର ପ୍ରାର୍ଥୀ ମିଲନ ସେଠ୍‌ କହିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

dsds

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.