ETV Bharat / elections

ପ୍ରକାଶ ପାଇଲା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ଅପରାଧ ତାଲିକା - INDIA

ଗତକାଲି ସର୍ବଭାରତୀୟ ସ୍ତରର ନେତାଙ୍କ ଏଡିଆର ରିପୋର୍ଟ ପ୍ରକାଶ ପାଇଛି। ଯେଉଁ ରିପୋର୍ଟକୁ ନେଇ ଏବେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା। ଏହି ରିପୋର୍ଟ ମାଧ୍ୟମରେ ରାଜନେତା ବା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଅପରାଧିକ ମାମଲା ଜଣାପଡିଥାଏ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 15, 2019, 10:47 AM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ସାରାଦେଶରେ ରାଜନୈତିକ ଦଳଙ୍କ ପ୍ରଚାର ଜୋରଦାର ଚାଲିଥିବ ବେଳେ ଆସନ୍ତା 18 ତାରିଖରେ ମୋଟ 97ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହି 97 ଗୋଟି ଆସନ ପାଇଁ ସାରାଦେଶରୁ 209 ଟି ଜାତୀୟ ଦଳ, 107 ବିଭିନ୍ନ ଆଞ୍ଚଳିକ ଦଳ ମଣ୍ଡଳ ସ୍ତରୀୟ ଦଳର 386 ଓ 888 ନିର୍ଦଳୀୟ ପ୍ରାର୍ଥୀ ଭାବେ ମୋଟ 1590 ଜଣ ପ୍ରାର୍ଥା ନିର୍ବାଚନ ମୈଦାନରେ ଅଛନ୍ତି । ଏମାନଙ୍କ ମଧ୍ୟରୁ 423 ଜଣ ପ୍ରାର୍ଥୀ କୋଟିପତି ଅଛନ୍ତି ।

ଗତକାଲି ସର୍ବଭାରତୀୟ ସ୍ତରର ନେତାଙ୍କ ଏଡିଆର ରିପୋର୍ଟ ପ୍ରକାଶ ପାଇଛି। ଯେଉଁ ରିପୋର୍ଟକୁ ନେଇ ଏବେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ଏହି ରିପୋର୍ଟ ମାଧ୍ୟମରେ ରାଜନେତା ବା ନିର୍ବାଚଚନ ରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଅପରାଧିକ ମାମଲା ଜଣାପଡିଥାଏ । ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରାଦେଶରୁ ମୋଟ 1590 ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ସେଥିମଧ୍ୟରୁ 251 ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଦାୟର ହୋଇଛି । ଏହାସହ 167 ଜଣ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଅପରାଧ ମାମଲା ଥିବା ଜଣା ପଡିଛି ।

ଅଧିକ ମାମଲା ଥିବା ପ୍ରାର୍ଥୀ ହେଉଛନ୍ତି ତାମିଲନାଡୁର ଡିଏମକେ ଦଳର, ଏହି ଦଳର 46 ପ୍ରତିଶତ ପ୍ରାର୍ଥୀଙ୍କ ନାଁ ରେ ବିଭିନ୍ନ ଅପରାଧିକ ମାମଲା ସହ ଅତି ସମ୍ବେଦନଶୀଳ ମାମଲା ମଧ୍ୟ ଅଛି । ଠିକ୍ ସେହିପରି ଦ୍ବିତୀୟ ପର୍ଯ୍ୟାୟରେ କଂଗ୍ରସ ଦଳରୁ ପ୍ରାର୍ଥୀ ହୋଇଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ 43 ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଅଛି । ସେପଟେ ମହାରାଷ୍ଟ୍ରରେ ପ୍ରଭାବ ରଖିଥିବା ଶିବସେନାର 36 ପ୍ରତିଶତ ପ୍ରାର୍ଥୀ ମଧ୍ୟ ଅପରାଧିକ ମାମଲାରେ ଜଡିତ ।

ଅନ୍ୟପଟେ ବର୍ତ୍ତମାନ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଦଳରୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲଢୁଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ 31 ପ୍ରତିଶତ ପ୍ରାର୍ଥୀ ବିଭିନ୍ନ ମାମଲାରେ ଜଡିତ ଅଛନ୍ତି ।

କେଉଁ ଅପରାଧିକ ମାମଲାରେ କେତେ ପ୍ରାର୍ଥୀ ଜଡିତ(ମୋଟ ଦଳ ଉପରେ)
* ଜଘନ୍ୟ ଅପରାଧ-167 ପ୍ରାର୍ଥୀ
* ଦୋଷୀ-3ଜଣ ପ୍ରାର୍ଥୀ
* ହତ୍ୟା ଅଭିଯୋଗ -6ଜଣ ପ୍ରାର୍ଥୀ
* ଅପହରଣ ମାମଲା- 8ଜଣ ପ୍ରାର୍ଥୀ
* ହତ୍ୟା ଉଦ୍ୟମ -25ଜଣ ପ୍ରାର୍ଥୀ
* ମହିଳାଙ୍କୁ ଦୁର୍ବ୍ୟବହାର-10ଜଣ ପ୍ରାର୍ଥୀ
*ଉତ୍ତେଜନା ମୂଳକ ଭାଷଣ -15ଜଣ ପ୍ରାର୍ଥୀ

ସୂଚନା ଯୋଗ୍ୟଯେ ପ୍ରାର୍ଥୀଙ୍କ ଏହି ଅପରାଧିକ ତାଳିକା ଏଡିଆର ଓ ଇଲେକ୍ସନ ୱାଚ କମିଟି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଅନୁଧ୍ୟାନ କରି ପ୍ରକାଶ କରିଥାନ୍ତି ।

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.