ETV Bharat / elections

ହରିଆଣାରେ ହୋଇପାରେ ଆପ-ଜେଜେପି ମେଣ୍ଟ

ହରିୟାଣାର 10 ଲୋକସଭା ଆସନରେ 6-4 ଫର୍ମୁଲାରେ ଆସନ ଭାଗବଣ୍ଟା ହୋଇଛି । ଜେଜେପି ଏବଂ ଆପ ମଧ୍ୟରେ ହୋଇଛି ଆସନ ବୁଝାମଣା ।

author img

By

Published : Apr 12, 2019, 12:17 PM IST

ଫାଇଲ ଫଟୋ

ଚଣ୍ଡିଗଡ଼: ହରିଆଣାରେ ହୋଇପାରେ ଆମ ଆଦମୀ ପାର୍ଟି(ଆପ) ଓ ଜନନାୟକ ଜନତା ପାର୍ଟି(ଜେଜେପି) ମଧ୍ୟରେ ମେଣ୍ଟ । ତେବେ ଏନେଇ ଶୁକ୍ରବାର ନିଷ୍ପତ୍ତି ନିଆଯିବା ସହିତ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇପାରେ ।

ମେଣ୍ଟ ହେବା ପରେ ଏହି ଦୁଇ ପାର୍ଟି ରାଜ୍ୟରେ 10ଟି ଲୋକସଭା ଆସନ ମଧ୍ୟରୁ 6/4 ଅନୁପାତରେ ଆସନ ବୁଝାମଣା ହୋଇଛି । ନିର୍ବାଚନରେ ଆପ 4ଟି ସିଟରେ ପ୍ରାର୍ଥୀ ଦେବାକୁ ଥିବା ବେଳେ ଜେଜେପି 6ଟି ସିଟରେ ପ୍ରାର୍ଥୀ ଦେବ ବୋଲି ସୂଚନା ରହିଛି ।

ମିଳିଥିବା ସୂଚନା ମୁତାବକ ଏହା ପୂର୍ବରୁ ଜିନ୍ଦ ଉପନିର୍ବାଚନରେ ଜେଜେପିକୁ ଆପ ସମର୍ଥନ ଜଣାଇଥିଲା । ଏହା ପରେ ଉଭୟ ଦଳ ମଧ୍ୟରେ ମେଣ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏନେଇ ଜେଜେପି ମୂଖ୍ୟ ଦୁଷ୍ୟନ୍ତ ଚୌଟାଲା କହିଛନ୍ତି କୌଣସି ଦଳ ଚିନ୍ତାଧାର ତାଙ୍କ ଦଳ ସହିତ ମେଳ ଖାଏ ତେବେ ଉକ୍ତ ଦଳ ସହିତ ମେଣ୍ଟ କରିବ ।

କହିରଖୁଛୁ ଜାଟଙ୍କ ପ୍ରମୁଖ ଦଳ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ଭାଙ୍ଗି ଯିବା ବିଭିନ୍ନ ଛୋଟଛୋଟ ଦଳ ସୃଷ୍ଟି ହୋଇଥିଲା । ଓପି ଚୌଟାଲାଙ୍କ ନାତି ଦୁଷ୍ୟନ୍ତ ଓ ଦିଗବିଜୟ ନିଜର ଦଳଗଢିଥିଲେ । ଯାହା ଜନନାୟକ ଜନତା ପାର୍ଟି ନାମରେ ବର୍ତ୍ତମାନ ପରିଚିତ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.