ETV Bharat / elections

ହରିୟାଣା କ୍ଷମତା ନେଇ ବିଜେପିର ରଣନୀତି ଆରମ୍ଭ

author img

By

Published : Oct 24, 2019, 12:37 PM IST

ଜାରି ରହିଛି ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି । ଶାସକ ବିଜେପି ମ୍ୟାଜିକ ନମ୍ବର ଠାରୁ ଦୂରରେ ..କିଏ ଗଠନ କରିବ ସରକାର ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷା ।

ଫାଇଲ ଫଟୋ

ହରିୟାଣା: ହରିୟାଣା ବିଧାନସଭାରେ ଶାସକ ବିଜେପିକୁ ଏକ ଜବରଦସ୍ତ ଝଟକା ଲାଗିପାରେ । ଭୋଟ ଗଣଣା ଜାରି ରହିଥିବା ବେଳେ ଦଳ ମ୍ୟାଜିକ ସଂଖ୍ୟା ଠାରୁ ଅଳ୍ପକିଛି ସିଟ ଦୂରରେ ରହିଛି । ଫଳରେ ରାଜ୍ୟରେ କ୍ଷମତା କାହା ହାତରେ ରହିବ ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଜେପି ଅଧ୍ୟକ୍ଷ ଅମିତ ଶାହା ନିଜର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ହରିୟାଣା ମୁଖ୍ୟମନ୍ତ୍ରୀ ଥିବା ମନହୋର ଲାଲ ଖଟ୍ଟରଙ୍କୁ ଦିଲ୍ଲୀ ଡାକିଛନ୍ତି ।

ରାଜ୍ୟରେ ଦଳ ବହୁମତ ଠାରୁ ଅଳ୍ପକିଛି ସିଟ ଦୂରରେ ଥିବା ବେଳେ ଦଳର ଆଗାମୀ ରଣନୀତି କଣ ହେବ ସେନେଇ ଆଲୋଚନା ହେବ । ରାଜ୍ୟରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳୁନଥିବା ବେଳେ କଂଗ୍ରେସ ଜେଜେପି ସମର୍ଥନରେ ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ଏପରିକି ଦଳର ନେତା ଭୂପିନ୍ଦର ସିଂ ହୁଡା ଘୋଷଣା ମଧ୍ୟ କରିସାରିଛନ୍ତି । ସୂତ୍ର ଅନୁସାରେ ସୋନିଆ ଗାନ୍ଧୀ ମଧ୍ୟ ଭୂପିନ୍ଦରଙ୍କୁ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବାକୁ କ୍ଷମତା ଦେଇଥିବା ଜଣାପଡିଛି ।

ଅନ୍ୟପଟେ କିନ୍ତୁ ବିଜେପି ଯେକୌଣସି ମତେ କ୍ଷମତା ବଜାୟ ରଖିବାକୁ ରଣନୀତି କରୁଛି । ଦଳ ଏବେ ଅନ୍ୟ ଛୋଟଛୋଟ ଦଳ ଉପରେ ନଜର ପକାଇଛି । ଯଦି ଆବଶ୍ୟକ ହୁଏ ଏହି ସମସ୍ତ ବିଧାୟକଙ୍କ ସମର୍ଥନ ଲୋଡିବ ଦଳ । କିମ୍ବା ଜେଜେପିକୁ ମଧ୍ୟ ସରକାରରେ ସାମିଲ କରି ମେଣ୍ଟ କରିବାକୁ ଚିନ୍ତା କରୁଛି ବିଜେପି । ଯାହାର ରଣନୀତି ନିର୍ଦ୍ଧାରଣ କରିବେ ଅମିତ ଶାହା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.