ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟିର ନେତା ତଥା ପଞ୍ଜାବର ଗୁରୁଦାସପୁର ଆସନରୁ ନିର୍ବାଚନ ଲଢୁଥିବା ଅଭିନେତା ସନ୍ନି ଦେୱଲ ନିଜର ଫର୍ମ ଦାଖଲ କରିଛନ୍ତି । ନିର୍ବାଚନୀ ସତ୍ୟପାଠରେ ସେ କହିଛନ୍ତି କି, ତାଙ୍କ ପାଖରେ ଓ ତାଙ୍କ ପତ୍ନୀ ପାଖରେ 87କୋଟିର ସମ୍ପତ୍ତି ରହିଛି ଏବଂ 53 କୋଟି ଟଙ୍କା କରଜ ନେଇଛନ୍ତି । ଏହାସହ ପ୍ରାୟ 2.5କୋଟି ସରକାରୀ କରଜ ଅଛି ।
![sunny deol](https://etvbharatimages.akamaized.net/etvbharat/prod-images/3145772_thumbnail.jpg)
ସତ୍ୟପାଠ ଅନୁସାରେ, ସନ୍ନିଙ୍କ ପାଖରେ 60କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଥିଲାବେଳେ ତାଙ୍କ ପତ୍ନୀଙ୍କ ପାଖରେ 6କୋଟିର ସ୍ଥାବର ସମ୍ପତ୍ତି ଅଛି । ସନ୍ନିଙ୍କ ପାଖରେ 26ଲକ୍ଷ ନଗଦ ଥିଲା ବେଳେ ତାଙ୍କ ପତ୍ନୀଙ୍କ ପାଖରେ 16ଲକ୍ଷ ନଗଦ ଅଛି । ସନ୍ନିଙ୍କ ବ୍ୟାଙ୍କ ଆକାଉଣ୍ଟରେ 9ଲକ୍ଷ ଥିବା ସହ ପତ୍ନୀଙ୍କ ଆକାଉଣ୍ଟରେ 19ଲକ୍ଷ ଟଙ୍କା ରହିଛି । ସନ୍ନିଙ୍କ ପାଖରେ 21କୋଟିର ଅସ୍ଥାବର ସମ୍ପତ୍ତି ଅଛି । ମାତ୍ର ତାଙ୍କ ପତ୍ନୀଙ୍କ ପାଖରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ । ସନ୍ନିଙ୍କ ପାଖରେ ଏକ କୋଟି 7ଲକ୍ଷ ଟଙ୍କା ଜିଏସଟି ବାବଦକୁ ବାକି ଅଛି ।
ସନ୍ନିଙ୍କ ପ୍ରକୃତ ନାମ ଅଜୟ ସିଂ ଧର୍ମେନ୍ଦ୍ର ଦେୱଲ । ସତ୍ୟପାଠ ଅନୁଯାୟୀ ତାଙ୍କ ଉପରେ କୌଣସି ଅପରାଧିକ ମାମଲା ନାହିଁ । ସନ୍ନି ଦେୱଲ 1977-78ରେ ବର୍ମିଂହାମରେ ଅଭିନୟ ପାଠ ପଢିଛନ୍ତି ।