ETV Bharat / crime

ମଦ ପିଇବାକୁ ବାରଣ କରିବାରୁ ସ୍ତ୍ରୀର ଜୀବନ ନେଲା ସ୍ବାମୀ

ଛତିଶଗଡର ଗରିଆବନ୍ଦ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମଦ ପିଇବାକୁ ବାରଣ କରିବାରୁ ସ୍ତ୍ରୀକୁ ଲହାରଡରେ ମାଡମାରି ଜୀବନ ନେଲା ସ୍ବାମୀ । ଅଧିକ ପଢନ୍ତୁ

author img

By

Published : Dec 25, 2022, 10:53 AM IST

Teacher kills wife in Gariaband for wine

ରାୟପୁର: ମଦ୍ୟପ ସ୍ବାମୀର ନାରକୀୟ କାଣ୍ଡ । ମଦ ପିଇବା ସମୟରେ ସ୍ତ୍ରୀ ରୋକିବାରୁ ସ୍ବାମୀର ମୁଣ୍ଡରେ ଚଢିଲା ପିତ । ଲୁହାରଡରେ ମାଡମାରି ସ୍ତ୍ରୀର ଜୀବନ ନେଲା ସ୍ବାମୀ(Husband murdered wife for stopping drinking wine) । ଏଭଳି ହତ୍ୟାକାଣ୍ଡ ଘଟିଛି ଛତିଶଗଡର ଗରିଆବନ୍ଦ ଜିଲ୍ଲାରେ । ହତ୍ୟାକାରୀ ସ୍ବାମୀ ହେଉଛି ଡୋମନକାନ୍ତ ଧ୍ରୁବ । ସେ ଜଣେ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି ।

ଗତ ଶୁକ୍ରବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଯେତେବେଳେ ଅଭିଯୁକ୍ତ ଡୋମନକାନ୍ତ ଘରେ ମଦ୍ୟପାନ କରୁଥିଲେ, ସେତେବେଳେ ତାଙ୍କ ପତ୍ନୀ ମୀନା ଧ୍ରୁବ ତାଙ୍କୁ ମଦ୍ୟପାନ ନକରିବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀର ମୁଣ୍ଡକୁ ଏକ ଲୁହା ରଡରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ମୀନା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣଙ୍କ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ-TV Actress Tunisha Sharma Death Case: ଗିରଫ ହେଲେ କୋ-ଷ୍ଟାର ଶିଜନ ଖାନ

ଏନେଇ ପୋଲିସ କହିଛି ଯେ, ''ଅଭିଯୁକ୍ତ ଜଣଙ୍କ ସ୍ତ୍ରୀକୁ ହତ୍ୟା କରିବା ପରେ ଥାନାରେ ଆସି ଆତ୍ମସମର୍ପଣ କରିଥିଲା । ଏହାପରେ ତାକୁ ଗିରଫ କରାଯାଇଥିଲା । ପଚରାଉଚରା ସମୟରେ ସବୁ ସତକଥା କହିଥିଲା ଅଭିଯୁକ୍ତ । କିନ୍ତୁ ଏପରି କାଣ୍ଡ ଘଟାଇବାପରେ ଅଭିଯୁକ୍ତ ଟିକିଏ ବି ପଶ୍ଚାତାପ କରିନଥିବା ପରି ମନେ ହେଉଥିଲା । ଅଭିଯୁକ୍ତ ଡୋମନକାନ୍ତ ଜଣେ ଶିକ୍ଷକ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ଶିକ୍ଷକ ଥିଲେ । ବର୍ତ୍ତମାନ ମୀନାଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.