ETV Bharat / crime

ତୁଚ୍ଛ ହେଲା ସମ୍ପର୍କ, ଜମି ବିବାଦକୁ ନେଇ କାକାକୁ ହତ୍ୟା କଲା ପୁତୁରା

author img

By

Published : Jul 19, 2022, 3:40 PM IST

ଜମି ବିବାଦକୁ ନେଇ କାକାକୁ ହତ୍ୟା କଲା ପୁତୁରା । ଅଭିଯୋଗ ପରେ ପୁତୁରାକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ତୁଚ୍ଛ ହେଲା ସମ୍ପର୍କ, ଜମି ବିବାଦକୁ ନେଇ କାକାକୁ ହତ୍ୟା କଲା ପୁତୁରା
ତୁଚ୍ଛ ହେଲା ସମ୍ପର୍କ, ଜମି ବିବାଦକୁ ନେଇ କାକାକୁ ହତ୍ୟା କଲା ପୁତୁରା

ଭବାନୀପାଟଣା: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଜମି କେଇ ଗୁଣ୍ଠ ପାଇଁ ନିଜ କାକାକୁ ହତ୍ୟା କଲା ପୁତୁରା । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ । ମୃତକ ଜଣଙ୍କ ହେଉଛନ୍ତି ଭୂଷଣ ପ୍ରସାଦ କଶ୍ୟପ । ଘଟଣାର ଛାନଭିନ କରି ହତ୍ୟାକାରୀ ପୁତୁରାକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, କେସିଙ୍ଗାର ଭୂଷଣ ପ୍ରସାଦ କଶ୍ୟପ ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ବଜାରକୁ ଯଇଥିଲେ । ଭୂଷଣ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ହେଁ ତାଙ୍କର କୌଣସି ଖୋଜଖବର ମିଳିନଥିଲା । ଏହାପରେ ପରିବାର ଲୋକେ ଏନେଇ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ । କେସିଙ୍ଗା ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗତକାଲି ଅର୍ଥାତ ସୋମବାର ଦିନ ମଶାଣିମୁଣ୍ଡା ମଦଭାଟି ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସାଇଣ୍ଟିଫିକ୍ ଟିମ ସହାୟତାରେ ଘଟଣାର ଛାନଭିନ କରିଥିଲା ପୋଲିସ । ତଦନ୍ତ ବେଳେ ମୃତଦେହକୁ ଭୂଷଣଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ । ଏହାପରେ ଭୂଷଣଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ ବେଳେ ଜମିବାଡ଼ି ଭାଗବଣ୍ଟାକୁ ନେଇ ଭାଇ ଭାଇ ମଧ୍ୟରେ ବିବାଦ ରହିଥିବା ନେଇ ଜଣାପଡିଥିଲା । ଏହାପରେ ପୋଲିସ ଭୂଷଣଙ୍କ ବଡଭାଇ ରତନ କଶ୍ୟପ ଏବଂ ତାଙ୍କ ସାନ ପୁଅ ଦୌଲତ କଶ୍ୟପକୁ ସନ୍ଦେହରେ ପଚରା ଉଚୁରା କରିଥିଲା । ଶେଷରେ ନିଜ କାକାଙ୍କୁ ହତ୍ୟାକରି ଥିବା ନେଇ ପୋଲିସ ନିକଟରେ ଦୋଷ ସ୍ବୀକାର କରିଥିଲା ପୁତୁରା ଦୌଲତ କଶ୍ୟପ । ଜମିବାଡି ବିବାଦକୁ ନେଇ କାକା ଭୂଷଣକୁ ହତ୍ୟା କରିଥିବା କହିଥିଲା ଦୌଲତ କଶ୍ୟପ । ପୋଲିସ ଅଭିଯୁକ୍ତ ଦୌଲତ କଶ୍ୟପକୁ ଗିରଫ କରି କୋର୍ଟ ଚାଲଣ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଭବାନୀପାଟଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.