ETV Bharat / crime

କଳାହାଣ୍ଡିରେ ଚାଞ୍ଚଲ୍ୟ, ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା

author img

By

Published : Nov 7, 2022, 7:51 PM IST

କଳାହାଣ୍ଡିରେ ଚାଞ୍ଚଲ୍ୟ । କଳାହାଣ୍ଡି ଖକସୀ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଘରେ ପଶି ଯୁବକଙ୍କୁ ହତ୍ୟା କାଲା ଦୁର୍ବୃତ୍ତ । ପୋଲିସର ତନାଘନା । ଅଧିକ ପଢନ୍ତୁ

ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା
ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା

ଭବାନୀପାଟଣା: କଳାହାଣ୍ଡିରେ ଚାଞ୍ଚଲ୍ୟ । ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା । ଧାରୁଆ ଅସ୍ତ୍ରରେ ଯୁବକଙ୍କ ବେକ କାଟି ହତ୍ୟା କଲା ଦୁର୍ବୃତ୍ତ । ଏଭଳି ହତ୍ୟାକାଣ୍ଡ ଘଟିଛି କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଅନ୍ତର୍ଗତ ଖକସୀ ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ସନମାଝୀ ମାଝୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ଖକସୀ ଗାଁର ସନମାଝୀ ମାଝୀ ତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ କାକା ଜାଉ ମାଝୀଙ୍କ ଘରେ ରହି ଆସୁଥିଲା । ଗତକାଲି ରାତିରେ ଖାଇପିଇ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ହତ୍ୟା କରିଥିଲା । ଆଜି ଦିନ ୧ଟା ପର୍ଯ୍ୟନ୍ତ ସେ ଘରୁ ନବାହାରିବାରୁ ପରିବାର ଲୋକେ ଯୁବକଙ୍କୁ ଖୋଜିବାକୁ ଘର ଭିତରକୁ ଯାଇଥିଲେ । ସେଠାରେ ଯାଇ ଦେଖିବା ବେଳେ ସନମାଝୀର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ସଦସ୍ୟ । ଏନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଖବର ପାଇ ବିଶ୍ୱନାଥପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତକୁ ଜୋରଦାର କରିଛି ।

ଏହା ମଧ୍ୟ ପଢନ୍ତୁ-ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ, ବଡ ଭାଇ ଛୁରାମାଡ଼ରେ ସାନ ଭାଇର ମୃତ୍ୟୁ

ବର୍ତ୍ତମାନ ସୁଦ୍ଧା କିଏ ଓ କାହିଁକି ଯୁବକଙ୍କୁ ହତ୍ୟାକଲା ତାହା ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ତେବେ କେଉଁ କାରଣକୁ ନେଇ ସନମାଝୀଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଜାରି ରହିଛି । ଏନେଇ ଯୁବକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଯୁବକଙ୍କ କାହା ସହିତ ଶତୃତା ଥିଲା କି ନାହିଁ ତାହା ମଧ୍ୟ ଜଣାପଡିନାହିଁ । ତଦନ୍ତ ପରେ ସତ ସାମ୍ନାକୁ ଆସିବ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.