ETV Bharat / crime

ଉଦଳାରେ ଚାଞ୍ଚଲ୍ୟ: ବାପାକୁ ଗୁଳିକରି ହତ୍ୟାକଲା ପୁଅ, ପିତୃହନ୍ତା ଗିରଫ

author img

By

Published : Sep 8, 2022, 12:05 PM IST

ବନ୍ଧୁକରୁ ଗୁଳି ଫୁଟାଇ ବାପାକୁ ହତ୍ୟା କଲା ପୁଅ, ଫେରାର ଥିବା ଅଭିଯୁକ୍ତ ପୁଅକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ବାପାକୁ ଗୁଳିକରି ହତ୍ୟାକଲା ପୁଅ, ପିତୃହନ୍ତା ଗିରଫ

ବାରିପଦା: ପୁଅ ଭୁଲିଗଲା ବାପାର ସ୍ନେହ । ଉଗ୍ର ରୂପ ନେଲା ପାରିବାରିକ ବିବାଦ । ଶେଷରେ ବାପାକୁ ହତ୍ୟା କରିବାକୁ ପଛାଇଲାନାହିଁ ପୁଅ । ବନ୍ଧୁକରୁ ଗୁଳି ଫୁଟାଇ ବାପାକୁ ହତ୍ୟା କଲା ପୁଅ (Son killed his Father), ଭୟରେ ଘଟଣାସ୍ଥଳରୁ ଫେରାର ହୋଇଗଲା ପିତୃହନ୍ତା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଶୀକୁଣ୍ଡଳ ଗ୍ରାମରେ । ପାରିପାରିବ କଳହକୁ ନେଇ ଜଙ୍ଗଲ ଶିକାର ପାଇଁ ରଖିଥିବା ବନ୍ଧୁକରେ ବାପାକୁ ହତ୍ୟା କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ପୁଅକୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଉଛି କୈଳାସ ନାୟକ ।

ମିଳିଥିବା ସୂଚନା ଅନୁଯାୟୀ, କାଶୀ କୁଣ୍ଡଳ ଗ୍ରାମରେ ଟିଲୁ ନାୟକ ଓ ତାଙ୍କ ପୁଅ କୈଳାସଙ୍କ ମଧ୍ୟରେ କୌଣସି ଘରୋଇ କାରଣକୁ ନେଇ ଝଗଡ଼ା ହୋଇଥିଲା । ପରେ ଝଗଡା ଉଗ୍ରରୂପ ଧାରଣ କରିଥିଲା । ପୁଅ କୈଳାସ ହଠାତ ରାଗିଯାଇ ଜଙ୍ଗଲରେ ଶିକାର ପାଇଁ ରଖିଥିବା ବନ୍ଧୁକରେ ଗୁଳିକରି ବାପାକୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଥିଲା ।

ଏହାପରେ ଫେରାର ଥିବା ଅଭିଯୁକ୍ତ ପୁଅକୁ ବଡ଼ସାହି ଥାନା ଅଞ୍ଚଳରେ ଥିବା ଏଜ ଜଙ୍ଗଲରୁ ଗିରଫ କରିଥିଲା ଉଦଳା ପୋଲିସ । ତେବେ କେଉଁ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ରହିଛି । ଅଧିକ ତଦନ୍ତ ପାଇଁ କୈଳାସ ନାୟକକୁ ପଚାରା ଉଚୁରା କରୁଛି ପୋଲିସ । ଖୁବଶୀଘ୍ର ସତ ସତ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ବାପାକୁ ଗୁଳିକରି ହତ୍ୟାକଲା ପୁଅ, ପିତୃହନ୍ତା ଫେରାର

ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ପଡୋଶୀଙ୍କ କହିବା ଅନୁଯାୟୀ, "ସେ ହାଟରୁ ଘରକୁ ଫେରୁଥିବାବେଳେ ହଠାତ ଜୋର୍‌ରେ ଶବ୍ଦ ଶୁଣାଯାଇଥିଲା । ଏହାପରେ ଅଭିଯୁକ୍ତ ଜଣଙ୍କ ଧାଇଁ ଆସି ବାପାକୁ ମାରିଦେଇଥିବା କହି ଫେରାର ହୋଇଯାଇଥିଲା, ଏହାପରେ ତାର ଆଉ ପତ୍ତା ମିଳିନଥିଲା । ସେହିପରି ବନ୍ଧୁକର ଶବ୍ଦ ଶୁଣିବା ପରେ ମୃତକଙ୍କ ଜଣେ ସମ୍ପର୍କୀୟଙ୍କ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ପହଞ୍ଚବା ପରେ ଟିଲୁ ନାୟକ ତଳେ ପଡିଥିବା ଦେଖିବାକୁ ପାଇଥିଲେ ।" ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.