ETV Bharat / crime

ସମ୍ପର୍କରେ କଳଙ୍କ, ଝିଅକୁ ଦୁଷ୍କର୍ମ କରି ବାପା ଗିରଫ

author img

By

Published : Apr 17, 2022, 11:14 AM IST

ରକ୍ତ ସମ୍ପର୍କକୁ ଭୁଲିଯାଇ ନିଜ ଝିଅକୁ ଦୁଷ୍କର୍ମ କଲା ବାପା । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ସାହାରନପୁରରେ । ଅଧିକ ପଢନ୍ତୁ

ସମ୍ପର୍କରେ କଳଙ୍କ, ଝିଅକୁ ଦୁଷ୍କର୍ମ କରି ବାପା ଗିରଫ
ସମ୍ପର୍କରେ କଳଙ୍କ, ଝିଅକୁ ଦୁଷ୍କର୍ମ କରି ବାପା ଗିରଫ

ଲକ୍ଷ୍ନୌ: ପୁଣି ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ରକ୍ତ ସମ୍ପର୍କକୁ ଭୁଲିଯାଇ ନିଜ ଝିଅକୁ ଦୁଷ୍କର୍ମ କଲା ବାପା । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ସାହାରନପୁରରେ । ନାବାଳିକା ଝିଅ ଅଭିଯୋଗ କରିବା ପରେ ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରିଛି ।

ପୋଲିସର ସୂଚନାନୁଯାୟୀ, ଏକ ସପ୍ତାହ ପୂର୍ବରୁ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ । ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣଙ୍କ କାହାକୁ ନଜଣାଇବା ପାଇଁ ଝିଅକୁ ଧମକ ଦେବା ସହ ଫେରାର ହୋଇଯାଇଥିଲା । ଏହାପରେ ଗତ ଏପ୍ରିଲ ୯ ତାରିଖରେ ନିଜ ବାପାଙ୍କ ବିରୋଧରେ ଥାନାରେ ଦୁଷ୍କର୍ମର ଅଭିଯୋଗ କରିଥିଲେ ନାବାଳିକା ।

ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଗତକାଲି ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିବା ପରେ ଜେଲକୁ ପଠାଇ ଦେଇଛି । ଅଭିଯୁକ୍ତ ବିରୋଧରେ ଯୌନ ଅପରାଧ ଅଧିନିୟମ 2012ରେ ଏକ ମାମଲା ରୁଜୁ କରାଯାଇଥିବା ଏସପି ସିଟି ରାଜେଶ କୁମାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.