ETV Bharat / crime

Manas Murder Case: ଆଶ୍ରମ କେୟାର ଟେକରଙ୍କ ଚାଞ୍ଚଲ୍ୟକର ବୟାନ, ଅପହରଣ ପରେ ଆଶ୍ରମକୁ ଆଣି ମାଡ ମରାଯାଇଥିଲା - ଦୟାଲ ଆଶ୍ରମ ସହାୟିକାଙ୍କ ପ୍ରତିକ୍ରିୟା

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ଗୁମର ଖୋଲିଲେ ସୁନ୍ଦରପଦା ଦୟାଲ ଆଶ୍ରମର ସହାୟିକା । ପଦାକୁ ଆସିଲା ହତ୍ୟା ପୂର୍ବରୁ ମାନସକୁ ଦିଆଯାଇଥିବା ଅତ୍ୟାଚାରର କଥା । ଅପହରଣ ପରେ ଆଶ୍ରମକୁ ଆଣି ମାଡ ମରାଯାଇଥିଲା । ଅଧିକ ପଢନ୍ତୁ

Cameraman Manas Murder Case: ଗୁମର ଖୋଲିଲେ ଆଶ୍ରମ ସହାୟିକା

author img

By

Published : Mar 22, 2022, 7:32 PM IST

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ଫିଟୁଛି ଗୁମର । ହତ୍ୟାକାଣ୍ଡ ଘଟିଥିବା ସୁନ୍ଦରପଦା ଦୟାଲ ଆଶ୍ରମର ସହାୟିକା ଖୋଲିଲେ ଗୁମର । ମାନସଙ୍କୁ ଅପହରଣ ପରେ କିପରି ରଖାଯାଇଥିଲା ଏବଂ ତାଙ୍କ ସହ କିପରି ବ୍ୟବହାର କରାଯାଉଥିଲା ସେନେଇ ସମସ୍ତ ଖୁଲାସା କରିଛନ୍ତି ମହିଳା ସହାୟିକା ଜଣକ ।

Cameraman Manas Murder Case: ଗୁମର ଖୋଲିଲେ ଆଶ୍ରମ ସହାୟିକା

ସହାୟିକାଙ୍କ କହିବା ଅନୁଯାୟୀ, ମାନସ ସ୍ବାଇଁଙ୍କୁ ଅପହରଣ ପରେ ସୁନ୍ଦରପଦା ଆଶ୍ରମରେ ରଖାଯାଇଥିଲା । ସେଠାରେ ତାଙ୍କୁ ବନ୍ଦୀ ଅବସ୍ଥାରେ ରଖାଯିବା ସହ ଖାଦ୍ୟ ସାମଗ୍ରୀ ଜଣେ ମ୍ୟାଡମ୍ ହିଁ ନେଇ ଦେଉଥିଲେ । ଯେଉଁଦିନ ତାଙ୍କୁ ହତ୍ୟା କରାଯାଇଥିଲା ସେଦିନ ସମ୍ପୃକ୍ତ ସହାୟିକାଙ୍କୁ ଆଶ୍ରମରୁ ବିଦା କରି ଦିଆଯାଇଥିଲା । ଏନେଇ ପୋଲିସକୁ ସମସ୍ତ ତଥ୍ୟ ଦେଇଛନ୍ତି ମହିଳା ଜଣକ ।

ଅନ୍ୟପଟେ ହତ୍ୟା ଘଟଣାରେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିରଞ୍ଜନ ସେଠୀ ଗିରଫ ପରେ ତାଙ୍କ ସମ୍ପର୍କରେ ପୋଲିସ ପାଇଛି ଅନେକ ତଥ୍ୟ । ଅପହରଣ ପୁର୍ବରୁ ଶର୍ମିଷ୍ଠାଙ୍କ ନମ୍ବରକୁ ଅନେକ କଲ କରିଥିଲେ ନିରଞ୍ଜନ । ଏପରିକି ଅପହରଣ ଦିନ ପ୍ରାୟ 2ରୁ 3ଘଣ୍ଟା ଆଶ୍ରମରେ ଥିଲେ । ଅପହରଣ ପରେ ଦିନକୁ 25 ରୁ 26 ଥର ଶର୍ମିଷ୍ଠା ଓ ତାଙ୍କ ପରିବାରକୁ କଲ କରିଥିଲେ । ଯାହାକୁ ନେଇ ପୋଲିସ ନିରଞ୍ଜନଙ୍କ ସୁରାକ ପାଇଥିଲା । ସେପଟେ ନିରଞ୍ଜନକୁ ଗିରଫ ପରେ ଶର୍ମିଷ୍ଠାଙ୍କୁ ଖୋଜୁଛି ଭଦ୍ରକ ପୋଲିସ । ଘଟଣାରେ କମିଶନରେଟ ପୋଲିସ ଓ ନୟାଗଡ ପୋଲିସ ମଧ୍ୟ ସହଯୋଗ କରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.