ଭଞ୍ଜନଗର: ବୁଗୁଡା କୋର୍ଟର ବିଚାରପତିଙ୍କ ସ୍ବାକ୍ଷରକୁ ନକଲ କରିବା ପଡିଲା ମହଙ୍ଗା । ପୋଲିସ ଏଏସଆଇଙ୍କୁ ଗିରଫ କଲା ବୁଗୁଡା ପୋଲିସ ।
ସୂଚନାଅନୁସାରେ, ଗିରଫ ପୋଲିସ ଏଏସଆଇ ଜଣଙ୍କ ବୁଗୁଡା କୋର୍ଟରେ କାର୍ଯ୍ୟରତ ଥିବାବେଳେ ଜଣେ ଅଭିଯୁକ୍ତକୁ ଜାମିନ କରାଇଦେବା ପାଇଁ ବିଚାରପତିଙ୍କ ସ୍ବାକ୍ଷରକୁ ନକଲ କରିଥିଲେ । ଏନେଇ ବିଚାରପତି ଥାନାରେ ଅଭିଯୋଗ କରିଥିଲେ ।
ପରେ ପୋଲିସ ଘଟଣାର ତଦନ୍ତ କରି ପୋଲିସ ଏଏସଆଇକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ