ETV Bharat / crime

Shraddha murder case: ଗଞ୍ଜେଇ ସେବନ କରି ଶ୍ରଦ୍ଧାଙ୍କ ଶରୀରକୁ କାଟିଥିଲା ଅଫତାବ

author img

By

Published : Nov 20, 2022, 3:20 PM IST

ଶ୍ରଦ୍ଧା ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି ଅଫତାବ । ଶ୍ରଦ୍ଧାଙ୍କୁ ହତ୍ୟା ପରେ ଡ୍ରଗ୍ସ ସେବନ କରୁଥିଲା ଅଫତାବ । ଏଥିସହ ଶ୍ରଦ୍ଧାଙ୍କ ମୃତଦେହକୁ ପିସ ପିସ କରିବା ସମୟରେ ଗଞ୍ଜେଇ ସେବନ କରିଥିଲା । ଅଧିକ ପଢନ୍ତୁ

Shraddha murder case
Shraddha murder case

ନୂଆଦିଲ୍ଲୀ: ଦିଲ୍ଲୀରେ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ଘଟଣା । ତଦନ୍ତ ଯେତିକି ଆଗକୁ ଯାଉଛି ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ଆଗରେ ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି ଅଫତାବ । ଶ୍ରଦ୍ଧାଙ୍କୁ ହତ୍ୟା ପରେ ଡ୍ରଗ୍ସ ସେବନ କରୁଥିଲା ଅଫତାବ । ଏଥି ସହ ଶ୍ରଦ୍ଧାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିବା ସମୟରେ ଗଞ୍ଜେଇ ସେବନ କରିଥିଲା ଅଭିଯୁକ୍ତ । ପୋଲିସ ସାମ୍ନାରେ ଏପରି ଖୁଲାସା କରିଛି ଅଫତାବ ।

ସେ ପୋଲିସକୁ ଆହୁରି ମଧ୍ୟ କହିଛି ଯେ, "ମେ ୧୮ ତାରିଖ ରାତିରେ ଶ୍ରଦ୍ଧା ଓ ଅଫତାବଙ୍କ ମଧ୍ୟରେ ବଚସା ହେବା ପରେ ଏଥିରେ ଉତକ୍ଷିପ୍ତ ହୋଇଥିଲା ଅଭିଯୁକ୍ତ । ଏହାପରେ ଶ୍ରଦ୍ଧାଙ୍କ ଗଳାକାଟି ହତ୍ୟା କରିଥିଲା । ଏହାପରେ ରାତି ସାରା ମୃତ ଶରୀର ନିକଟରେ ବସିରହିଥଲା । ଏହାପରେ ଏହି ହତ୍ୟାକାଣ୍ଡ କିପରି କାହା ସାମ୍ନାକୁ ନ ଆସିବ ସେନଇ ଚିନ୍ତା କରୁଥିଲା । ଏଥିପାଇଁ ସେ ଇଣ୍ଟରନେଟର ସାହାଯ୍ୟ ନେଇଥିଲା ।"

ଦିଲ୍ଲୀ ପୋଲିସ ଏହି ଘଟଣାରେ ଶ୍ରଦ୍ଧାଙ୍କ ଅତି ପରିଚିତ ୬ ଜଣଙ୍କୁ ପଚରାଉଚରା କରିଛି । ଯେଉଁମାନେ ଶ୍ରଦ୍ଧାଙ୍କ ନିକଟତର ଥିଲେ । ସେମାନେ ଏହା ମଧ୍ୟ କହିଥିଲେ ଯେ ଅଫତାବ ପ୍ରତିଦିନ ଡ୍ରଗ୍ସ ସେବନ କରୁଥିଲା । ଡ୍ରଗ୍ସରେ ଶ୍ରଦ୍ଧାଙ୍କ ସମ୍ପୃକ୍ତି ବିଷୟରେ ମଧ୍ୟ କେତେଜଣ ପୋଲିସକୁ କହିଥିଲେ । ଦିଲ୍ଲୀ ପୋଲିସ ଶ୍ରଦ୍ଧାଙ୍କ ବନ୍ଧୁ ଗୋଡୱିନ୍ ରୋଡ୍ରିଗୁସ୍ ଏବଂ କଲ ସେଣ୍ଟରର ମ୍ୟାନେଜର ରାହୁଲ ରାୟ, କରଣ ବାହୁରୀ ଏବଂ ଶ୍ରଦ୍ଧାଙ୍କ ବନ୍ଧୁ ଶିବାନୀ ମଥ୍ରେଙ୍କ ବୟାନ ରେକର୍ଡ କରିଥିଲା । ଏହାପୂର୍ବରୁ ଡାକ୍ତର ସିନ୍ଦେ ଏବଂ ଶ୍ରଦ୍ଧାଙ୍କ ବନ୍ଧୁ ଲକ୍ଷ୍ମଣ ନାଡାରଙ୍କ ବିବୃତ୍ତି ରେକର୍ଡ କରିଥିଲା ପୋଲିସ । ପୋଲିସ ଏବେ ଅଫତାବଙ୍କ ବାପା ମାଆଙ୍କୁ ଖୋଜୁଛି । ଶ୍ରଦ୍ଧା ହତ୍ୟା ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଶ୍ରଦ୍ଧାଙ୍କ କଟାମୁଣ୍ଡ ଖୋଜୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକା ନିବେଦିତା ସୁରଜ, ଲୁହରେ ଭିଜିଲା ଜନ୍ମମାଟି

ଅଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟ ଲିଭଇନ୍‌ ରିଲେସନସିପରେ ରହୁଥିଲେ । ଶ୍ରଦ୍ଧାଙ୍କ ପରିବାର ଲୋକେ ଏହା ଜାଣିବା ପରେ ସମ୍ପର୍କକୁ ବିରୋଧ କରିବା ସହ ଅଫତାବଙ୍କ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀର ମେହେରୁଲି ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ଗତ ମେ’ ମାସରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଅଫତାବ ରାଗିଯାଇ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା । ଏହା ପରେ ଶରୀରରକୁ ୩୫ ଖଣ୍ଡ କରି ଦିଲ୍ଲୀର ଏକ ଜଙ୍ଗଲରେ ପକାଇ ଦେଇଥିଲା ଅଭିଯୁକ୍ତ । ଶେଷରେ ହତ୍ୟାକାଣ୍ଡର ୫ ମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.