ମୁମ୍ବାଇ: ମହାରାଷ୍ଟ୍ରରେ ଛାତିଥରା ଘଟଣା । ଘରେ ପଶି ୪୨ ବର୍ଷିୟା ମହିଳାଙ୍କୁ ଗଣଦୁଷ୍କର୍ମ । ଦୁଷ୍କର୍ମ ପରେ ମହିଳାଙ୍କୁ ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେବା ସହ ବ୍ରେଡରେ ଛାତିକୁ କଲେ ଆକ୍ରମଣ । ଦୁଷ୍କର୍ମ ସମୟର ଭିଡିଓ ରେକଡିଂ କରି ଭାଇରାଲ କରିବା ନେଇ ମହିଳାଙ୍କୁ ଦେଲେ ଧମକ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ମହାରାଷ୍ଟ୍ରର କୁର୍ଲାରେ । ଗତ ବୁଧବାର ଏହି ଘଟଣା ଘଟିଥିବା ବେଳେ ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କୁ ଦୁଷ୍କର୍ମ କରିଥିବା ୩ ଦୁଷ୍କର୍ମକାରୀ ସେମାନଙ୍କର ପଡୋଶୀ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ୩ ଜଣ ବ୍ୟକ୍ତି ମହିଳାଙ୍କ ଘରକୁ ଜୋରଜବରଦସ୍ତ ପ୍ରବେଶ କରିଥିଲେ । ଏହାପରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ପରେ ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେଇଥିଲେ । ଏଥି ସହ ଏକ ବ୍ଲେଡରେ ମହିଳାଙ୍କ ଛାତିକୁ ଓ ଦୁଇ ହାତକୁ ଆକ୍ରମଣ କରିଥିଲେ । ଏହି ସମୟରେ ଜଣେ ଅଭିଯୁକ୍ତ ପୁରା ଘଟଣାର ଭିଡିଓ ରେକଡିଂ କରିଥିଲା । ଯଦି ପୀଡିତା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରନ୍ତି ତେବେ ଏହି ଭିଡିଓ ଭାଇରାଲ କରିବା ନେଇ ଧମକ ଦେଇଥିଲେ ତିନି ଅଭିଯୁକ୍ତ ।
ଏହା ମଧ୍ୟ ପଢନ୍ତୁ-Gujarat Poll Phase 2: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଗଣଦୁଷ୍କର୍ମର ଶିକାର ହେବା ପରେ ମହିଳା ଜଣଙ୍କ ଏନଜିଓରେ କାମ କରୁଥିବା ଜଣେ ପଡୋଶୀଙ୍କୁ ପୁରା ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ କୁର୍ଲା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ପୀଡିତା ଜଣଙ୍କ । ଏନେଇ ପୋଲିସ ୩ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ନା ନାହିଁ ସେନେଇ ସୂଚନା ମିଳିନାହିଁ ।