ETV Bharat / city

ସ୍ତ୍ରୀ ସହ ଝଗଡା ହେବାରୁ ବିଦ୍ୟୁତ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - ବିଦ୍ୟୁତ ଟାଓ୍ବାର ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ପାରିବାରିକ କଳହରୁ ଯୁବକଙ୍କ ଉନ୍ମତକାଣ୍ଡ। ବିଦ୍ୟୁତ ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଆକାଶକୁ ଏକ ରଶି ସହାୟତାରେ ତଳକୁ ଓହ୍ଲାଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ । ଅଧିକ ପଢନ୍ତୁ

ସ୍ତ୍ରୀ ସହ ଝଗଡା ହେବାରୁ ବିଦ୍ୟୁତ ଟାଓ୍ବାର ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ସ୍ତ୍ରୀ ସହ ଝଗଡା ହେବାରୁ ବିଦ୍ୟୁତ ଟାଓ୍ବାର ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମସ୍ତ୍ରୀ ସହ ଝଗଡା ହେବାରୁ ବିଦ୍ୟୁତ ଟାଓ୍ବାର ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : Jul 4, 2022, 3:02 PM IST

ସମ୍ବଲପୁର: ପାରିବାରିକ କଳହରୁ ଯୁବକଙ୍କ ଉନ୍ମତକାଣ୍ଡ। ବିଦ୍ୟୁତ ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଅଳ୍ପକେ ଜୀବନ ବଞ୍ଚାଇଲେ ଅଗ୍ନିଶମ ବିଭାଗ। ଏଭଳି ଘଟଣା ଘଟିଛି ସମ୍ବଲପୁର ରେଢ଼ାଖୋଲ ସବଡିଭିଜନ ଅନ୍ତର୍ଗତ ଖଣ୍ଡହତା ଗାଁରେ। ଯୁବକ ଜଣଙ୍କ ହେଉଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ହନୁମାନପୁର ଗାଁର ଆକାଶ ନାୟକ।

ବିଦ୍ୟୁତ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନା ଅନୁଯାୟୀ ,ଆକାଶ ଖଣ୍ଡହତା ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ପାରିବାରିକ କଳହ ଯୋଗୁଁ ଆଜି ସକାଳୁ ବିଦ୍ୟୁତ ଟାୱାରକୁ ଉପରକୁ ଚଢି ଡେଇଁ ପଡିବାକୁ ଧମକ ଦେଇଥିଲେ। ଖବର ପାଇ ରେଢ଼ାଖୋଲ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆକାଶକୁ ତଳକୁ ଓହ୍ଲାଇ ବାକୁ ଅନୁରୋଧ କରିଥିଲେ । ତେବେ ଆକାଶ ତଳକୁ ନଓହ୍ଲାଇବାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆକାଶକୁ ଏକ ରଶି ସହାୟତାରେ ତଳକୁ ଓହ୍ଲାଇଥିଲେ । ଏହା ପରେ ଆକାଶକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବା ପୋଲିସ ସୂତ୍ରରୁ କୁହାଯାଇଛି ।ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଉପୁଜିଥିବା ଝଗଡା ଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଥିବା ପୋଲିସ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.