ETV Bharat / city

ଜାଲିଆତି ନିରୋଧୀ ଭୋଟିଂ ମେସିନ ନିର୍ମାଣ କଲେ ସମ୍ବଲପୁରର ଯୁବ ଇଂଜିନିୟର

author img

By

Published : Feb 21, 2021, 7:12 PM IST

ଇଭିଏମ୍ ମେସିନ୍‌ରେ ଚାଲିଥିବା ଭୋଟିଂ ବ୍ୟସ୍ଥାକୁ ନେଇ ବ୍ୟାପକ ତର୍କବିତର୍କ ହେବା ସହିତ ଇଭିଏମ୍ ମେସିନ୍ ଟାମ୍ପରିଂ କରାଯାଉଛି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଏ ଭଳି ସମୟରେ ଜାଲିଆତି ନିରୋଧୀ ଭୋଟିଂ ମେସିନ୍ ଉଦ୍ଭାବନ କରିଛନ୍ତି ସମ୍ବଲପୁରର ଯୁବ ଇଞ୍ଜିନିୟର। ଅଧିକ ପଢନ୍ତୁ...

young engineer from Sambalpur built an anti-fraud voting machine
ଜାଲିଆତି ନିରୋଧୀ ଭୋଟିଂ ମେସିନ ନିର୍ମାଣ କଲେ ସମ୍ବଲପୁରର ଯୁବ ଇଂଜିନିୟର

ସମ୍ବଲପୁର: ଜାଲିଆତି ନିରୋଧୀ ଭୋଟିଂ ମେସିନ୍ ଉଦ୍ଭାବନ କଲେ ସମ୍ବଲପୁରର ଯୁବ ଇଞ୍ଜିନିୟର। ସଂପ୍ରତି ଇଭିଏମ୍ ମେସିନ୍‌ରେ ଚାଲିଥିବା ଭୋଟିଂ ବ୍ୟସ୍ଥାକୁ ନେଇ ବ୍ୟାପକ ତର୍କବିତର୍କ ହେବା ସହିତ ଇଭିଏମ୍ ମେସିନ୍ ଟାମ୍ପରିଂ କରାଯାଉଛି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ଏପରିକି ଇଭିଏମ୍ ମେସିନରେ ଭୋଟ୍ ନକରି ପୂର୍ବଭଳି ବାଲାଟ ପେପରରେ ଭୋଟ ଗ୍ରହଣ କରାଯାଉ ବୋଲି ନିର୍ବାଚନ କମିଶନ ନିକଟରେ ବାରମ୍ବାର ଦାବି ହେଉଛି। ଇଭିଏମ୍ ମେସିନ ନେଇ ଏଭଳି ବାଦବିବାଦ ଚାଲିଥିବା ବେଳେ ସମ୍ବଲପୁର ରେଙ୍ଗାଲି ରମ୍ପେଲା କେମ୍ପର ଯୁବ ଇଞ୍ଜିନିୟର ଆଶିଷ ମାହାଣା ଟାମ୍ପରିଂ ପ୍ରୁଫ୍ ଭୋଟିଂ ମେସିନ ତିଆରି କରି ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।

ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି ସମ୍ବଲପୁରର ଯୁବ ଇଞ୍ଜିନିୟର ଆଶିଷ ମାହାଣା । ସମ୍ବଲପୁର ହିଣ୍ଡାଲ୍‌କୋ କମ୍ପାନୀର ଇଞ୍ଜିନିୟର ଥିବା ଆଶିଷ ମାହାଣା ଟାମ୍ପରିଂ ପ୍ରୁଫ୍ ଭୋଟିଂ ମେସିନ୍ ତିଆରି କରି ଏବେ ସାରା ଜିଲ୍ଲାରେ ତାଙ୍କ ଆବିଷ୍କାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥିପାଇଁ ସେ ବ୍ୟାଟେରୀ ,ଅକାମୀ ହୋଇ ପଡିଥିବା ଫ୍ୟାନ୍‌ରେ ଲାଗିଥିବା ପୁସ ସୁଇଚ୍, ଅଚଳ ମୋଟର ସାଇକେଲ୍ର ସ୍ପିଡୋ ମିଟର, ଖେଳଣା ମାନଙ୍କରେ ଲାଗିଥିବା ମୋଟର, କାଉଣ୍ଟର ଏବଂ ସାଇକେଲ୍ ଘଣ୍ଟି ବ୍ୟବହାର କରିଛନ୍ତି। ମାହାଣା ଦାବି କରିଛନ୍ତି ଯେ ଏହି ଭୋଟିଂ ମେସିନ କେହି ଟାମ୍ପରିଂ କରିପାରିବେ ନାହିଁ । ଭୋଟିଂ ମେସିନ୍ ଲକ୍ ଏବଂ ଅନ୍ଲକ୍ ସୁଇଚ୍ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ରହିବ। ଭୋଟର ଭୋଟ୍ ଦେବାକୁ ମେସିନ୍ ପାଖକୁ ଗଲେ ସେସିନ୍ ଅନ୍ଲୋକ୍ ହେବ ଏବଂ ଭୋଟର ନିଜ ପସନ୍ଦ ଚିହ୍ନରେ ଭୋଟ ଦେଲା ପରେ ଏଲଇଡି ବଲ୍ବ ଜଳିଉଠିବା ସହିତ ଘଣ୍ଟି ବାଜିବ ଏବଂ ଭୋଟିଂ ମେସିନ୍‌ରେ ଥିବା କାଉଣ୍ଟରରେ ଭୋଟ୍ ରେକର୍ଡ ହୋଇଯିବ। ଏହାପରେ ଅଟୋମେଟିକ୍ ମେସିନ୍ ଲକ୍ହୋଇ ଯିବ। ଅଟୋମେଟିକ୍ ଲକ ଯୋଗୁଁ ଜଣେ ଭୋଟର ଏକାଧିକ ଭୋଟ୍ ଦେବା ଅସମ୍ଭବ।

ଏଥିସହ ତାଙ୍କର ନୂଆ ଆବିଷ୍କାର ଟାମ୍ପରିଂ ପ୍ରୃଫ ଭୋଟିଂ ମେସିନରେ ଭୋଟର ଭୋଟ୍ ଦେବାକୁ ଆସିଲେ ପ୍ରିଜାଇଡିଂ ଅଫିସର ମେସିନ୍ ଅନ୍ଲକ୍ କଲେ ସଂପୃକ୍ତ ଭୋଟର୍ ଭୋଟ ଦେଇପାରିବେ। ନିର୍ବାଚନରେ ଯେତେଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବେ ମେସିନ୍‌ରେ ସେତେ ସଂଖ୍ୟକ ମିଟର ଏବଂ ମୋଟର ଲାଗିବ ବୋଲି ମହାଣା କହିଛନ୍ତି। ସମାନ୍ୟ ପରିବର୍ତ୍ତନ କରି ଏହିମେସିନ୍‌ରେ ମୋଟର କାଉଣ୍ଟର ବଦଳରେ ସିରିଏଲ୍ ଷ୍ଟାମ୍ପିଂ ମେସିନ୍ ବ୍ୟବହାର କଲେ ସମ୍ପୂର୍ଣ୍ଣ ମେକାନିକାଲ୍ ଅର୍ଥାତ୍ ବ୍ୟାଟେରୀବିହୀନ ଭୋଟିଂ ମେସିନ ଟିଆରି ହୋଇପାରିବ। କିଏ କେତେ ଭୋଟ୍ ପାଇଲା ଜାଣିବାକୁ ଚାହିଁଲେ ମଧ୍ୟ ସାଙ୍ଗେ ସାଙ୍ଗେ ଗଣତି କରାଯାଇପାରିବ। ଏହା ଟାମ୍ପରିଂ ପ୍ରୁଫ୍ ହୋଇଥିବାରୁ ନିର୍ବାଚନରେ ସ୍ବଚ୍ଛତା ଏବଂ ପାରଦର୍ଶିତା ରହିବ ବୋଲି ମାହାଣା ଆଶାପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ସ୍ବଦେଶୀ ଢାଞ୍ଚାରେ ତିଆରି ହୋଇ ପାରୁଥିବା ଏହି ଭୋଟିଂ ମେସିନକୁ ପ୍ରୋତ୍ସାହନ ଦିଆଗଲେ ସରକାର ଦେଉଥିବା ‘ଭୋକାଲ୍ ଫର୍ ଲୋକାଲ୍’ ସ୍ଲୋଗାନର ସଫଳ ରୂପାୟନ ମଧ୍ୟ ହୋଇପାରିବ ବୋଲି ଆଶା କରାଯାଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.