ETV Bharat / city

ଭିସୁଟରେ ରାଗିଂକୁ କୁଳପତିଙ୍କ ଖଣ୍ଡନ, କହିଲେ ହୋଇଛି ଗଣ୍ଡଗୋଳ - vssut chancellor reaction on ragging allegations

ବୁର୍ଲା ସ୍ଥିତ ଭିସୁଟରେ ଆସିଥିବା ରାଗିଂ ଅଭିଯୋଗ ନେଇ ଶେଷରେ ପ୍ରତିକ୍ରିୟା ରଖିଛନ୍ତି କୁଳପତି ଅଟଳ ଚୌଧୁରୀ । ଏହି ଘଟଣା ରାଗିଙ୍ଗ ନୁହେଁ ବରଂ ଏକ ଗଣ୍ଡଗୋଳ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଧିକ ପଢନ୍ତୁ...

vssut chancellor
ଭିସୁଟରେ ରାଗିଂକୁ କୁଳପତିଙ୍କ ଖଣ୍ଡନ, କହିଲେ ହୋଇଛି ଗଣ୍ଡଗୋଳ
author img

By

Published : Feb 13, 2020, 7:33 PM IST

ସମ୍ବଲପୁର: ବୁର୍ଲା ସ୍ଥିତ ଭିସୁଟ ବିରୋଧରେ ଆସିଥିବା ରାଗିଂ ଅଭିଯୋଗ ନେଇ ଶେଷରେ ପ୍ରତିକ୍ରିୟା ରଖିଛନ୍ତି କୁଳପତି ଅଟଳ ଚୌଧୁରୀ । ଏହି ଘଟଣା ରାଗିଂ ନୁହେଁ ବରଂ ଏକ ଗଣ୍ଡଗୋଳ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି ।

ଭିସୁଟରେ ରାଗିଂକୁ କୁଳପତିଙ୍କ ଖଣ୍ଡନ, କହିଲେ ହୋଇଛି ଗଣ୍ଡଗୋଳ

କୁଳପତି ଗୁରୁବାର ଭିସୁଟର ପୁଲସ୍ତ୍ୟ ଛାତ୍ରାବାସକୁ ଯାଇ ପୀଡିତ ଛାତ୍ର ଓ ତାଙ୍କର କିଛି ସହପାଠୀଙ୍କୁ ଭେଟି ଘଟଣା ବିଷୟରେ ପଚରାଉଚରା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ଗଣ୍ଡଗୋଳ ବୋଲି କହିବା ସହ ପୀଡିତ ଛାତ୍ରଙ୍କୁ ମାଡ ହୋଇଥିବା ଘଟଣାକୁ ସେ ସ୍ବୀକାର କରିଛନ୍ତି ।

ତେବେ ତଦନ୍ତ ପରେ ଦୋଷୀ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁଳପତି କହିଛନ୍ତି । ଅନ୍ୟପଟେ ଗୁରୁବାର ପୀଡିତ ଛାତ୍ର ଗଣମାଧ୍ୟମ ସମ୍ମୁଖକୁ ଆସି ତାଙ୍କୁ କିପରି ମାଡମରା ଯାଇ ରାଗିଙ୍ଗ କରାଯାଇଥିଲା ସେ ବାବଦରେ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.