ETV Bharat / city

ଶୁଣିଲାନି ପ୍ରଶାସନ, ନିଜ ପାଇଁ ନିଜେ କାଠ ପୋଲ ତିଆରି କଲେ ଗ୍ରାମବାସୀ

author img

By

Published : Sep 8, 2022, 10:54 PM IST

ଶୁଣିଲାନି ଜିଲ୍ଲା ପ୍ରଶାସନ । ଦୌଡ଼ି ଦୌଡ଼ି କୌଣସି ଫଳ ମିଳିଲାନି । ଶେଷରେ ଗ୍ରାମବାସୀ ନିଜ ପାଇଁ ନିଜେ ନିର୍ମାଣ କଲେ କାଠ ପୋଲ। ଅଧିକ ପଢ଼ନ୍ତୁ

ଶୁଣିଲାନି ପ୍ରଶାସନ, ନିଜ ପାଇଁ ନିଜେ କାଠ ପୋଲ ତିଆରି କଲେ ଗ୍ରାମବାସୀ
ଶୁଣିଲାନି ପ୍ରଶାସନ, ନିଜ ପାଇଁ ନିଜେ କାଠ ପୋଲ ତିଆରି କଲେ ଗ୍ରାମବାସୀ

ସମ୍ବଲପୁର : ଶୁଣିଲାନି ଜିଲ୍ଲା ପ୍ରଶାସନ । ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି କୌଣସି ଫଳ ମିଳିଲାନି । ଶେଷରେ ଗ୍ରାମବାସୀ ନିଜ ପାଇଁ ନିଜେ ନିର୍ମାଣ କଲେ କାଠ ପୋଲ। ଶେଷରେ ହୋଇପାରିଲା ଯାତାୟତରେ ସୁବିଧା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ବଲମ ପଞ୍ଚାୟତରେ ।

ସୂଚନା ଅନୁଯାୟୀ ନାକଟିଦେଉଳ ବ୍ଲକର ବଲମ ପଞ୍ଚାୟତରେ ଯାତାୟତ ପାଇଁ ଭଲ ରାସ୍ତା ନଥିଲା । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଯିବାଆସିବା ପାଇଁ ଥିଲା ଏକ ନାଳ । ନାଳ ଉପରେ ବ୍ରିଜ ନଥିବାରୁ ବଲମ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ତଥା ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ଆଖପାଖ 6ଟି ଗାଁର ଲୋକଙ୍କୁ 30 କିମିର ରାସ୍ତା ଅଧିକ ବୁଲିକି ଯିବାକୁ ପଡିଥାଏ । ଏପରିକି କାହାର ସ୍ବାସ୍ଥ୍ୟ ଖରାପ ହେଲେ ରୋଗୀକୁ କାନ୍ଧରେ ବୋହି ନେବାକୁ ପଡ଼ିଥାଏ । ବିଭିନ୍ନ ସମୟରେ ଗାଁ ନାଳ ପାର ହୋଇ ଯିବା ଆସିବା କରିଥାନ୍ତି । ହେଲେ ସାମାନ୍ୟ ବର୍ଷା ହେଲେ ଏଠାରେ ଯାତାୟତ ଏକ ପ୍ରକାରର ଠପ୍ ହୋଇଯାଏ । ଫଳରେ ଗ୍ରାମବାସୀ 30 କିମିର ରାସ୍ତା ବୁଲିକି ଯିବାଆସିବା କରିଥାନ୍ତି ।

ଏହି ଅସୁବିଧା ଲାଗି ରହିଥିବାରୁ ସ୍ଥାୟୀ ସାମାଧାନ ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ସବୁଦିନିଆ ରାସ୍ତା ଖଣ୍ଡିଏ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ହେଲେ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କଲାନାହିଁ । ତେଣୁ ଗ୍ରାମବାସୀ ଏକତ୍ରିତ ହୋଇ ଏକ କାଠ ପୋଲ ନିର୍ମାଣ କଲେ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ବଲମ ପଞ୍ଚାୟତର ଧଳତଇଲା, ଡିମିରିକୁଦା, ରଞ୍ଜା, ଗଞ୍ଜାବହାଲ, ବେତଝରଣ ଅଞ୍ଚଳର ଲୋକେ ଏକାଠି ହୋଇଥିଲେ । ବେତଝରଣ ଗାଁ ନାଳ ଉପରେ ନିର୍ମାଣ କଲେ କାଠ ପୋଲ । ପଞ୍ଚାୟତବାସୀ ଏବେ ନିଜ ଯିବା ଆସିବାର ବ୍ୟବସ୍ଥା ନିଜେ କରିଛନ୍ତି । ଆଉ କାହା ଉପରେ ତାଙ୍କୁ ନିର୍ଭର କରିବାକୁ ପଡ଼ିବନି ବୋଲି କହିଛନ୍ତି ଗ୍ରାମବାସୀ ।

ସରକାର ବିଭିନ୍ନ ଯୋଜନାରେ ସମସ୍ତ ଗାଁ ଓ ସାହିକୁ ଯାତାୟତ ପାଇଁ ରାସ୍ତାଘାଟ ପୋଲ ଆଦି ନିର୍ମାଣ କରୁଛନ୍ତି । ହେଲେ ସରକାରଙ୍କ ଦୃଷ୍ଟି ଆଢୁଅଳରେ ରହି ଯାଇଥିବା ଏହି ପଞ୍ଚାୟତର ପୋଲ କାମକୁ ଗ୍ରାମବାସୀ ନିଜ ଉଦ୍ୟମରେ ସମାଧାନ କରି ନିଆରା ଢଙ୍ଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.