ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ଜିଲ୍ଲାର କନିଷ୍ଠ କର୍ମଚାରୀ । ଆଜି (ଶୁକ୍ରବାର) ସମ୍ବଲପୁର ସ୍ଥିତ ଚିପିଲିମା ପଶୁପାଳନ ଓ ଭେଟେନାରୀ ସର୍ଭିସ ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କନିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟରତ ନରସିଂହ ଗରତିଆଙ୍କୁ ସମ୍ବଲପୁର ଭିଜିଲାନ୍ସ ଟିମ୍ 5000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ।
ସୂଚନାନୁଯାୟୀ ଜଣେ କର୍ମଚାରୀଙ୍କ ଏରିଅର ଟଙ୍କା ଉଠାଣ ପାଇଁ ଆବଶ୍ୟକୀୟ ଦରଖାସ୍ତକୁ ପାସ୍ କରାଇବା ନେଇ ଲାଞ୍ଚ ନେଉଥିବା ଜଣାପଡିଛି । ତେବେ ଏନେଇ ସମ୍ବଲପୁର ଭିଜିଲାନ୍ସ ଟିମ ପକ୍ଷରୁ କନିଷ୍ଠ କର୍ମଚାରୀଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି ।
ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ