ETV Bharat / city

ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍‌ ଘଟଣା, ଥାନାରେ ଏତଲା - ସମ୍ବଲପୁର ପ୍ରଶ୍ନପତ୍ର ଲିକ ଘଟଣା

ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍‌ ଘଟଣା । ଥାନାରେ ଏତଲା ପରେ ପ୍ରତିକ୍ରିୟା ରଖିଲେ କୂଳପତି । ଅଧିକ ପଢନ୍ତୁ

ସମ୍ବଲପୁର ପ୍ରଶ୍ନପତ୍ର ଲିକ ଘଟଣା, ଥାନାରେ ହେଲା ଏତଲା

author img

By

Published : Jul 15, 2022, 7:16 PM IST

ସମ୍ବଲପୁର: ଆଜି ପୁଣି ଦ୍ଵିତୀୟ ଥର ପାଇଁ ଲିକ ହୋଇଛି ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଶ୍ନପତ୍ର । ଲିକ୍‌ ହେବା ପରେ ଏନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ କୂଳପତି ସଞ୍ଜୀବ ମିତ୍ତଲ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । ଏହା ସହ ଏନେଇ ବୁର୍ଲା ଥାନାରେ ମଧ୍ୟ ଏତଲା ଦିଆଯାଇଛି ବୋଲି କୂଳପତି ସୂଚନା ଦେଇଛନ୍ତି । ବିଶ୍ବବିଦ୍ୟାଳୟର ଫିଜିକ୍ସ ପ୍ରଶ୍ନ ପତ୍ର ଲିକ ହେବା ପରେ କୂଳପତିଙ୍କ ମୁଣ୍ଡରେ ଚେତା ପଶିଛି ।

ସମ୍ବଲପୁର ପ୍ରଶ୍ନପତ୍ର ଲିକ ଘଟଣା, ଥାନାରେ ହେଲା ଏତଲା

ପୂର୍ବରୁ କେବଳ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯାଉଥିବା ବେଳେ ଆଜି କୂଳପତିଙ୍କ ନିର୍ଦ୍ଦେଶକ୍ରମେ ରିଜିଷ୍ଟାର ବୁର୍ଲା ଥାନାରେ ଏତଲା ଦେଇଛନ୍ତି । ତେବେ କୂଳପତିଙ୍କ ସୂଚନା ଅନୁସାରେ କୁଚିଣ୍ଡା ଅନୁଦାନ ପ୍ରାପ୍ତ କଲେଜରୁ ପ୍ରଶ୍ନ ପତ୍ର ଲିକ୍‌ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେଣୁ କୁଚିଣ୍ଡା କଲେଜର ପ୍ରିନ୍ସପାଲ ଓ ଜଣେ ଅଧ୍ୟାପକଙ୍କୁ ପଚରାଉଚରା ପାଇଁ ବିଶ୍ବବିଦ୍ୟାଳୟକୁ ଡକାଯାଇଛି ବୋଲି କହିଛନ୍ତି କୂଳପତି ।

ଏହା ବି ପଢନ୍ତୁ- ପୁଣି ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ, ପରୀକ୍ଷା ବାତିଲ୍‌

ଏହା ସହ ଏହି ଘଟଣାରେ ଯାହାର ସମ୍ପୃକ୍ତି ବାହାରିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୂଳପତି କହିଛନ୍ତି । ଅନ୍ୟପଟେ ହୀରାକୁଦ/ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି ଯେ, ଏହି ଘଟଣାରେ ପ୍ରତ୍ୟେକ ଦିଗ ଉପରେ ତଦନ୍ତ ହେବ ଓ ସମୃକ୍ତ ଥିବା ସମସ୍ତଙ୍କୁ ତଦନ୍ତର ପରିସରଭୁକ୍ତ କରାଯିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.