ETV Bharat / city

ବିପଦଜ୍ଜନକ ପ୍ରତିଯୋଗିତା: ଯିଏ କଙ୍କଡା ଧରିବ, ସିଏ 5 ହଜାର ଟଙ୍କା ପାଇବ - ସମ୍ବଲପୁରରେ ବିପଦଜ୍ଜନକ ପ୍ରତିଯୋଗୀତା

ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଅଞ୍ଚଳର ଅନ୍ଧାରୀ ଗାଁର ଚାଲିଛି ବିପଦଜ୍କନକ ପ୍ରତିଯୋଗିତା । ନାଳ ପାଣିରେ ଥିବା ଗାତରେ ହାତ ପୁରାଇ ପ୍ରତିଯୋଗୀ ଧରୁଛନ୍ତି କଙ୍କଡା । ଅଧିକ ପଢନ୍ତୁ...

ବିପଦଜ୍ଜନକ ପ୍ରତିଯୋଗିତା, ନାଳ ପାଣିରେ ହାତ ପୁରାଇ କଙ୍କଡା ଧରୁଛନ୍ତି ପ୍ରତିଯୋଗୀ

author img

By

Published : Sep 7, 2021, 8:52 PM IST

ସମ୍ବଲପୁର: ଯୁଜୁମୁରା ବ୍ଲକ ଅଞ୍ଚଳର ଅନ୍ଧାରୀ ଗାଁର ବିପଦଜ୍ଜନକ ଭାବେ ଆୟୋଜିତ ହେଉଛି ନିଆରା ପ୍ରତିଯୋଗୀତା । ଜିଲ୍ଲାର ଏହି ଉପାନ୍ତ ଅଞ୍ଚଳରର ଅନ୍ଧାରୀ ଗାଁରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଏକ କଙ୍କଡା ଧରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ବିପଦଜ୍ଜନକ ତଥା ରୋମାଞ୍ଚିତ ପ୍ରତିଯୋଗିତାକୁ ଆୟୋଜନ କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ । ତେବେ ପ୍ରତିଯୋଗିତା ବେସ ବିପଦପୂର୍ଣ୍ଣ ହୋଇଥିବା ସତ୍ତ୍ବେ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ବିପଦଜ୍ଜନକ ପ୍ରତିଯୋଗିତା, ନାଳ ପାଣିରେ ହାତ ପୁରାଇ କଙ୍କଡା ଧରୁଛନ୍ତି ପ୍ରତିଯୋଗୀ

ପ୍ରତିଯୋଗିତାରେ ଗାଁ ନିକଟସ୍ଥ ନାଳ ଭିତରେ ପାଣି ଭିତର ବୁଦାମୂଳରେ ଥିବା ଗାତରେ ଲୋକେ ହାତ ପୁରାଇ କଙ୍କଡା ଧରିଥାନ୍ତି । ଗାତରେ କଙ୍କଡା ସହ ବିଷାକ୍ତ ସାପ ମଧ୍ୟ ଥିବାର ଆଶଙ୍କା ଥିବାରୁ ପ୍ରତିଯୋଗୀଙ୍କ ଜୀବନ ପ୍ରତି ବେଶ ବିପଦ ମଧ୍ୟ ରହିଥାଏ । ତେବେ ପ୍ରତିଯୋଗୀମାନେ ବିପଦଜ୍ଜନକ ଅବସ୍ଥାରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଚଳିତବର୍ଷ ଏହି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ୩୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଯିଏ ଅଧିକ କଙ୍କଡା ଧରିବ, ସେ ବିଜେତା ଘୋଷଣା କରିଯିବା ସହ ୫ହଜ଼ାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.